ETV Bharat / state

Make in Odisha Conclave 2022: ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି

author img

By

Published : Nov 21, 2022, 11:08 PM IST

Make in Odisha Conclave 2022: ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି
Make in Odisha Conclave 2022: ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି

ଟିଆଇଇ ଭୁବନେଶ୍ୱର ଏବଂ ଷ୍ଟାର୍ଟଅପ ଓଡ଼ିଶାର ଏକ ମିଳିତ ପ୍ରୟାସ ହଲ ଅଫ ଫେମ ୨.୦ ଉଦଘାଟିତ । ସମଗ୍ର ରାଜ୍ୟରୁ ୨୫ଟି ଷ୍ଟାର୍ଟଅପ ହଲ ଅଫ ଫେମ ୨.୦ ଏହି ଅବସରରେ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ପ୍ରଦର୍ଶନୀରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶିତ କରିଛନ୍ତି । ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି । ଅଧିକ ପଢନ୍ତୁ

ଭୁବନେଶ୍ବର: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି । ଟିଆଇଇ ଭୁବନେଶ୍ୱର ଏବଂ ଷ୍ଟାର୍ଟଅପ ଓଡ଼ିଶାର ଏକ ମିଳିତ ପ୍ରୟାସ ହଲ ଅଫ ଫେମ ୨.୦ ଉଦଘାଟିତ । ଉଦଘାଟନ କରିଛନ୍ତି ଷ୍ଟାର୍ଟଅପ ଓଡ଼ିଶାର ଏକ୍‍ଜିକ୍ୟୁଟିଭ ଚେୟାରମ୍ୟାନ ଓମକାର ରାୟ, ଇଲେକ୍‍ଟ୍ରୋନିକ୍ସ ଓ ଆଇଟି ଶାସନ ସଚିବ ମନୋଜ ମିଶ୍ର, ଟିଆଇଇ ଭୁବନେଶ୍ୱର ପ୍ରେସିଡେଣ୍ଟ ଦେବାଶିଷ ପଟ୍ଟନାୟକ, ଭାଇସ ପ୍ରେସିଡେଣ୍ଟ ସୁନିଲ ତନେଜା । ସମଗ୍ର ରାଜ୍ୟରୁ ୨୫ଟି ଷ୍ଟାର୍ଟଅପ ହଲ ଅଫ ଫେମ ୨.୦ ଏହି ଅବସରରେ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ପ୍ରଦର୍ଶନୀରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶିତ କରିଛନ୍ତି ।

Make in Odisha Conclave 2022: ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି
Make in Odisha Conclave 2022: ଘୋଷଣା ହେବ ନୂତନ ଷ୍ଟାର୍ଟଅପ ନୀତି

ଉଦଘାଟନୀ ଉତ୍ସବରେ ଷ୍ଟାର୍ଟ-ଅପ ଓଡ଼ିଶାର ଏକ୍‍ଜିକ୍ୟୁଟିଭ ଚେୟାରମ୍ୟାନ ଓମକାର ରାୟ କହିଛନ୍ତି ଯେ, “ରାଜ୍ୟରେ ଷ୍ଟାର୍ଟଅପ ପରିବ୍ୟବସ୍ଥା ବେଶ ଉଚ୍ଚତର ସ୍ତରରେ ପହଞ୍ଚିଛି । ଚଳିତ ବର୍ଷ ଓଡ଼ିଶାରେ ଷ୍ଟାର୍ଟ-ଅପ ପରିବ୍ୟବସ୍ଥାକୁ ରାଜ୍ୟର ବିବିଧ ଷ୍ଟାର୍ଟଅପ ଗୁଡିକ ନିମନ୍ତେ ପ୍ରାୟ ୧୦୦ କୋଟି ଟଙ୍କାର ପାଣ୍ଠି ମିଳିଛି । ଆଞ୍ଜେଲ୍‍ ନିବେଶକ ଓ ଭେଞ୍ଚର କ୍ୟାପିଟାଲିଷ୍ଟମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଣ୍ଠିକୁ ନେଇ ଏହା ୩୫୯ କୋଟି ଟଙ୍କାକୁ ବୃଦ୍ଧିପାଇଛି । ସମଗ୍ର ରାଜ୍ୟରେ ଷ୍ଟାର୍ଟଅପ୍‍ଗୁଡିକ ନିକଟରୁ କାର୍ଯ୍ୟ କ୍ଷେତ୍ରରେ ଆମେ ଅତ୍ୟନ୍ତ ଉତ୍ସାହଜନକ ପ୍ରତିକ୍ରିୟା ପାଉଛୁ ।

