ETV Bharat / state

ରୋଡ ସୋରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା, ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଜୋରଦାର ଚେକିଂ - SECURITY ARRANGEMENT FOR PM VISIT

author img

By ETV Bharat Odisha Team

Published : May 8, 2024, 10:58 PM IST

SECURITY ARRANGEMENT FOR PM VISIT: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ବରରେ ହାଇ ଆଲର୍ଟ୍ । ତନ୍ନତନ୍ନ କରି ଚେକିଂ କରିବା ସହ ସନ୍ଦିଗ୍ଧ ଗତିବିଧିକୁ ଅଧିକ ଗୁରୁତ୍ବ ଦେଇଛି ପୋଲିସ । ସେହିଦିନ ପାଇଁ ପୋଲିସ ତରଫରୁ ଜାରି ହେବ ଟ୍ରାଫିକ ଆଡଭାଇ ଜାରି । ଅଧିକ ପଢନ୍ତୁ

ରୋଡ ଶୋରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା, ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଜୋରଦାର ଚେକିଂ
ରୋଡ ଶୋରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା, ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଜୋରଦାର ଚେକିଂ (ETV Bharat Odisha)

ରୋଡ ଶୋରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା, ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଜୋରଦାର ଚେକିଂ (ETV Bharat Odisha)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ କଡାକଡି ଯାଞ୍ଚ । ସହରରେ ହାଇ ଆଲର୍ଟ ହୋଟେଲ, ମଲରେ ପଶୁଛି ପୋଲିସ । ହୋଟେଲରେ ଅତିଥିଙ୍କ ଯାଞ୍ଚ ସହ ଏବେ ବସ୍ତିରେ‌ ପୋଲିସ । ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଚାରିଆଡେ ଚାଲିଛି ଜୋରଦାର ଚେକିଂ ।ଏନେଇ ଖାରବେଳ ନଗର ଥାନା ଅଞ୍ଚଳରେ ବସ୍ତି, ରାସ୍ତା କଡ, ମାର୍କେଟ ଓ ହୋଟେଲ ବାହାର ଆଦି ସ୍ଥାନରେ ଯାଞ୍ଚ ଚାଲିଛି ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି," ସୁରକ୍ଷାକୁ ନେଇ ସମସ୍ତ ପ୍ରକାର ଦିଗକୁ ଧ୍ୟାନ ଦିଆଯାଉଛି । ରୋଡ଼ ଶୋ ପାଇ ରାସ୍ତାରେ କେଉଁ କେଉଁ ପ୍ରକାର‌ ଚ୍ୟାଲେଞ୍ଜ ଆସି ପାରେ ସେ ନେଇ ଧ୍ୟାନ ଦିଆଯାଉଛି । ଯେହେତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ସବୁଠୁ ବେଶୀ ଥ୍ରେଟ୍ ଅଧିକ ରହିଛି । ଥ୍ରେଟର ଦିଗକୁ ଦୃଷ୍ଟିରେ ରଖି ଯାଞ୍ଚ କରାଯାଉଛି । ଯେଉଁ ବିଡିଟି ଟିମ୍ ରହିଛନ୍ତି ଅର୍ଥାତ୍ ବମ ସ୍କ୍ୱାର୍ଡ ଓ ଡଗ ସ୍କ୍ବାଡ ସେମାନେ ଯାଞ୍ଚ କରୁଛନ୍ତି । ସମସ୍ତ ଗତିବିଧି ଉପରେ ନଜର ରଖାଯାଉଛି ଆଣ୍ଟି ସାର୍ବୋଟେଜ ଯାଞ୍ଚକୁ ପ୍ରାଧାନ୍ୟ ଦିଆଯାଉଛି । ଅର୍ଥାତ୍ ସନ୍ଦିଗ୍ଧ ଗତିବିଧିକୁ ଅଧିକ ନଜର ଦିଆଯାଉଛି‌ । ଉଚ୍ଚ ଅଟାଳିକାରେ ପୋଲିସ ଗାର୍ଡ ଦିଆଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପବ୍ଲିକ କ୍ରାଉଡ ମ୍ୟାନେଜମେଣ୍ଟ ପାଇ ଅଲଗା ଆରେଞ୍ଜମେଣ୍ଟ ବା ପୋଲିସ ମୁତୟନ ବ୍ୟବସ୍ଥା କରାଯିବ । ରୋଡୋ ସୋ ପାଇଁ ଥିବା ରାସ୍ତାର ଆଖି ପାଖ ଯେତେ ଏରିଆ ଅଛି ସବୁକୁ ସାନିଟାଇଜ ବା ଚେକ୍ କରାଯାଉଛି । ସନ୍ଦିଗ୍ଧ ଲୋକ କେହି ରହୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ ହେଉଛି । ଯେହେତୁ ମେନ୍ ରୋଡ଼ ରହିଛି ପାଖରେ ହୋଟେଲ ଅଛି ଅନ୍ୟ ଆବାସିକ ସ୍ଥାନ ରହୁଛି । ବାହାର‌ ଲୋକ ମଧ୍ୟ ଅନେକ ରହୁଛନ୍ତି । ସେମାନଙ୍କ ବିଷୟରେ ଜାଣିବା ପାଇଁ ଯାଞ୍ଚ କରାଯାଉଛି । ଏପରିକି ଲୋକଙ୍କୁ ମଧ୍ୟ ସୂଚନା ଦେବା ପାଇଁ କୁହାଯାଇଛି । ସମସ୍ତ ଅଞ୍ଚଳ ଯେପରି ସୁରକ୍ଷିତ ରହିବ ସେ ସେ ଦିଗକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ।

