ଓଡିଶା

odisha

ବଙ୍ଗୋପସାଗରରେ ପୁଣି ବାତ୍ୟା !, ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା

By ETV Bharat Odisha Team

Published : Nov 27, 2023, 4:01 PM IST

Updated : Nov 27, 2023, 5:03 PM IST

Cyclonic Storm in Bay of Bengal: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା । ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ବାତ୍ୟା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ। ଅଧିକ ପଢ଼ନ୍ତୁ,

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା: ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା/oriya/odisha/state/khurda/imd-predicts-another-low-pressure-over-andaman-sea-likely-on-26th-november/or20231122180923887887106
ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା: ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା/oriya/odisha/state/khurda/imd-predicts-another-low-pressure-over-andaman-sea-likely-on-26th-november/or20231122180923887887106

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା: ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା

ଭୁବନେଶ୍ବର:ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ପାର୍ଶ୍ଵବର୍ତ୍ତୀ ମଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଥିଲା । ଗତକାଲି ଦକ୍ଷିଣ ଆଣ୍ଡାମାନ ଓ ତାର ପାର୍ଶ୍ବବର୍ତ୍ତୀ ଅଂଚଳରେ ଥିବା ଘୁର୍ଣ୍ଣିବଳୟ ଆଜି(ସୋମବାର) ଲଘୁଚାପର ରୂପ ନେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ୨୭ରେ ଲଘୁଚାପ: ଭିଜିବ ଦକ୍ଷିଣ ଓଡ଼ିଶା, ଉପକୂଳରେ ଶୁଖିଲା ରହିବ ପାଗ !

ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଂଚଳରେ ଥିବା ଘୁର୍ଣ୍ଣିବଳୟ ଆଜି (ସୋମବାର) ଲଘୁଚାପର ରୂପ ନେଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ୨୯ ତାରିଖରେ ଅବପାତର ରୂପ ନେବା ପରେ ହିଁ ବାତ୍ୟାର ରୂପରେଖ କଣ ରହିବ ତାହା ସ୍ପଷ୍ଟ ହୋଇପାରିବ ବୋଲି ଆକଳନ ଭୁବନେଶ୍ବର କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା ! ଓଡ଼ିଶାକୁ ନାହିଁ ବିପଦ, ପ୍ରବଳ ବର୍ଷିବା ସମ୍ଭାବନା

ଏହା ମଧ୍ୟ ପଢ଼ନ୍ତୁ: ଆସୁଛି ଆଉ ଏକ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମେଘୁଆ ପାଗ ସହ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼ ଏବଂ ଅନୁଗୋଳୁରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି( ମଙ୍ଗଳବାର) ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡଟ, ଝାରସୁଗୁଡ଼ା, ସୁନ୍ଦରଗଡ଼,ଦେଓଗଡ଼ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା ବେଳେ, ଏସବୁ ଜିଲ୍ଲାକୁ କୌଣସି ସତର୍କ ସୂଚନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୋଟାମୋଟି ଶୁଖିଲା ଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା କେନ୍ଦୁଝରରେ ୧୨.୨ ଡିଗ୍ରୀ ଥିବା ବେଳେ କିରେଇରେ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 27, 2023, 5:03 PM IST

ABOUT THE AUTHOR

...view details