ଓଡିଶା

odisha

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ପଞ୍ଚଦିବସୀୟ ମହାଯଜ୍ଞ ଶୁଭାରମ୍ଭ

By ETV Bharat Odisha Team

Published : Dec 17, 2023, 6:42 AM IST

Sabar Srikhetra Golden Jublee Celebration: ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠାର 50 ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଛି ପଞ୍ଚ ଦିବସୀୟ ସୁବର୍ଣ୍ଣ ଉତ୍ସବ । ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

golden jublee celebration
ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠାର 50 ବର୍ଷ ପୂର୍ତ୍ତି

ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠାର 50 ବର୍ଷ ପୂର୍ତ୍ତି

କୋରାପୁଟ: ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠାର 50 ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଛି ପଞ୍ଚ ଦିବସୀୟ ସୁବର୍ଣ୍ଣ ଉତ୍ସବ । ଦିବ୍ୟ ଜଳକୁ ଧରି କଳସ ଯାତ୍ରା, ଯଜ୍ଞ ମଣ୍ଡପ ନିକଟରେ ଅଙ୍କୁରାରୋପଣ ଓ ମହାଯଜ୍ଞ ହୋଇଛି । ଏହା ସହିତ ଆଜି ସନ୍ଧ୍ୟାରେ ମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀ ଏବଂ ଜଗନ୍ନାଥ ଚେତନାର ବିଶିଷ୍ଟ ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସମେତ ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ସମ୍ପନ୍ନ ହୋଇଯାଇଛି ଉଦଘାଟନୀ ଉତ୍ସବ। ଶନିବାର ଦିନ ଶ୍ରୀକ୍ଷେତ୍ର ପୁରୀରୁ ପଣ୍ଡିତ ରଥଶର୍ମାଙ୍କ ଅଧ୍ୟକ୍ଷତାରେ ଆସିଥିବା ପଣ୍ଡିତମାନଙ୍କ ଦ୍ୱାରା ପଞ୍ଚଦିବସୀୟ ମହାଯଜ୍ଞର ଶୁଭାରମ୍ଭ ହୋଇଛି । ଏହାସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ମଧ୍ୟ ଉଦଘାଟନ କରାଯାଇଥିବା କହିଛନ୍ତି ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ।

ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି, "ଆଦିବାସୀ ଓ ଜଗନ୍ନାଥ ଚେତନା ବିଷୟକୁ ନେଇ 17 ଓ 18 ତାରିଖରେ ଆୟୋଜିତ ହେବ ଆଲୋଚନା ଚକ୍ର । ଏହି ଦୁଇ ଦିନିଆ ଆଲୋଚନା ଚକ୍ରରେ ଜଗନ୍ନାଥ ସଂସ୍କୃତିର ବହୁ ବିଦ୍ୱାନ ଦେଶର ବିଭିନ୍ନ ସ୍ଥାନରୁ ଯୋଗ ଦେଉଛନ୍ତି । ଗତ ଅକ୍ଟୋବର ମାସରେ ଆରମ୍ଭ ହୋଇଥିଲା 'ଶ୍ରୀ ଜଗନ୍ନାଥ ମନ୍ତ୍ର ଜପ ଓ ଲିଖନ' । ଯାହାକି ବେଶ ପ୍ରଶଂସା ସାଉଣ୍ଟିଛି । ଉତ୍ସବର ଅନ୍ତିମ ଦିବସରେ ଏହାର ପୂର୍ଣ୍ଣାହୂତି ଦିଆଯିବ ।"

"ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତ୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର ବା କୋରାପୁଟର ଜଗନ୍ନାଥ ମନ୍ଦିର ପରିସର । ଏହି ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଏହି ମନ୍ଦିର ସହିତ ଆଦିବାସୀ ସମ୍ପୃକ୍ତ ହୋଇ ମହାପ୍ରଭୁଙ୍କୁ ନିଜର କରିନେଇଛନ୍ତି" ବୋଲି ମତ ରଖିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, "ଏହି ମନ୍ଦିର 50 ବର୍ଷରେ ପହଞ୍ଚିବା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପା ।" କହିଛନ୍ତି ଶାବର ଶ୍ରୀକ୍ଷେତ୍ର ସମ୍ପାଦକ ଜଗବନ୍ଧୁ ସାମଲ ।

ଏହା ବି ପଢନ୍ତୁ...ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀକୁ ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମନ୍ଦିର ମଧ୍ୟରେ ତିନି ଠାକୁରଙ୍କୁ ଦର୍ଶନ ଓ ପୂଜା କରିବା ସହ ଜଗନ୍ନାଥ ଚେତନାର ସ୍ପର୍ଶ ପାଇ ପୁଲକିତ ହୋଇ ଉଠନ୍ତି । ଏକ ଛୋଟ ଟିଣ ଛାତ ଘରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଆଜି ନିଜ କାୟା ବିସ୍ତାର କରି ବର୍ଣ୍ଣନା କରୁଛି ଅନେକ କାହାଣୀ ।
ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ ଏବଂ ଏଠାରେ କୌଣସି ବାଛ ବିଚାର ନଥିବା କୁହାଯାଏ । ପଣ୍ଡାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକମାନେ ମୁଖ୍ୟ ପୂଜା ସମ୍ପାଦିତ କରିବା ସହ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତିଠାରୁ କରିଥାଆନ୍ତି । ଏହାସହ ଆନନ୍ଦ ବଜାରକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ସେବାର ଦାୟିତ୍ୱ ତୁଲାଇଥାନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details