ମାଓବାଦୀ ଦର୍ଶାଇ ଏନକାଉଣ୍ଟର ଅଭିଯୋଗ, ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Nov 13, 2022, 7:20 PM IST

ମାଓବାଦୀ ଦର୍ଶାଇ ଏନକାଉଣ୍ଟର ଅଭିଯୋଗ, ଗ୍ରାମବାସୀଙ୍କ ରାସ୍ତାରୋକ

କୋରାପୁଟ ଜିଲ୍ଲାର ବୈପାରିଗୁଡା ମାଳିପଦର ଜଙ୍ଗଲ ଭିତରେ ୨ଜଣକୁ ମାଓବାଦୀ ଦର୍ଶାଇ ମିଥ୍ୟା ଏନକାଉଣ୍ଟର କରିଥିବା ଅଭିଯୋଗରେ ରାସ୍ତାରୋକ । ଅଧିକ ପଢନ୍ତୁ

ମାଲକାନଗିରି : ମିଥ୍ୟା ଏନକାଉଣ୍ଟର ଅଭିଯୋଗରେ ରାସ୍ତାରୋକ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ। ବୈପାରିଗୁଡା ମାଳିପଦର ଜଙ୍ଗଲ ଭିତରେ ୨ ଜଣଙ୍କୁ ମାଓବାଦୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ତେବେ ପୋଲିସ ଏନକାଉଣ୍ଟରର ଶିକାର ହୋଇଥିବା ଦୁଇଜଣ ମାଓବାଦୀ ନଥିଲେ ବୋଲି କହିଛନ୍ତି ତାଙ୍କ ପରିବାର ଲୋକେ । ମିଛରେ ତାଙ୍କୁ ମାଓଦାବୀ ଦର୍ଶାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ । ଏହାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ ମାଲକାନଗିରି ଜିଲ୍ଲା କୋତାମାଟା ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ମାଓବାଦୀ ଦର୍ଶାଇ ଏନକାଉଣ୍ଟର ଅଭିଯୋଗ, ଗ୍ରାମବାସୀଙ୍କ ରାସ୍ତାରୋକ

ସୂଚନା ଅନୁଯାୟୀ, ଗତ ନଭେମ୍ବର 10 ତାରିଖରେ 2 ଜଣ ବ୍ୟକ୍ତି ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡି ଯୋଗେ ଗଞ୍ଜେଇ ନେଇ ଯାଉଥିଲେ। ସେହି ସମୟରେ କୋରାପୁଟ ପୋଲିସ ତଥା ଯବାନ ପକ୍ଷରୁ ଦୁହିଁଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପୋଲିସ ଗୁଳିରେ ମାଲକାନଗିରି ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ସରଗିଗୁଡ଼ା ଗ୍ରାମର ଧନ କମାର(୪୧) ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ସେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟକୁମାର ନାଗ ବୋଲି ଜଣାପଡିଛି ।

ଅନ୍ୟପଟେ ଏନେଇ ନିରୀହ ଲୋକଙ୍କୁ ନକ୍ସଲ ସଜାଇ ପୋଲିସ ଏନକାଉଣ୍ଟର କରି ମାରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ। ଏନେଇ ପରିବାରବର୍ଗ ତଥା ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ମୁତାବକ କାଉଡ଼ିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ ଧନ କମାର । ଏବେ ସେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପରିବାରର ଭରଣପୋଷଣ କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏନେଇ ଆଜି ଦିନ ତମାମ ଜୟପୁର ମାଲକାନଗିରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୃତଦେହକୁ ଖୁବଶୀଘ୍ର ହସ୍ତାନ୍ତର ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.