କୋରାପୁଟ: ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତି ଇଲାକା କୋରାପୁଟର ମାଛକୁଣ୍ଡ ଓ ମାଲକାନଗିରି ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ । ଜିଲ୍ଲା ପୋଲିସ, ଏସ୍ଓଜି, ଡିଭିଏଫ୍ର ମିଳିତ ମାଓ ଅପରେସନ୍ ସଫଳ ହୋଇଛି । ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଇଲାକା କୋରାପୁଟ ମାଛକୁଣ୍ଡ, ମାଲକାନଗିରି କୁସୁମପୁଟ, ମାତାମ୍ପୁଟ ସମେତ ଆନ୍ଧ୍ର ପ୍ରଦେଶର ଆଲୁରି ସିତରମରାଯୁ ଜିଲ୍ଲାର ଯୋଡ଼ିଗୁମ୍ମା ଅଞ୍ଚଳ, ମୁଦୁଲିପଡ଼ା ଥାନା ଅଞ୍ଚଳରେ ଅପରେସନ ଓଡ଼ିଶା ପୋଲିସ ଓ ବିଏସଏଫର ମିଳିତ ସର୍ଚ୍ଚ ଅପରେସନ ହୋଇଥିଲା ।
ଅନ୍ଦ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିପୁଟ ନିକଟ ଜଙ୍ଗଲ ମଧ୍ୟରୁ ମାଓବାଦୀଙ୍କ ବାରୁଦଗଦା ଠାବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି, କୋରାପୁଟ ଏସପି ବରୁଣ କୁଣ୍ଟୁପାଲି । ବିପୁଳ ବିସ୍ଫୋରକ, ୩୧ଟି ଜିଲାଟିନ୍ ଷ୍ଟିକ୍, ୧୧ ଇଲେକ୍ଟ୍ରିକ ଡିଟୋନେଟର, ୨ଟି ଟିଫିନ ବୋମା, ଗୋଟିଏ ପ୍ରେସର୍ କୁକର ବୋମା, ୭୦ ହଜାର ଟଙ୍କା ୫୦୦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଅପରେସନ ନେଇ କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।