ETV Bharat / state

ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି - Odisha Assembly Election

author img

By ETV Bharat Odisha Team

Published : Apr 28, 2024, 10:55 PM IST

Odisha Assembly Election
Odisha Assembly Election

Odisha Assembly Election: ନିର୍ବାଚନ ପାଇଁ ଚାଲିତି ବୌଦ୍ଧ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ନବାଗତ ଭୋଟରଙ୍କ ମଧ୍ୟରେ ରହିଛି ଉତ୍ସାହ। ଅଧିକ ପଢ଼ନ୍ତୁ,

Odisha Assembly Election

ବୌଦ୍ଧ: ପାଖେଇ ଆସୁଛି ନିର୍ବାଚନ । ବଢ଼ୁଛି ନିର୍ବାଚନର ତାତି । ବିଭିନ୍ନ ଦଳର ପ୍ରାର୍ଥୀ ତାଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଭୋଟର ମତଦାନକୁ ନେଇ ବେଶ ସଚେତନ ରହିଥିବା ଜଣାପଡ଼ିଛି । ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ପ୍ରଥମ ଥର ମତଦାନ କରୁଥିବା ଯୁବ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ ।

ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିସାରିଛନ୍ତି । ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ମାନେ ଯୁବବର୍ଗ ଭୋଟରଙ୍କ ଉପରେ ଫୋକସ ରଖିଛନ୍ତି । ଅନ୍ୟପଟେ ଯୁବ ଭୋଟର ମାନେ ଉପଯୁକ୍ତ ପ୍ରାର୍ଥୀ ତଥା ବିକାଶର ପ୍ରସଙ୍ଗକୁ ନେଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ଭୟମୁକ୍ତ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ତଥା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ସରଗରମ ହେଉଛି ବୌଦ୍ଧ ରାଜନୀତି, ପାନୀୟଜଳ ଓ ଜଳସେଚନ ହେବ ପ୍ରମୁଖ ମୁଦ୍ଦା - ODISHA ASSEMBLY ELECTION 2024

ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ ସୋନାଲଙ୍କ ତତ୍ବାବଧାନରେ ଜିଲ୍ଲାର ତିନୋଟି ବ୍ଲକରେ ଥିବା ସମସ୍ତ ପୋଲିଂ ବୁଥ ପ୍ରସ୍ତୁତ କରି ମତଦାନ ଲାଗି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହାଛଡା ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କ ଖର୍ଚ୍ଚର ବୀବରଣୀ ଉପରେ ମଧ୍ୟ ନଜର ରଖାଯିବ । ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ସୀମାନ୍ତ ସ୍ଥାନରେ ଚେକ ପୋଷ୍ଟ ପ୍ରତିଷ୍ଠା କରାଯାଇ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି କରାଯାଇଛି । ସେହିପରି ନିର୍ବାଚନ ସମୟରେ କୌଣସି ପ୍ରକାରର ଅନୈତିକ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ସୂଚନା ମିଳିଛି । ଗତ ଶନିବାର ବୌଦ୍ଧ ଜିଲ୍ଲା ଗସ୍ତରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏନ.କେ ମିଶ୍ର ଓ ଇ.ଓ ପ୍ରବୀଣ କୁମାର ମଧ୍ୟ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଥିବା ଭଞ୍ଜନଗର, ଦଶପଲ୍ଲା, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ବିଭାଗ ସହ ଜଡିତ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.