ଓଡିଶା

odisha

ଓଡିଶାକୁ ପୁଣି ଆନ୍ଧ୍ରର ଚ୍ୟାଲେଞ୍ଜ, କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଦ୍ବିତୀୟ ଜନସମ୍ପର୍କ ଶିବିର

By

Published : Sep 13, 2021, 10:39 PM IST

ଓଡିଶାକୁ ପୁଣି ଆନ୍ଧ୍ରର ଚ୍ୟାଲେଞ୍ଜ, କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଦ୍ବିତୀୟ ଜନସମ୍ପର୍କ ଶିବିର
ଓଡିଶାକୁ ପୁଣି ଆନ୍ଧ୍ରର ଚ୍ୟାଲେଞ୍ଜ, କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଦ୍ବିତୀୟ ଜନସମ୍ପର୍କ ଶିବିର ()

ସୀମା ବିବାଦକୁ ନେଇ ଓଡିଶାକୁ ପୁଣି ଖୋଲା ଚ୍ୟାଲେଞ୍ଜ ଦେଲା ଆନ୍ଧ୍ର । କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଦ୍ବିତୀୟ ଜନ ସମ୍ପର୍କ ଶିବିର କଲା ଆନ୍ଧ୍ର ସରକାର । ଅଧିକ ପଢନ୍ତୁ...

କୋରାପୁଟ: ସୀମା ବିବାଦକୁ ନେଇ ଓଡିଶାକୁ ପୁଣି ଖୋଲା ଚ୍ୟାଲେଞ୍ଜ ଦେଲା ଆନ୍ଧ୍ର । ଦୁଇ ରାଜ୍ୟର ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସାରେ ଆନ୍ଧ୍ର ସରକାର ଦ୍ଵିତୀୟ ଥର ପାଇଁ ଆଜି ପୁଣିଥରେ ଜନସମ୍ପର୍କ କାର୍ଯ୍ୟକ୍ରମ ‘ସ୍ପନ୍ଦନ’ର ଦ୍ଵିତୀୟ ଶିବିର ଆୟୋଜନ କରି ଓଡିଶାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିବା ଦେଖିବାକୁ ମିଳିଛି ।

ଓଡିଶାକୁ ପୁଣି ଆନ୍ଧ୍ରର ଚ୍ୟାଲେଞ୍ଜ, କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଦ୍ବିତୀୟ ଜନସମ୍ପର୍କ ଶିବିର

ଗତ ସପ୍ତାହରେ ସାଲୁରରେ ଥିବା ଆନ୍ଧ୍ରପ୍ରଦେଶର ପୋଲିସ ଅଧିକାରୀ ରୋହିଣୀ କୁମାରଙ୍କ ନେତୃତ୍ବରେ ପୋଲିସ ଅଧିକାରୀମାନେ ନେରେଡିବାଲାସା, ଧୁକିପଦର ଓ ଅନ୍ୟାନ୍ୟ ଗ୍ରାମ ବୁଲିବା ସହ ସେଠାରେ ଜନସମ୍ପର୍କ ଶିବିର ଆୟୋଜନ କରିଥିଲେ । ଆଜି ମଧ୍ୟ ସେମାନେ ନେରେଡିବାଲାସାରେ ଲୋକଙ୍କ ନିକଟରୁ ଅଭିଯୋଗପତ୍ର ସଂଗ୍ରହ କରି ସେମାନଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅଭୟବାଣୀ ଦେଇଛନ୍ତି ।

ତେବେ ଗତ ସୋମବାର ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ସ୍ପନ୍ଦନକୁ ନେଇ କୋରାପୁଟ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପଟେ ଓଡିଶା ସରକାରଙ୍କ ତରଫରୁ କୌଣସି ପ୍ରତିବାଦ ନ ହେବା ଫଳରେ ଆନ୍ଧ୍ର ଆଜି ପୁଣିଥରେ ଦ୍ଵିତୀୟ ଥର ପାଇଁ ଅନୁରୂପ କାର୍ଯ୍ୟକ୍ରମ କରି ଲୋକଙ୍କୁ ଆକର୍ଷିତ କରିବା ପାଇଁ ସାହସ କରିପାରିଥିବା ମଧ୍ୟ ଅଭିଯୋଗ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details