ନିକଟରେ ସମାପ୍ତ ହୋଇଥିବା ଓଡ଼ିଶା ଷ୍ଟାର୍ଟଅପ ଗ୍ରୋଥ ଫଣ୍ଡ, ଫଣ୍ଡ ଅଫ ଫଣ୍ଡ୍‍ସ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶୃତି ଲାଭ କରିଛି । ଯାହା ଷ୍ଟାର୍ଟ-ଅପ୍‍ଗୁଡିକ ପାଇଁ ଉପଲବ୍ଧ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ତାହା ନିବେଶ କରାଯିବ । ମୁଁ ନିଶ୍ଚିତ ଯେ ହଲ ଅଫ ଫେମ ୨.୦ ଶେଷରେ ମନୋନୀତ ୨୫ଟି ଷ୍ଟାର୍ଟ-ଅପ ଆମ ପରିବ୍ୟବସ୍ଥାକୁ ଅଧିକ ପୁଞ୍ଜି ଆକୃଷ୍ଟ କରିପାରିବେ ।

ଓଡ଼ିଶାରେ ସମ୍ପ୍ରତି ବିପୁଳ ସଂଖ୍ୟକ ମାର୍ଗଦର୍ଶକ ଏବଂ ବିଶ୍ୱ ଶ୍ରେଣୀର ଇନ୍‍କ୍ୟୁବେଟର ରହିଛନ୍ତି । ତାହାସହିତ ଏହି ଶ୍ରେଣୀରେ ସର୍ବୋତ୍ତମ ଷ୍ଟାର୍ଟଅପ୍‍ ନୀତି ମଧ ରହିଛି । ଖୁବଶୀଘ୍ର ସଂଶୋଧିତ ଷ୍ଟାର୍ଟ-ଅପ ନୀତି ଆସିବ । ଆଗାମୀ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ ରେ ଏକ ପରିବର୍ଦ୍ଧିତ ନୀତି ଘୋଷଣା କରାଯିବ ।”

ଏହାବି ପଢନ୍ତୁ- Padmapur ByPoll: 3 ଜଣ ଅଧ୍ୟାପକଙ୍କୁ ଗିରଫ ଦାବି କଲା ବିଜେପି

ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି ଯେ, “ଅଧିକ ଭଲ ପାଇଁ ଓଡ଼ିଶାରେ ଆଇଟି କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟୁଛି । ଏକ୍ଷେତ୍ରରେ ଷ୍ଟାର୍ଟ-ଅପ୍‍ଗୁଡିକ ବୃହତ୍ତର ଭୂମିକା ଗ୍ରହଣ କରିବେ । ହଲ ଅଫ ଫେମ ୨.୦ ପାଇଁ ୨୫ଟି ଷ୍ଟାର୍ଟଅପ୍‍ ଦ୍ୱାରା ପ୍ରଦର୍ଶନୀ ରାଜ୍ୟରେ ସମୁଦାୟ ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥାର ପ୍ରତିନିଧିତ୍ୱକାରୀ ଉଭୟ ଆଇଟି ଓ ଅଣ-ଆଇଟି କ୍ଷେତ୍ରର ବହୁବିଧ ଉତ୍ପାଦ ପ୍ରଦର୍ଶନ ବେଶ୍‍ ପ୍ରଭାବୀ ହୋଇପାରିଛି ।

ଷ୍ଟାର୍ଟଅପ୍‍ଗୁଡିକ ନିଜର ଅଭିବୃଦ୍ଧି ବନ୍ଦ ନକରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହାକୁ ଏକ କମ୍ପାନୀରେ ପରିଣତ କରିବା ଚିନ୍ତାଧାରା ଏକ ଜଟିଳ ଯାତ୍ରା । କିନ୍ତୁ ଆପଣ ଯାହା ପସନ୍ଦ କରିଛନ୍ତି, ତାହା ପ୍ରଦର୍ଶିତ କରୁଛି ଯେ ଆପଣଙ୍କ ଚିନ୍ତାଧାରା ସଠିକ୍‍ । ମୂଲ୍ୟାୟନ ପଛରେ କେବେହେଲେ ଗୋଡାନ୍ତୁ ନାହିଁ । ବରଂ ଆପଣଙ୍କ ଉତ୍ପାଦ ନିମନ୍ତେ ଉଚିତ୍‍ ମୂଲ୍ୟ ପାଇବା ପ୍ରୟାସ କରନ୍ତୁ । ଉପଯୁକ୍ତ ମୂଲ୍ୟ ସୃଷ୍ଟି କରନ୍ତୁ । ଯାହା ଆପଣଙ୍କ କମ୍ପାନୀର ଅଭିବୃଦ୍ଧି ସାଧନ କରିପାରିବ । ପୁସ୍ତକ ପଢନ୍ତୁ ଏବଂ ନିଜ ପାଇଁ ତଥା ନିଜର କମ୍ପାନୀ ପାଇଁ ମୂଲ୍ୟଯୁକ୍ତ ଦିଗରେ ପ୍ରୟାସ କରନ୍ତୁ । ଏହି ମଞ୍ଚ ସୃଷ୍ଟି କରିଥିବା ଏବଂ ଏହିଭଳି ସମ୍ପୂର୍ଣ୍ଣ ନୂତନ ଷ୍ଟାର୍ଟ-ଅପ୍‍ଗୁଡିକୁ ଚିହ୍ନଟ କରିଥିବାରୁ ସେ ଟିଆଇଇ ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଉଛି ।”

