ଓଡିଶା

odisha

DoT Fest: ଅଷ୍ଟମ ସନ୍ଧ୍ୟାରେ ପୁରୁଣା ଅନୁଭୂତି ତାଜା କଲେ ଉଦିତ-ଅଲକା

By

Published : Jan 23, 2023, 8:28 AM IST

eighty day of dot fest
eighty day of dot fest ()

ଶେଷ ହୋଇଛି ଡଟ ଫେଷ୍ଟର ଅଷ୍ଟମ ସନ୍ଧ୍ୟା । ବଲିଉଡ ସିଙ୍ଗର ଉଦିତ ଓ ଅଳକାଙ୍କ ଗୀତରେ ଝୁମିଲେ ଦର୍ଶକ । ପ୍ରଥମେ ମଞ୍ଚ ସମ୍ଭାଳିଥିଲେ ସତ୍ୟଜିତ । ଅଧିକ ପଢନ୍ତୁ

eighty day of dot fest

ଭୁବନେଶ୍ବର:ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରାଜଧାନୀରେ ଜାରି ରହିଛି ଡଟ ଫେଷ୍ଟ । ସନ୍ଧ୍ୟା ହେଲେ ଜମୁଛି ଗୀତ ନାଚର ଆସର । ରଙ୍ଗୀନ ଆଲୋକ ମାଳା ସାଙ୍ଗକୁ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଖାଦ୍ୟର ମଜା ଉଠାଉଛନ୍ତି ରାଜଧାନୀ ବାସୀ । ଏହାରି ମଧ୍ୟରେ ଡଟ ଫେଷ୍ଟର ଅଷ୍ଟମ ସନ୍ଧ୍ୟା ଶେଷ ହୋଇଛି । ଯାହା ଦ୍ବିତୀୟ ସପ୍ତାହର ପ୍ରଥମ ଦିନ । ଅଷ୍ଟମ ସନ୍ଧ୍ୟା ଟିକିଏ ନିଆରା ଥିଲା । କାହିଁକିନା ମଞ୍ଚରେ ଅନେକ ପୁରୁଣା ଗୀତ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

‘ସୁହାନା ସଫର’ ମ୍ୟୁଜିକାଲ କନସର୍ଟରେ ପୁରୁଣା ଦିନର ଅନୁଭୂତି ତାଜା କରିଥିଲେ ବଲିଉଡ ସିଙ୍ଗର ଉଦିତ ନାରାୟଣ ଓ ଅଲକା ୟାଗନିକ । ନିଜର ସୁ ମଧୁର କଣ୍ଠରେ ଗୀତ ପରିବେଷଣ କରି ରାଜଧାନୀର ଶୀତୁଆ ରାତିକୁ ମତୁଆଲା କରିଥିଲେ । ଏଥି ସହ ଓଡିଶାର ଲୋକପ୍ରିୟ ଗାୟକ ସତ୍ୟଜିତ ଜେନା ମଧ୍ୟ ନିଜର ସୁମଧୁର ସ୍ୱର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ ।

ଉଦିତଙ୍କ ଓଡିଆ ଗୀତରେ ଝୁମିଲେ ଦର୍ଶକ:ତେବେ ସନ୍ଧ୍ୟାର ପାପା କେହେତେ ହେଁ ବଡା ନାମ କରେଗା ସଙ୍ଗୀତରୁ ମଞ୍ଚକୁ ପ୍ରବେଶ କରିଥିଲେ ଉଦିତ । ଏହାପରେ ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଉଦିତଙ୍କ କଣ୍ଠରେ ଓଡିଆ ଆଲବମ ଗୀତ ପ୍ରଥମ ପ୍ରେମର ପ୍ରଥମ ଚିଠି ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାକି ପରିବେଶକୁ ରୁଦ୍ଧିମନ୍ତ କରିଥିଲା । ପରେ ପରେ ଆକାଶେ କି ରଙ୍ଗ ଲାଗିଲା, ଆଖିରେ ଆଖି ମିଶେଇ ଓଡିଆ ସଙ୍ଗୀତ ଭେଟି ଦେଇଥିଲେ । ଏହାବ୍ୟତୀତ ଯାଦୁ ତେରୀ ନଜର, ଅକେଲେ ହମ, ପେହେଲା ନଶା, ନଜର ମେରେ ଦିଲ କୋ, ହୋଗୟା ହେ ତୁଝକୋ, ଯୋ ମେରି ରୁହ କୋ, କିସି ଡିସକୋ ମେଁ ଜାୟେ, ମେଁ ନିକଲା ଗାଡି ଲେକେ, ଆଦି ସଙ୍ଗୀତ ପରିବେଷଣ କରିଥିଲେ।

