ETV Bharat / politics

କଳାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର: ବିକାଶର ହିସାବ ଦେଲେ, ଭୋଟ ମାଗିଲେ - Kalahandi constituency

author img

By ETV Bharat Odisha Team

Published : Apr 28, 2024, 10:54 AM IST

Odisha Lok Sabha Election 2024: କଳାହାଣ୍ଡିରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ । ଅଧିକ ପଢନ୍ତୁ

Odisha Lok Sabha Election 2024
Odisha Lok Sabha Election 2024

Odisha Lok Sabha Election 2024

ଭବାନୀପାଟଣା: ଆସିଛି ନିର୍ବାଚନୀ ଋତୁ । ରାଜନୀତି ମୈଦାନରେ ଏବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । 2024 ସାଧାରଣ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର କାର୍ଯ୍ୟ । ବିଜେଡି ନିଜ ସରକାରର ବିକାଶର କାହାଣୀ କହୁଛି ତ, ସେପଟେ ବିରୋଧୀ କିନ୍ତୁ ଶାସକ ଦଳର ବିଫଳତାର ଲମ୍ବା ତାଲିକାକୁ ନେଇ ରାଜନୀତିର ଅଙ୍କ କଷୁଛନ୍ତି । ଏସବୁ ଭିତରେ ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଥିସହ ବିଗତ ଦିନରେ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ବିକାଶ ତାଲିକାକୁ ଜନସାଧାରଣଙ୍କ ଆଗରେ ରଖିଛନ୍ତି ।

କଳାହାଣ୍ଡି ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିୟାନ୍ । କଳାହାଣ୍ଡି ଜିଲ୍ଲାର ପାଞ୍ଚୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଚାରୋଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିବା ସହ ବିଗତ ଦିନରେ ହୋଇଥିବା ବିକାଶ ତାଲିକାକୁ ଲୋକଙ୍କ ଆଗରେ ରଖିଛନ୍ତି । ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ଼, ଧର୍ମଗଡ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନ କରିଛନ୍ତି ମାରାଥନ ପ୍ରଚାର । ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋତମୁଣ୍ଡା ଠାରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ପ୍ରଚାର କରିଥିଲେ ।

ଏହାମଧ୍ୟ ପଢନ୍ତୁ... ଅତାବିରା ବିଜେପିକୁ ବଡ଼ ଝଟକା, ବିଜେଡିରେ ମିଶିଲେ ୨ ଟିକଟ ଆଶାୟୀ - BJP LEADERS JOINS BJD

ଏହାପରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଜୟପାଟଣାଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ପାଇଁ ଭୋଟ ଭିକ୍ଷା କରିବା ପରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପୁରଠାରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପାଇଁ ଭୋଟ ମାଗିଥିଲେ । ଏହାସହ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋରାଡୋବ୍ରାଠାରେ ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତିଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିବା ସହ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ହିସାବ ଦେଇଥିଲେ ପାଣ୍ଡିଆନ ।

ସେପେଟେ ଏଥର ବିଜେଡି ପ୍ରାର୍ଥୀ ନିର୍ବାଚନ ଜିତିବେ ଓ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.