ETV Bharat / state

ଅନୁଗୋଳରେ ବିଜେଡିର ଆଶୀର୍ବାଦ ସମାବେଶ, ଭୋଟ ମାଗିଲେ ସାଂସଦ ଓ ବିଧାୟିକା - ANGUL assembly constituency

author img

By ETV Bharat Odisha Team

Published : Apr 28, 2024, 9:56 PM IST

ଅନୁଗୋଳରେ ବିଜେଡିର ଆଶ୍ରୀର୍ବାଦ ସମାବେଶ, ଭୋଟ୍ ମାଗିଲେ ସାଂସଦ ଓ ବିଧାୟିକା
ଅନୁଗୋଳରେ ବିଜେଡିର ଆଶ୍ରୀର୍ବାଦ ସମାବେଶ, ଭୋଟ୍ ମାଗିଲେ ସାଂସଦ ଓ ବିଧାୟିକା

ANGUL ASSEMBLY CONSTITUENCY: ଆଣ୍ଠୁ ମାଡି ଭୋଟ ମାଗିଲେ ବିଜେଡିର ଅନୁଗୋଳ ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ । ଅଧିକ ପଢନ୍ତୁ

ଅନୁଗୋଳରେ ବିଜେଡିର ଆଶ୍ରୀର୍ବାଦ ସମାବେଶ, ଭୋଟ୍ ମାଗିଲେ ସାଂସଦ ଓ ବିଧାୟିକା

ଅନୁଗୋଳ: ନିର୍ବାଚନ ମଣ୍ଡଳୀରେ ନିଜର ଦମ୍ ଦେଖାଇଛି ବିଜେଡି । ପ୍ରାର୍ଥୀ ଘୋଷଣା ପରେ ପ୍ରଥମ କରି ଦଳ କରିଛି ସମାବେଶ । ଉଭୟ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀ ମିଳିତ ଭାବେ ନଜର ଭୋଟରଙ୍କ ସହ ମିଶି କରିଛନ୍ତି ଶକ୍ତି ପ୍ରଦର୍ଶନ । 25 ତାରିଖରେ ହେବାକୁ ଥିବା ମତଦାନାରେ ଯୋଡି ଶଙ୍ଖରେ ଭୋଟ୍ ଦେଇ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି ।

ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଜେଡି କରିଛି ଆଶୀର୍ବାଦ ସମାବେଶ । ଭୋଟରଙ୍କ ମନ ଜିଣିବା ପାଇଁ ଦଳ ଆପଣେଇଛି ଏହି ଅଭିନବ ଉପାୟ । ନବୀନ ସରକାର କ'ଣ କ'ଣ ସବୁ ଯୋଜନା ଲୋକଙ୍କ ହିତରେ କରିଛନ୍ତି । ସେନେଇ ଲୋକଙ୍କୁ ଅବଗତ କରାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଅନୁଗୋଳର ବଅଁରପାଳ ବ୍ଲକର ଗଡ଼ ସନ୍ତ୍ରୀ ଲୋଭୀ ଠାକୁରାଣୀ ପଡ଼ିଆରେ ଏହି ଆଶୀର୍ବାଦ ସମାବେଶର ଆୟୋଜନ ହୋଇଥିଲା । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଦଳ ଏହି ସମାବେଶ କରିଛି ।

ଏହି କାର୍ଯ୍ୟକ୍ରମରେ ବଅଁର ବ୍ଲକର ଦୁଇଟି ଜିଲ୍ଲାପରିଷଦ ଜୋନର ପ୍ରାୟ ୧୦ ହଜାରରୁ ଅଧିକ କର୍ମୀ । ସାଂସଦ ପ୍ରାର୍ଥୀ ଅଭିନାଶ ସାମଲ ଓ ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହକୁ ଭୋଟ୍ ଦେଇ ଜୟଯୁକ୍ତ କରାଇବା ପାଇଁ ମଞ୍ଚରେ ଉପସ୍ଥିତ ନେତାଏ ଭୋଟରଙ୍କୁ ନିବେଦନ କରିଛନ୍ତି । ବହୁ ବିଳମ୍ବରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଏହା ଥିଲା ପ୍ରଥମ ସମାବେଶ । କାଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଜିଲ୍ଲା ସହ ସଂଯୋଜକ କୁନବିହାରୀ ଦାସ,ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ରାଜ୍ୟ ସମ୍ପାଦକ ବିପ୍ଳବ ଜେନା, ଦୁର୍ଗା ପ୍ରଧାନ,ଜିଲ୍ଲାର ଅନ୍ୟ ସମସ୍ତ ନେତୃବୃନ୍ଦ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ..... ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି - Dharmagarh Assembly Constituency

ଏହା ମଧ୍ୟ ପଢନ୍ତୁ.....କଳାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର: ବିକାଶର ହିସାବ ଦେଲେ, ଭୋଟ ମାଗିଲେ - Kalahandi Constituency

ସେପପରି ବିଧାୟକ ପ୍ରାର୍ଥୀ ମଞ୍ଚ ଉପରକୁ ଭୋଟରଙ୍କୁ ଆଣ୍ଠୁ ମାଡି ମୁଣ୍ଡିଆ ମାରି ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଥିବା ଦେଖିବାକୁ ମିଳିଥିଲା । ବିଜେଡି ଏଥର ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ସ୍ତ୍ରୀ ସଂଯୁକ୍ତା ସିଂହକୁ ଦଳ ପ୍ରାର୍ଥୀ କରିଥିବା ବେଳେ ଲୋକସଭା ପାଇଁ ଡାକ୍ତର ଅଭିନାଶ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.