ଓଡିଶା

odisha

AG ଅଡିଟ ଯୋଗୁଁ ସରକାରୀ ତହବିଲକୁ ଫେରିଛି ୫୬୬ କୋଟି: ମୁଖ୍ୟ ଶାସନ ସଚିବ

By

Published : Nov 22, 2022, 1:07 PM IST

ଏଜି ଅଡିଟ ଯୋଗୁଁ ସରକାରୀ ତହବିଲକୁ ଫେରିଛି ୫୬୬ କୋଟି: ମୁଖ୍ୟ ଶାସନ ସଚିବ

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଦ୍ବିତୀୟ ଅଡିଟ ସପ୍ତାହ ଅନୁଷ୍ଠିତ । ଏଜି ଅଡିଟ ଯୋଗୁଁ ସରକାରୀ ତହବିଲକୁ ଫେରିଛି ୫୬୬ କୋଟି କହିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଦ୍ବିତୀୟ ଅଡିଟ ସପ୍ତାହ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଧାନ ମହାଲେଖାକାର ବିଭୂଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାର ଅନନ୍ତ କିଶୋର ବେହେରା ଯୋଗ ଦେଇଛନ୍ତି । ପ୍ରାରମ୍ଭରେ ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଉଭୟ ପ୍ରଧାନ ମହାଲେଖାକାର ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଅଭିଭାଷଣରେ କହିଛନ୍ତି ଯେ, ''ଭୌତିକ ପୃଥିବୀରୁ ଆଧ୍ୟାତ୍ମିକ ପୃଥିବୀକୁ ଆମର ଯାତ୍ରା ସେତେବେଳେ ତ୍ୱରାନିତ ହୋଇପାରିବ ଯେତେବେଳେ ପ୍ରତେକ୍ୟ ନିଜ ନିଜର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବେ ।''

ଏଜି ଅଡିଟ ଯୋଗୁଁ ସରକାରୀ ତହବିଲକୁ ଫେରିଛି ୫୬୬ କୋଟି: ମୁଖ୍ୟ ଶାସନ ସଚିବ

ବର୍ତ୍ତମାନ ଭାରତର ସାମ୍ପ୍ରତିକ ଶାସନ ବ୍ୟବସ୍ଥା ସଶକ୍ତ ହୋଇଛି । ପ୍ରଗତିର ନୂତନ ଶିଖର ସ୍ପର୍ଶ କରୁଛି । ଏହି କ୍ରିୟାଶୀଳତାର ଆଧାର ହେଉଛି ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ । ଭାରତର ଅଡିଟ ବ୍ୟବସ୍ଥାର ସମୃଦ୍ଧ ଇତିହାସ ଓ ଐତିହ୍ୟ ରହିଛି । ସମୟର ଆହ୍ୱାନ ଓ ଆବଶକ୍ୟତା ଅନୁସାରେ ଏଥିରେ ଉନ୍ନତି ହେଉଥିବା ସୁଖର କଥା ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୁଁ ଆଜି ଜାଣିପାରୁଛି କାହାର ଉପଦେଶରେ ବିମୁଦ୍ରାକରଣ କରାଯାଇଥିଲା ।"

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ''ଦୁର୍ନୀତିକୁ ରୋକିବା ପାଇଁ ରାଜ୍ୟ ସରକାର ଅନଲାଇନ କାରବାର ଓ କମ୍ପୁଟରାଇଜେସନକୁ ଗୁରୁତ୍ୱ ଦେଉଛନ୍ତି । ଯାହାଫଳରେ ବିଭିନ୍ନ ସ୍ତରରେ ହେଉଥିବା ଦୁର୍ନୀତିକୁ ରୋକା ଯାଇପାରିବ । ଓଡିଶା ଏଜି ତାଙ୍କ ଅଡିଟ ରିପୋର୍ଟରେ ଦର୍ଶାଯାଉଥିବା ବିଭିନ୍ନ ତ୍ରୁଟି ଓ ବିଚ୍ୟୁତି ଗ୍ରହଣ କରିବା ସହ ଏହା ଉପରେ ତ୍ୱରିତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହାଫଳରେ ରାଜ୍ୟ ସରକାରଙ୍କ ତହବିଲକୁ 566 କୋଟି ଟଙ୍କା ଫେରସ୍ତ ଆସିଛି ।'' ସେ ଏ.ଜି ଅଫିସ କାର୍ଯ୍ୟାଧରକୁ ପ୍ରଶଂସା କରିଛନ୍ତି । ଏ.ଜିଙ୍କ ତତ୍କାଳ ପଦକ୍ଷେପ ଯୋଗୁଁ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ଖୁବଶୀଘ୍ର ତାଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ମନ ମୋହୁଛି କୋରାପୁଟ କଫି, ମିଲେଟ୍‌ ସାମଗ୍ରୀ

ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ କହିଛନ୍ତି, ''ବର୍ତ୍ତମାନ ପରିସ୍ଥିତିରେ ଅଡିଟ ପରିସର ଅତି ବ୍ୟାପକ ହୋଇଛି । ଅନଲାଇନ କାରବାର ଓ କମ୍ପୁଟର ରାଇଜେସନ ଫଳରେ ପାରମ୍ପରିକ ଅଡିଟ ବଦଳରେ ବିଭିନ୍ନ ଆଧୁନିକ ପଦ୍ଧତିକୁ ଅଡିଟରେ ପ୍ରୟୋଗ କରାଯାଇଛି । ଫଳରେ ଖୁବଶୀଘ୍ର ଅଡିଟ ହେବା ସହ ବିଭିନ୍ନ ଦୁର୍ନୀତିକୁ ସରକାରଙ୍କ ଦୃଷ୍ଟିକୁ ଅଣାଯାଇ ପାରୁଛି ।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details