ETV Bharat / state

ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ଦେଲେ ସରକାରୀ ଯୋଜନାର ତାଲିକା, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ - CM Target Opposition Leader

author img

By ETV Bharat Odisha Team

Published : May 4, 2024, 1:51 PM IST

Updated : May 4, 2024, 2:04 PM IST

NAVEEN PATNAIK IN KORAPUT
NAVEEN PATNAIK IN KORAPUT(etv bharat odisha)

Naveen Patnaik Target Opposition Leader: କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସଭାରେ ଲୋକଙ୍କୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ । ଅଧିକ ପଢନ୍ତୁ

NAVEEN PATNAIK IN KORAPUT (etv bharat odisha)

କୋରାପୁଟ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଆଜି ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ଗଜପତି ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିବାକୁ ଥିବା ବେଳେ ପ୍ରଥମେ କୋରାପୁଟ ଗସ୍ତ କରିଥିଲେ ନବୀନ । ଆଜି ସକାଳେ ପ୍ରଥମେ ଭୁବନେଶ୍ବରୁ ବିମାନ ଯୋଗେ ଭୁବନେଶ୍ବରରୁ ବାହାରି ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲେ । ସେଠାରୁ ହେଲିକପ୍ଟର ଜରିଆରେ କୋରାପୁଟ ଓଏମପି ପଡିଆରେ ପହଞ୍ଚିଥିଲେ । ଏହାପରେ ଜନସଭାକୁ ସମ୍ବୋଧିତ କରିଥିଲେ। ବିପୁଳ ମାତ୍ରାରେ ଜନସମାଗମ ହୋଇଥିବା ବେଳେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିଲେ ।

ବିରୋଧୀଙ୍କୁ ଶାଣିତ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ । ଉଦବୋଧନ ସମୟରେ ପ୍ରଥମେ ଜନମଙ୍ଗଳକାରୀ ତଥା ସରକାରୀ ଯୋଜନା ବିଷୟରେ ପଚାରି ବୁଝିଥିଲେ ନବୀନ । ସେ କହିଥିଲେ, ମମତା ଯୋଜନା ଭଲ ହେଉଛି ? କାଳିଆ ଯୋଜନା ଭଲ କି? ମିଶନ ଶକ୍ତି ଭଲ କି? ବିଏସକେଓ୍ବାଇ ଭଲ କି? ଏବଂ ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ବୋଲି ଜନସଭାକୁ ଆସିଥିବା ଲୋକଙ୍କୁ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ବିରୋଧୀଙ୍କୁ ଶାଣିତ ଟାର୍ଗେଟ କରିଥିଲେ । ବିରୋଧୀ ମିଥ୍ୟାକଥା କହୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେ ଉଦବୋଧନ ଦେଇ କହିଥିଲେ, "ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ ମିଛ କଥା କହୁଛନ୍ତି । ଆପଣମାନେ ମୋତେ ଏବଂ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ । ଏମଏଲଏ ଏବଂ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେଇ ଭୋଟ ଦିଅନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଜୟପୁରରେ ପାଣ୍ଡିଆନଙ୍କ ରୋଡ ଶୋ: ବିରୋଧିଙ୍କୁ ଟାର୍ଗେଟ କଲେ, ଭୋଟ ମାଗିଲେ - VK PANDIAN CAMPAIGN

ନିର୍ବାଚନୀ ସଭାରେ ପାଣ୍ଡିଆନଙ୍କ ସହିତ ବିଜେଡିର କୋରାପୁଟ ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକ୍କା, କୋରାପୁଟ ବିଧାୟକ ପ୍ରାର୍ଥୀ ରଘୁରାମ ପଡାଲ, ଜୟପୁର ବିଧାୟକ ପ୍ରାର୍ଥିନୀ ଇନ୍ଦିରା ନନ୍ଦ, ପଟାଙ୍ଗି ବିଧାୟକ ପ୍ରାର୍ଥୀ ଏବଂ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିଥିଲେ । ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଏବଂ 28 ବିଧାନସଭାରେ ମତଦାନ ହେବାକୁ ଥିବା ବେଳେ ହାତରେ ମାତ୍ର ଆଉ ଦିନ କେଇଟା ବାକି ରହିଛି । 3ଜଣ ଜୋରଦାର ପ୍ରଚାର କରୁଥିବା ନଜର ଆସୁଛି । ଏହି ପରୀପ୍ରେକ୍ଷୀରେ ଆଜି ବିଜେଡି ପାଇଁ ପ୍ରଚାର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, କୋରାପୁଟ

Last Updated :May 4, 2024, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.