ଯେହେତୁ ସେହିଦିନ ଅକ୍ଷୟ ତୃତୀୟା ରହିଛି । ସେନେଇ ଲୋକଙ୍କ ମାର୍କେଟରେ ଗହଣା ବା କିଣାକିଣି ପାଇଁ ମଧ୍ୟ ଭିଡ ରହିବ । ପୋଲିସ ତରଫରୁ ଟ୍ରାଫିକ ଆଡଭାଇ ଜାରି ରହିବ । ଅପରାହ୍ନ ପରଠୁ ସୁରକ୍ଷା ବଢାଯିବ ନୋ ଭେଇକିଲ ଜୋନ ସହ ନୋ ଫ୍ଲାଇ ଜୋ ଘୋଷଣା ହେବ । ରାସ୍ତା ଉଭୟ ପାର୍ଶରୁ ବନ୍ଦ‌ ରହିବ । ଗାଡି ଚଳାଚଳ କଣ୍ଟ୍ରୋଲ କରାଯିବ ।


ଏହା ମଧ୍ୟ ପଢନ୍ତୁ......ଅକ୍ଷୟ ତୃତୀୟାରେ ମୋଦିଙ୍କ ରୋଡ଼ ସୋ', ରାମ ମନ୍ଦିରଠୁ ବାଣୀବିହାର ରାସ୍ତା ହେବ ସିଲ୍‌ - PM Modi Road Show In Bhubaneswar


ତେବେ ଚେକିଂ ବେଳେ ଏସପିଜି ଅଧିକାରୀ ରାସ୍ତା କଡରେ ଥିବା ବିଭିନ୍ନ ଟ୍ରାଫିକର ସିଗ୍ନାଲ ବକ୍ସ ଓ ସ୍ମାର୍ଟ ସିଟି ପ୍ରୋଜକ୍ଟର ଇଲୋକ୍ଟ୍ରୋନିକ୍ସ ବକ୍ସ । ବିଦ୍ୟୁତ୍ ସପ୍ଲାଏ ପାଇଁ ରାସ୍ତା କଡରେ ବସିଥିବା ପ୍ୟାନେଲ ଫ୍ୟୁଜ ଓ ମିଟର ବକ୍ସ ମଧ୍ୟ ଆଦିକୁ ଯାଞ୍ଚ କରିଛନ୍ତି ।ଏପରିକି ଯେଉଁ ସବୁ ଝାମ୍ପୁଲା ଗଛ ରହିଛି ସେସବୁକୁ ସିକୁରିଟି ଦୃଷ୍ଟିରୁ ମଧ୍ୟ ଯାଞ୍ଚ କରାଯାଉଛି ଆବଶ୍ୟକ ପଡ଼ିଲେ ଭିଜିବଲ ପାଇଁ ମଧ୍ୟ କିଛି ସ୍ଥାନରେ ଡାଳ କଟାଯାଉଛି। ।ଏନେଇ ଭୁବନେଶ୍ୱର ଡିସିପି ଏସପିଜିର ଏକ ଟିମ୍ ମଧ୍ୟ ବୁଲି ବୁଲି ସେସବୁ ଦିଗ ଉପରେ ଯାଞ୍ଚ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.