Padmapur ByPoll: 3 ଜଣ ଅଧ୍ୟାପକଙ୍କୁ ଗିରଫ ଦାବି କଲା ବିଜେପି

author img

By

Published : Nov 21, 2022, 10:37 PM IST

Padmapur By Poll:  3 ଜଣ ଅଧ୍ୟାପକଙ୍କୁ ଗିରଫ ଦାବି କଲା ବିଜେପି

ବିଜେପି ଅଭିଯୋଗ କରିଛି ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ରବିବାର ପଦ୍ମପୁର ଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀ ମାନଙ୍କ ସହ ବୈଠକ କରିଥିଲେ । ଖାଲି ଏତିକି ନୁହେଁ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବାସଭବନରେ ଜିଆରଏସ, ଏମବିକେ, ସିଆରପି ଏବଂ ମିଶନ ଶକ୍ତିର ନେତା ମାନଙ୍କୁ ଏହି ବୈଠକରେ ଡକା ଯାଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷିରେ ବିଜେଡି ବିରୋଧରେ ଆଜି ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେପି ଅଭିଯୋଗ କରିଛି ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି ।

Padmapur By Poll: 3 ଜଣ ଅଧ୍ୟାପକଙ୍କୁ ଗିରଫ ଦାବି କଲା ବିଜେପି

ରବିବାର ପଦ୍ମପୁର ଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀ ମାନଙ୍କ ସହ ବୈଠକ କରିଥିଲେ । ଖାଲି ଏତିକି ନୁହେଁ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବାସଭବନରେ ଜିଆରଏସ, ଏମବିକେ, ସିଆରପି ଏବଂ ମିଶନ ଶକ୍ତିର ନେତା ମାନଙ୍କୁ ଏହି ବୈଠକରେ ଡକା ଯାଇଥିଲା ବୋଲି ବିଜେପି ଅଭିଯୋଗ କରିଛି ।

ଏହାବି ପଢନ୍ତୁୃ- Padmapur bypoll: ପଦ୍ମପୁରରେ ଜମୁଛି ପ୍ରଚାର, ବର୍ଷା ଖାଇଲେ ପଖାଳ ପ୍ରଦୀପଙ୍କ କୀର୍ତ୍ତନ

ବିଜେପି ଅଭିଯୋଗ କରିଛି ରାଜେନ୍ଦ୍ର ଢୋଲକିଆ ଓ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀଙ୍କୁ ଉପନିର୍ବାଚନରେ ବିଜେଡି ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । କେଉଁ ପଞ୍ଚାୟତର କେଉଁ ବୁଥରେ କେତେ ଟଙ୍କା ବଣ୍ଟା ହେବ, କେଉଁଠି ଲୋକଙ୍କୁ ବିଜେଡ଼ିକୁ ଭୋଟ ଦେବା ପାଇଁ ପ୍ରଭାବିତ କରାଯିବ, ସେଥିପାଇଁ ସରକାରୀ କର୍ମଚାରୀଙ୍କୁ ବିଜେଡ଼ି ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ସିଇଓଙ୍କୁ ବୈଠକର ଫୋଟୋ ଦେବା ସହ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ।

ଏହାବି ପଢନ୍ତୁ- Archana Nag sextortion case: ଖୋଲିବ ବଡବଡିଆଙ୍କ ଗୁମର

ଏହାସହ ରୋହିତ ପୂଜାରୀ ସରକାରୀ ଅଧ୍ୟାପକଙ୍କୁ ନେଇ ବୈଠକ ଉପରେ ମଧ୍ୟ ସିଇଓଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ମାଣ୍ଡୋସିଲ ଡିଗ୍ରୀ କଲେଜର ଇନଚାର୍ଜ ପ୍ରିନ୍ସିପାଲ ବିନୟ ରଞ୍ଜନ ପଣ୍ଡା, ଡାଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର ରଥ ଏବଂ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଦାବି କରିଛି । ଆସନ୍ତା 24 ଘଣ୍ଟା ଭିତରେ ଏହି ତିନି ଜଣଙ୍କୁ ଗିରଫ କରାନଗଲେ ସିଇଓ ଅଫିସ ଆଗରେ ତମ୍ବୁ ମାରି ଧାରଣା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.