ଅଲକାଙ୍କ ଗଣ୍ଠରେ ତାଜା ହୋଇଗଲା ପୁରୁଣା ଗୀତ:ସେହିପରି କଣ୍ଠଶିଳ୍ପୀ ଅଲକା ୟା‌ଗନିକ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲେ । ମେରେ ଅଙ୍ଗନମେ ତୁମହାରା କ୍ୟା କାମ ହେ, ସଙ୍ଗୀତରୁ ମଞ୍ଚକୁ ଆସିଥିଲେ । ପରେ ପରେ ଟିପ୍‌ ଟିପ୍‌ ବର୍ଷାରେ ଦର୍ଶକଙ୍କ ଭିଜାଇଲେ। ଏହାପରେ ଦେଖା ହେ ପେ‌ହେଲି ବାର, ଦିଲବର ଦିଲବର, ଛମା ଛମା ବାଜେ ରେ, ଅଗର ତୁମ ସାଥ ହୋ, ବୋଲେ ଚୁଡିଆଁ, ଏକ ଦୋ ତିନ ସଙ୍ଗୀତ ପରିବେଷଣ କରିଥିଲେ।

ଝୁମାଇଲେ ସତ୍ୟଜିତ ଜେନା: କାର୍ଯ୍ୟକ୍ରମ ଆରମ୍ଭରୁ ମଞ୍ଚକୁ ପ୍ରବେଶ କରିଥିଲେ ଓଡିଆ କଣ୍ଠଶିଳ୍ପୀ ସତ୍ୟଜିତ ଜେନା । ଅନେକ ଓଡିଆ ଓ ହିନ୍ଦୀ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିତିଥିଲେ । ହସ୍ତା ରେହତା ହୁଁ , କୈସେ ହୁଆ,ଗୁଲାବି ଆଖେଁ , ଓ ମେର ସନମ, ଜିନେ କା ହେ ଚାର ଦିନ, ଧୀରେ ଧୀରେ ଚାଲରେ ସମୟଏବଂ କେମିତି କହିବ ମୁଁ ଆଦି ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ବିଧାୟକ ସୁଶାନ୍ତ ରାଉତ, ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ, ସାର୍ବଜନିନ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଭୟ କିମ୍ବନ୍ଦନ୍ତୀ ଗାୟକଙ୍କୁ ମଞ୍ଚରେ ସମ୍ମାନିତ କରିଥିଲେ ।

ଡଟ ଫେଷ୍ଟର ଦ୍ବିତୀୟ ସପ୍ତାହରେ ଖାଦ୍ୟ, ଲାଇଭ ମ୍ୟୁଜିକ୍ ଓ ସାଂସ୍କୃତିକ ପ୍ରଦର୍ଶନ ଗୁଡିକର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହି ଉତ୍ସବର ଅଷ୍ଟମ ଦିନରେ ୧୯୦୦୦ରୁ ଅଧିକ ଲୋକ ଇଡକୋ ପ୍ରଦର୍ଶନୀ ପଡିଆରେ ‘ସୁହାନା ସଫର୍‌’ ମ୍ୟୁଜିକାଲ କନସର୍ଟରେ ଯୋଗ ଦେଇଥିଲେ । ଅନ୍ୟପଟେ ଡଟ ଫେଷ୍ଟରେ ଖାଦ୍ୟ ପ୍ରେମୀମାନେ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବକୁ ଉପଭୋଗ କରିଥିଲେ ଏବଂ ଏଠାରେ ବେଲଜିୟମ ଫ୍ରାଏଜ ଓ କୋନ ଆଇସକ୍ରିମ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଥିଲା ।

ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବାର ଲକ୍ଷ୍ୟ ସହିତ ସ୍ଥାପିତ ଫ୍ଲି ମାର୍କେଟ୍ ବହୁସଂଖ୍ୟକ ପରିଦର୍ଶକଙ୍କୁ ଦେଖିବାକୁ ମିଳିଛି । ଯେଉଁଠାରେ ୧୨୦ରୁ ଅଧିକ ଷ୍ଟଲରେ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ର ଗୁଡିକୁ ପ୍ରଦର୍ଶିତ କରାଯାଉଛି । ଫ୍ଲି ମାର୍କେଟ ଗତ ଜାନୁଆରୀ ୨୧ ତାରିଖରେ ୮ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା, ଯାହା ଏହା ସୂଚିତ କରୁଛି ଯେ, ଡଟ ଫେଷ୍ଟ ଆଞ୍ଚଳିକ ଉଦ୍ୟୋଗୀମାନଙ୍କୁ ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details