ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ମନ ମୋହୁଛି କୋରାପୁଟ କଫି, ମିଲେଟ୍‌ ସାମଗ୍ରୀ

author img

By

Published : Nov 22, 2022, 9:13 AM IST

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ମନ ମୋହୁଛି କୋରାପୁଟ କଫି, ମିଲେଟ୍‌ ସାମଗ୍ରୀ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଦର୍ଶକଙ୍କ ମନ ମୋହୁଛି କୋରାପୁଟ କଫି ଓ ଓଡିଶାର ମିଲେଟ୍‌ ସାମଗ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ( India International Trade Fair) ପ୍ରଦର୍ଶିତ ଓଡିଶା ଷ୍ଟଲରେ ଭିଡ ବଢିବାରେ ଲାଗିଛି । ପ୍ରଦର୍ଶନୀକୁ ଆସୁଥିବା ଦର୍ଶକଙ୍କ ମନ ମୋହୁଛି କୋରାପୁଟ କଫି, ଓଡ଼ିଶାର ମିଲେଟ୍‌ ସାମଗ୍ରୀ । ଓଡିଶା ଷ୍ଟଲ ପ୍ରତି ଦର୍ଶକ ଆକୃଷ୍ଟ ହେବା ସହ ସାମଗ୍ରୀର ବ୍ୟବସାୟ ମଧ୍ୟ ଭଲ ହେଉଛି । ସୋମବାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବେସାମରିକ ବିମାନ ଉଡ଼ାଣ ପ୍ରାଧିକରଣର ମହାନିର୍ଦ୍ଦେଶିକା ଉଷା ପାଢ଼ୀ ଓଡ଼ିଶା ମଣ୍ଡପର ସମସ୍ତ ଷ୍ଟଲକୁ ବୁଲି ଦେଖିଛନ୍ତି ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ମନ ମୋହୁଛି କୋରାପୁଟ କଫି, ମିଲେଟ୍‌ ସାମଗ୍ରୀ

ସୂଚନା ଓ ଲୋକସଂପର୍କ ବିଭାଗ ତତ୍ତ୍ୱାବଧାନରେ ହୋଇଥିବା ମଣ୍ଡପ ଡିଜାଇନ ସମେତ ଅନ୍ୟ ସମସ୍ତ ଆନୁସଙ୍ଗିକ ସାଜସଜ୍ଜା ଓ କାର୍ଯ୍ୟକ୍ରମର ଉଭୟ ବରିଷ୍ଠ ଅଧିକାରୀ ଭୂୟସୀ ପ୍ରଶଂସା କରିଛନ୍ତି । ବିଶେଷକରି କୋରାପୁଟ କଫି, ହକି ଓ ମିଲେଟ୍‌ର ପ୍ରଚାର-ପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ‘ମିଲି’ ସହ ସେଲ୍‌ଫି ନେବା ସହିତ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସେ ସମ୍ୟକ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Make in Odisha Conclave 2022: ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି

ଓଡ଼ିଶା ପାଭିଲିଅନ୍‌ରେ ସ୍ଥାନିତ ହୋଇଛି ରାଜ୍ୟର ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ତଥା ମିଶନ ଶକ୍ତି ମା'ମାନଙ୍କ ଦ୍ବାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀ । ଓଡ଼ିଶା ମଣ୍ଡପରେ ପ୍ରବଳ ଜନସମାଗମକୁ ଦୃଷ୍ଟିରୁ ରଖି ଦିଲ୍ଲୀ ପୋଲିସ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ନଭେମ୍ବର ୧୪ ରୁ ଆରମ୍ଭ ହୋଇଥିବା ବାଣିଜ୍ୟ ମେଳାକୁ ଦର୍ଶକମାନଙ୍କ ସୁଅ ଛୁଟିଛି । ସର୍ବସାଧାରଣଙ୍କ ପାଇଁ ଏହି ମେଳା ଖୋଲାଯିବା ପରେ ଓଡ଼ିଶା ପାଭିଲିୟନ୍‌କୁ ହଜାର ହଜାର ଦର୍ଶକଙ୍କ ସୁଅ ଛୁଟିଛି । ପାଭିଲିୟନ୍‌ର ସୁନ୍ଦର ସାଜସଜ୍ଜାରେ ଆକୃଷ୍ଟ ହୋଇ ଦର୍ଶକମାନେ ବହୁସଂଖ୍ୟାରେ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.