ETV Bharat / state

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀକୁ ଆସିପାରନ୍ତି ମୁଖ୍ୟମନ୍ତ୍ରୀ

author img

By

Published : Feb 4, 2023, 8:13 PM IST

ଶାବର ଶ୍ରୀକ୍ଷେତ୍ର କୋରାପୁଟ ର ଜଗନ୍ନାଥ ମନ୍ଦିର ସୁବର୍ଣ୍ଣ ଜୟନ୍ତି ପାଳିତ ହେବାକୁ ଯାଉଛି । ଅଧିକ ପଢନ୍ତୁ

କୋରାପୁଟ ର ଜଗନ୍ନାଥ ମନ୍ଦିରରେ ୫-T ସଚିବ ଭି.କେ.ପାଣ୍ଡିଆନ
କୋରାପୁଟ ର ଜଗନ୍ନାଥ ମନ୍ଦିରରେ ୫-T ସଚିବ ଭି.କେ.ପାଣ୍ଡିଆନ

କୋରାପୁଟ ର ଜଗନ୍ନାଥ ମନ୍ଦିରରେ ୫-T ସଚିବ ଭି.କେ.ପାଣ୍ଡିଆନ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟ ର ଜଗନ୍ନାଥ ମନ୍ଦିରରେ 5-T ସଚିବ ଭି.କେ.ପାଣ୍ଡିଆନ । ଆଜି 5-T ସଚିବ ଭି.କେ.ପାଣ୍ଡିଆନ ମନ୍ଦିର କୁ ଯାଇ ଜଗନ୍ନାଥ ଙ୍କ ଦର୍ଶନ କରିଛନ୍ତି । ଏହାସହ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମାନଙ୍କ ସହିତ ମନ୍ଦିର ର ବିକାଶ ବିଷୟରେ ଆଲୋଚନା କରିଥିଲେ । ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିରର ପାଚେରୀ ନିର୍ମାଣ , ସ୍ଥାୟୀ କଲ୍ୟାଣ ମଣ୍ଡପ ନିର୍ମାଣ ଭଳି 11 ଟି ଆବଶ୍ୟକତା ପୁରଣ କରିବା ପାଇଁ ପାଣ୍ଡିଆନଙ୍କୁ ଅନୁରୋଧ କରାଯାଇଥିଲେ । କିନ୍ତୁ ଦୁଇଟି ପ୍ରମୁଖ ଆବଶ୍ୟକତାକୁ ଜଣାଇବା ପାଇଁ ପାଣ୍ଡିଆନ ଆଗ୍ରହ ପ୍ରକାଶ କରିବା ପରେ ମନ୍ଦିରରେ ଏକ ଉପାସନା ଗୃହ ତଥା ବିଶାଳ ଅଡିଟରିମ ନିର୍ମାଣ କରିବା ପାଇଁ ମନ୍ଦିର ପରିଚାଳନା କମିଟି ଅନୁରୋଧ କରିଥିଲେ ।

1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତି ପାଳିତ ହେଉଛି । ଏହି ଉତ୍ସବରେ ନିଜେ ପାଣ୍ଡିଆନ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆଣିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମନ୍ଦିର ର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି । ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଉଛନ୍ତି । ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା , ଯୁଗେ ଯୁଗେ ଜଗନ୍ନାଥ , ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତ ଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଜଗତ ବ୍ୟାପି ଉପସ୍ଥିତି ର ଭାବ ପ୍ରକାଶ କରିଥାଏ ।

ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଶ୍ରୀମନ୍ଦିର ମଧ୍ୟରେ ତିନି ଠାକୁରଙ୍କୁ ଦର୍ଶନ ଓ ପୂଜା କରିବା ସହ ଜଗନ୍ନାଥ ଚେତନାର ସ୍ପର୍ଶ ପାଇ ପୁଲକିତ ହୋଇ ଉଠନ୍ତି । ଏକ ଛୋଟ ଟିଣ ଛାତ ଘରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଆଜି ନିଜ କାୟା ବିସ୍ତାର କରି ବର୍ଣ୍ଣନା କରୁଛି ଅନେକ କାହାଣୀ । ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭୀଡ଼ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ ଏବଂ ଏଠାରେ ନାହିଁ କୌଣସି ବାଛ ବିଚାର । ପଣ୍ଡା ଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକ ମାନେ ମୁଖ୍ୟ ପୂଜା ସମ୍ପାଦିତ କରୁଥିବା ବେଳେ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ଠାରୁ ଆରମ୍ଭ କରି ଆନନ୍ଦବଜାରକୁ ନୀତି ଆସୁଥିବା ହଜାର ହଜାର ଭକ୍ତଙ୍କ ସେବାର ଦାୟିତ୍ୱ ତୁଲାଇଥାନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.