ମିଥ୍ୟା ଏନକାଉଣ୍ଟର ଅଭିଯୋଗ, ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ

author img

By

Published : Nov 14, 2022, 12:35 PM IST

Updated : Nov 14, 2022, 12:52 PM IST

false encounter allegation malkangiri police arrested protesters

କୋରାପୁଟ ଜିଲ୍ଲା ବୈପାରିଗୁଡା ମାଳିପଦରରେ ପୋଲିସ ଏନକାଉଣ୍ଟର ଘଟଣା । ମାଲକାନଗିରି ଜିଲ୍ଲା 326 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ମାଲକାନଗିରି: କୋରାପୁଟ ଜିଲ୍ଲା ବୈପାରିଗୁଡା ମାଳିପଦରରେ ମାଓବାଦୀଙ୍କ ଉପରେ ପୋଲିସ ଗୁଳିଚାଳନା କରିଥିଲା । ଯେଉଁଥିରେ ମାଓବାଦୀ ପରିବର୍ତ୍ତେ ଜଣେ ନୀରିହ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ମାଲକାନଗିରି ଜିଲ୍ଲା 326 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ଘଟଣାରେ ସାମାଜସେବୀ ଶରତ ବୁରୁଦାଙ୍କ ସହିତ ଅନେକ ଆନ୍ଦୋଳନକାରୀ ରାତି ଅଧିଆ ପୋଲିସ ଗିରଫ କରିଛି ।

ମିଥ୍ୟା ଏନକାଉଣ୍ଟର ଅଭିଯୋଗ, ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ

ସାମାଜସେବୀ ଶରତ ବୁରୁଦାଙ୍କ ସମେତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ 19 ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ମାଲକାନଗିରି ଆଇଆଇସି ସୂଚନା ଦେଇଛନ୍ତି । ସେପଟେ କୋରାପୁଟରୁ ଧନ କୁମାରର ମୃତ ଶରୀର ଆଣିବାକୁ ପରିବାର ଲୋକଙ୍କୁ କୋରାପୁଟ ପଠାଇଛି ମାଲକାନଗିରି ପୋଲିସ । ଏନେଇ ମାଲକାନଗିରି ଆଇଆଇସି କହିଛନ୍ତି, " ଏହି ଘଟଣାରେ ମୋଟ 4 ଜଣଙ୍କୁ ଗିରଫ କରାଯାଇଛି ଏବଂ ଏନେଇ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ କୋରାପୁଟରେ ଏହି ମାମଲାର ତଦନ୍ତ ଜାରି ରହିଛି।"

ସୂଚନା ଥାଉକି, ଗତ ନଭେମ୍ବର 10 ତାରିଖରେ 2 ଜଣ ବ୍ୟକ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡି ଯୋଗେ ଗଞ୍ଜେଇ ନେଇ ଯାଉଥିଲେ । ସେହି ସମୟରେ କୋରାପୁଟ ପୋଲିସ ତଥା ଯବାନ ପକ୍ଷରୁ ଦୁହିଁଙ୍କ ଉପରକୁ ଗୁଳିଚାଳନା କରିଥିଲେ । ପୋଲିସ ଗୁଳିରେ ମାଲକାନଗିରି ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ସରଗିଗୁଡ଼ା ଗ୍ରାମର ଧନ କମାର(୪୧) ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ସେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟକୁମାର ନାଗ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ: ମାଓବାଦୀ ଦର୍ଶାଇ ଏନକାଉଣ୍ଟର ଅଭିଯୋଗ, ଗ୍ରାମବାସୀଙ୍କ ରାସ୍ତାରୋକ

ମିଛରେ ତାଙ୍କୁ ମାଓବାଦୀ ଦର୍ଶାଇ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଓ ଗ୍ରାମବାସୀ ମାଲକାନଗିରି ଜିଲ୍ଲା କୋତାମାଟା ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୃତଦେହକୁ ଖୁବଶୀଘ୍ର ହସ୍ତାନ୍ତର ପାଇଁ ଗ୍ରାମବାସୀ ଦାବି କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

Last Updated :Nov 14, 2022, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.