ETV Bharat / state

ବିଜେଡି ବିରୋଧରେ ନବରଙ୍ଗପୁର ଓ କେନ୍ଦୁଝର ବିଜେପିର ଚାର୍ଜସିଟ୍ - Charge Sheet Against BJD

author img

By ETV Bharat Odisha Team

Published : Apr 29, 2024, 6:54 AM IST

Charge Sheet Against BJD
Charge Sheet Against BJD

Charge Sheet Against BJD: ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୬୦ ପୃଷ୍ଠାର ଚାର୍ଜସିଟ୍ ଆଣିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ସେହିପରି କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଚାର୍ଜସିଟ୍ ହୋଇଛି । ଅଧିକ ପଢନ୍ତୁ

Charge Sheet Against BJD

ନବରଙ୍ଗପୁର/କେନ୍ଦୁଝର: ବିଜେଡି ସରକାର ବିରୋଧରେ ଚାର୍ଜସିଟ ଆଣିଲା ନବରଙ୍ଗପୁର ଜିଲ୍ଲା ବିଜେପି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୬୦ ପୃଷ୍ଠାର ଚାର୍ଜସିଟ୍ ଆଣିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ୨୪ ବର୍ଷର ଶାସନରେ ଓଡ଼ିଶାରେ ଗଣତନ୍ତ୍ର ଭୁଶୁଡି ପଡିଥିବା ସହ ଅଫିସରମାନଙ୍କ ଦ୍ୱାରା ସରକାର ପରିଚାଳିତ ହେଉଥିବା ଅଭିଯୋଗ କରିଛି ବିଜେପି । ସରକାର ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ , ଜନଜାତି ବିରୋଧୀ ସରକାର ସହ ଅପରାଧରେ ଓଡିଶା ସର୍ବଭାରତୀୟ ସ୍ତରରେ ଶୀର୍ଷରେ ପହଞ୍ଚିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି । ସ୍ୱାସ୍ଥ୍ୟ ସେବା କୋମାକୁ ଚାଲିଯାଇଥିବାବେଳେ କେନ୍ଦ୍ର ଯୋଜନାକୁ ହଡପ କରି ଶ୍ରେୟ ନେବାରେ ସରକାର ବ୍ୟସ୍ତ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ନବରଙ୍ଗପୁର - ଜୟପୁର ରେଳ ପ୍ରକଳ୍ପ ପାଇଁ ୮ ବର୍ଷ ଧରି ଜମି ଅଧିଗ୍ରହଣ ପାଇଁ କାମ ଆଗେଇ ପାରୁନଥିବା ସହ ବିକାଶ ସାତ ସପନ ପାଲଟିଛି ବୋଲି ଦଳ ଅଭିଯୋଗ କରିଛି । ସେହିପରି ସ୍କୁଲ ରୁପାନ୍ତର ନାଁରେ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆଣଛି ବିଜେପି ।

ସେପଟେ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ବିଜେଡି ସରକାର ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାର୍ଜସିଟ୍ ଲୋକାର୍ପିତ କରାଯାଇଛି। ଏହି ଚାର୍ଜସିଟ୍ ଲୋକାର୍ପଣ ଉତ୍ସବରେ ବିଜେପିର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ, ତେଲକୋଇ ବିଧାୟକ ପ୍ରାର୍ଥୀ ଫକୀର ମୋହନ ନାଏକ ଏବଂ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । "୨୫ ବର୍ଷର ସରକାର ରାଜ୍ୟବାସୀଙ୍କୁ ବିକାଶ କଥା କହି ଅନ୍ଧାରରେ ରଖିବା ସହିତ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାକୁ ଉପେକ୍ଷା କରିଛି" ବୋଲି ଅଭିଯୋଗ କରିଛନ୍ତି ବିଜେପି କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ। "ରାଜ୍ୟ ସରକାରଙ୍କ ଅବହେଳା ହେତୁ କାନପୁର ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ବିଜେଡି ସରକାର ଆଦିବାସୀଙ୍କୁ ସର୍ବଦା ଅବହେଳା କରିଛି । ଦେଓ ସିଞ୍ଚନ ପ୍ରକଳ୍ପ ଏବଂ ବିଭିନ୍ନ ବ୍ୟାରେଜ ନିର୍ମାଣରେ ଶିଥିଳତା , ରେଙ୍ଗାଲି ବାମ ପାର୍ଶ୍ୱ କେନାଲ ଅବହେଳିତ, ଜିଲ୍ଲା ବାସୀଙ୍କୁ ସ୍ବପ୍ନ ଦେଖାଇ ଠକିଦେବା କେତେ ଦୂର ଠିକ୍?" ବୋଲି ପ୍ରଶ୍ନ କରିଛନ୍ତି କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ।

ଏହା ବି ପଢନ୍ତୁ...ସିଇଓଙ୍କୁ ଫେରାଦ ହେଲା ବିଜେପି, ବିଜେଡି ସାଇକେଲ ଓ ଭତ୍ତା ବାଣ୍ଟୁଥିବାର ଆସିଛି ଅଭିଯୋଗ - BJP MEET CEO

କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ କହିଛନ୍ତି,"DMF ଅର୍ଥ ବିନିଯୋଗରେ ଅନିୟମିତତା, ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (OMBADC) ଫଣ୍ଡ ଅନିୟମିତତା, ଧରଣୀଧର ଭେଷଜ ମହାବିଦ୍ୟାଳୟ ସମ୍ପୂର୍ଣ କାର୍ଯ୍ୟକ୍ଷମ ନହେବା, ଜିଲ୍ଲାବାସୀଙ୍କୁ ମେଗା ଷ୍ଟିଲ ପ୍ଲାଣ୍ଟର ସ୍ବପ୍ନ ଦେଖାଇ ଠକିଛନ୍ତି ନବୀନ ସରକାର ।" ସରକାରୀ ଯୋଜନୀରୁ ତେଲକୋଇ ନିର୍ବାଚନ ମଣ୍ଡଳୀବାସୀ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ତେଲକୋଇ ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ଫକୀର ମୋହନ ନାୟକ। ଏହି ଚାର୍ଜସିଟ୍ ଲୋକାର୍ପିତ କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା କ୍ଷେତ୍ର ମିଡିଆ ସଂଯୋଜକ ବ୍ରଜକିଶୋର ରାୟ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଜିଲ୍ଲା ନେତା ରାଜେଶ ସିଂଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ବିଜେପି ପଦାଧିକାରୀ ଉପସ୍ଥିତ ଥିଲେ।



ଇଟିଭି ଭାରତ, ନବରଙ୍ଗପୁର/କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.