ଓଡିଶା

odisha

ମିଥ୍ୟା ଏନକାଉଣ୍ଟର ଘଟଣାରେ ଶରତ ବୁରୁଦା ଗିରଫ, ତୀବ୍ର ନିନ୍ଦା କଲା କଂଗ୍ରେସ

By

Published : Nov 14, 2022, 8:28 PM IST

ମିଥ୍ୟା ଏନକାଉଣ୍ଟର ଘଟଣାରେ ବରିଷ୍ଠ ନେତା ଶରତ ବୁରୁଦାଙ୍କୁ ଗିରଫ, ତୀବ୍ର ନିନ୍ଦା କଲା କଂଗ୍ରେସ
ମିଥ୍ୟା ଏନକାଉଣ୍ଟର ଘଟଣାରେ ବରିଷ୍ଠ ନେତା ଶରତ ବୁରୁଦାଙ୍କୁ ଗିରଫ, ତୀବ୍ର ନିନ୍ଦା କଲା କଂଗ୍ରେସ

ମିଥ୍ୟା ଏନକାଉଣ୍ଟର ଘଟଣାରେ ଶରତ ବୁରୁଦା ଗିରଫ । ମିଥ୍ୟା ଏନକାଉଣ୍ଟର ଘଟଣାରେ ବରିଷ୍ଠ ନେତା ଶରତ ବୁରୁଦାଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି । ଏହାକୁ ତୀବ୍ର ନିନ୍ଦା କଲା ମାଲକାନଗିରି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

ମାଲକାନଗିରି:ମିଥ୍ୟା ଏନକାଉଣ୍ଟର ଘଟଣାରେ ଶରତ ବୁରୁଦା ଗିରଫ । କୋରାପୁଟ ଜିଲ୍ଲା ମାଳିପଦରରେ ମିଥ୍ୟା ଏନକାଉଣ୍ଟର ଘଟଣାରେ ମାଲକାନଗିରି ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଆନ୍ଦୋଳନକାରୀ । ଏମାନଙ୍କ ମଧ୍ୟରେ ଥିବା ସମାଜସେବୀ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ବୁରୁଦା (Senior Congress Sarat Buruda)ଙ୍କୁ ରାତି ଅଧିଆ ଉଠାଇ ନେଇଥିଲା ପୋଲିସ । ଏହି ଘଟଣାକୁ ଜିଲ୍ଲା କଂଗ୍ରେସ ତୀବ୍ର ନିନ୍ଦା କରିଥିବା କହିଛନ୍ତି ସଭାପତି ଗୋବିନ୍ଦ ପାତ୍ର । ଆନ୍ଦୋଳନକାରୀଙ୍କ ମଧ୍ୟରେ ବିଜେଡି ନେତା ସାମିଲ ଥିବା ବେଳେ ପୋଲିସ କେବଳ କଂଗ୍ରେସ ନେତାଙ୍କୁ ଗିରଫ କରିଥିବା ନେଇ ଅଭିଯୋଗ କରିଛନ୍ତି ।

ସାମାଜସେବୀ ତଥା କଂଗ୍ରେସ ନେତା ଶରତଙ୍କ ସହିତ ଅନେକ ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଗିରଫ କରିଥିଲା ମାଲକାନଗିରି ପୋଲିସ । ଏମାନଙ୍କ ମଧ୍ୟରୁ ବରିଷ୍ଠ ନେତା ଶରତଙ୍କ ସହିତ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୧୯ ଜଣଙ୍କୁ ଅଟକ ରଖି ପଚରାଉଚାରା କରାଯାଉଥିବା ମାଲକାନଗିରି ଆଇଆଇସି (Malkangiri IIC) ପ୍ରକାଶ କରିଛନ୍ତି । ଏହି ଘଟଣା ଘଟିବା ପରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟିର ଏକ ଟିମ ମାଲକାନଗିରି ଥାନା ଆସି ଆଇଆଇସିଙ୍କ ସହ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ- ମିଥ୍ୟା ଏନକାଉଣ୍ଟର ଅଭିଯୋଗ, ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ

ପରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଗଣମାଧ୍ୟମକୁ କହିଥିଲେ ଏହିଭଳି ଗିରଫ ଘଟଣାକୁ କଂଗ୍ରେସ ନିନ୍ଦା କରୁଛି । ପୂର୍ବରୁ ଚିତ୍ରକୁଣ୍ଡା ଥାନା ଭଙ୍ଗାରୁଜା ଘଟଣାକୁ କେନ୍ଦ୍ରକରି ମାଲକାନଗିରି ଜିଲ୍ଲା ପୋଲିସ କଂଗ୍ରେସ କର୍ମୀ ମାନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଗୋବିନ୍ଦ ପାତ୍ର । ଏହା ସହ ଏହି ରାସ୍ତା ଅବରୋଧ ଘଟଣାରେ କେବଳ କଂଗ୍ରେସ କର୍ମୀ ନୁହେଁ ବିଜେଡି ନେତା ମାନେ ବି ସାମିଲ ଥିଲେ । କିନ୍ତୁ ବିଜେଡି ନେତାଙ୍କୁ ଛାଡି କେବଳ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ସୂଚନା ଥାଉକି, ଗତ ନଭେମ୍ବର ୧୦ ତାରିଖରେ ୨ଜଣ ବ୍ୟକ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡି ଯୋଗେ ଗଞ୍ଜେଇ ନେଇ ଯାଉଥିଲେ । ସେହି ସମୟରେ କୋରାପୁଟ ପୋଲିସ ତଥା ଯବାନ ପକ୍ଷରୁ ଦୁହିଁଙ୍କ ଉପରକୁ ଗୁଳିଚାଳନା କରିଥିଲେ । ପୋଲିସ ଗୁଳିରେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରଗିଗୁଡ଼ା ଗ୍ରାମର ଧନ କମାର(୪୧) ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ଆହାତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟକୁମାର ନାଗ । ମିଛରେ ତାଙ୍କୁ ମାଓବାଦୀ ଦର୍ଶାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ମାଲକାନଗିରି ଜିଲ୍ଲା କୋତାମାଟା ଗ୍ରାମ ନିକଟ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୃତଦେହକୁ ଖୁବଶୀଘ୍ର ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details