ଏହାବି ପଢନ୍ତୁ- Gujarat poll: ରାହୁଲଙ୍କ ବେରୋଜଗାରୀ ପ୍ରସଙ୍ଗ, କଂଗ୍ରେସର ଔକାତ ମନ୍ତବ୍ୟକୁ ମନେ ପକାଇଲେ ମୋଦି

ଟିଆଇଇ, ଭୁବନେଶ୍ୱରର ପ୍ରେସିଡେଣ୍ଟ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, “ଯୋଗ୍ୟ ଷ୍ଟାର୍ଟ-ଅପ୍‍ଗୁଡିକ ଯେଉଁମାନଙ୍କର ବିଦ୍ୱତାକୁ ସ୍ୱୀକୃତି ମିଳିନାହିଁ, ସେଗୁଡିକର ସମ୍ପୂର୍ଣ୍ଣ ନୂତନ ଚିନ୍ତାଧାରା ଓ ସୃଜନଶୀଳତାକୁ ପ୍ରଦର୍ଶିତ କରିବା ସକାଶେ ହଲ୍‍ ଅଫ ଫେମ୍‍ ଯୋଜନା କରାଯାଇଥିଲା । ହଲ୍‍ ଅଫ ଫେମ୍‍ରେ ୨୫ଟି ଷ୍ଟାର୍ଟ-ଅପ୍‍ ପ୍ରଦର୍ଶିତ ହେଉଛି, ଯେଉଁମାନେ ଏକ ପ୍ରଦର୍ଶନୀରେ ସେମାନଙ୍କ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିଛନ୍ତି । ”

କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଛନ୍ତି ଟିଆଇଇ, ଭୁବନେଶ୍ୱରର ଭାଇସ ପ୍ରେସିଡେଣ୍ଟ ସୁନିଲ ତନେଜା । ସେ କହିଛନ୍ତି ଯେ, “ଟିଆଇଇ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇଦେବା ଦିଗରେ କାର୍ଯ୍ୟ କରୁଛି । ଉଦ୍ୟୋଗୀ ଭାବରେ ବିବେଚିତ ହେବା ନିମନ୍ତେ କର୍ମଚାରୀ ନିଯୁକ୍ତ କରିବାକୁ ହେବ । ଉପଯୁକ୍ତ ପ୍ରଦର୍ଶନ କରିବାକୁ ହେବ । ପାଣ୍ଠି ଯୋଗାଡ ଓ ଅର୍ଥ କ୍ଷେତ୍ରରେ ଧାଡିର ପଛରେ ରହିବା ସହିତ ବେତନ, ଟିକସ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପ୍ରଥମେ ପୈଠ କରିବାକୁ ହେବ । ପରିଶେଷରେ ବିଫଳତାକୁ ନେଇ ଆପଣ କେବେହେଲେ ଭୟ କରିବା ଅନୁଚିତ ।”

ମୁମ୍ବଇ ଆଞ୍ଜେଲ୍‍ସ୍‍, ଇଣ୍ଡିଆନ ଆଞ୍ଜେଲ୍ସ, ଲେଟ୍‍ସ୍‍ ଭେଞ୍ଚର ଏବଂ ଅନ୍ୟମାନଙ୍କ ସମେତ ସମଗ୍ର ଦେଶରୁ ଉଚ୍ଚସ୍ତରୀୟ ନିବେଶକମାନେ ଷ୍ଟାର୍ଟ-ଅପ୍‍ଗୁଡିକ ସହିତ ଭାବ ବିନିମୟ କରିଛନ୍ତି । ସେମାନଙ୍କ ଉତ୍ପାଦ ଓ ସେବା ସମ୍ପର୍କିତ ଆର୍ଥିକ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଷ୍ଟାର୍ଟ-ଅପ୍‍ଗୁଡିକ ନିବେଶକଙ୍କ ସହିତ ଭାବ ବିନିମୟ କରିବା, ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରିବା ଏବଂ ଔଦ୍ୟୋଗିକତା ସମ୍ପର୍କରେ ଆବଶ୍ୟକ ପରାମର୍ଶ ପାଇବାକୁ ଏକ ଖୋଲା ଅଧିବେଶନ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.