ଓଡିଶା

odisha

ଆଜି ମାଣିକେଶ୍ବରୀଙ୍କ ଲାଖମରା ପର୍ବ, ଭବାନୀପାଟଣାରେ ୧୪୪ ଧାରା ଜାରି

By

Published : Oct 15, 2021, 7:33 AM IST

ଆଜି ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ, ଭବାନୀପାଟଣାରେ ଜାରି ହେବ ୧୪୪ ଧାରା

ଆଜି ଅନୁଷ୍ଠିତ ହେବ ମା' ମାଣିକେଶ୍ବରୀଙ୍କ ଲାଖମରା ପର୍ବ । ଭିଡକୁ ଦୃଷ୍ଟିରେ ରଖି ଆଜି ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବ । ଅଧିକ ପଢନ୍ତୁ...

ଭବାନୀପାଟଣା:ଶେଷ ହୋଇଯାଇଛି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା । ଆଜି ଅନୁଷ୍ଠିତ ହେବ ମା'ଙ୍କର ଲାଖମରା ପର୍ବ । ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଏହି ପର୍ବ ମାଧ୍ୟମରେ ଏକ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତା ହୋଇଥାଏ । ଲାଖମରା ପର୍ବ ଏକ ବିଜୟ ଯାତ୍ରା ବା ରାଜ୍ୟଜୟର ପ୍ରତୀକ ବୋଲି କୁହାଯାଏ । ତେବେ ଭିଡକୁ ଦୃଷ୍ଟିରେ ରଖି ଆଜି ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବ । ଭବାନୀପାଟଣା ସହର ୧୪୪ ଧାରା ବଳବତ୍ତର ରହିବା ସହ ସହରରେ ପୋଲିସ ଫୋର୍ସ ମୁତୟନ କରାଯିବ । ଏନେଇ ଗତକାଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଆଯାଇଥିଲା ।

ଆଜି ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ, ଭବାନୀପାଟଣାରେ ଜାରି ହେବ ୧୪୪ ଧାରା

ପରମ୍ପରା ଅନୁଯାୟୀ ବିଜୟା ଦଶମୀ ତିଥିରେ ମାଣିକେଶ୍ବୀରଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ। ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତ୍ରକୁ ଧରି ବାହୁକ, ମୁଠଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ଥିବା ଲାଖମରା ପଡିଆକୁ ଯାଇଥାନ୍ତି । ଲାଖମରା ପଡିଆରେ ଥିବା ଅସ୍ଥାୟୀ ମଠପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚନା ଓ ଛାଗଳ ବଳି ଦିଆଯାଏ । ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜା ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥାଏ ଲାଖମରା ପର୍ବ ।

କଳାହାଣ୍ଡିରୁ ଅଜିତ କୁମାର ସିଂ , ଇଟିଭି ଭାରତ

ABOUT THE AUTHOR

...view details