ETV Bharat / state

କାମାକ୍ଷାନଗରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲ୍‌ରେ ଭର୍ତ୍ତି - Kamakhyanagar Encounter

author img

By ETV Bharat Odisha Team

Published : Apr 29, 2024, 10:09 AM IST

Encounter in Kamakhyanagar
Encounter in Kamakhyanagar

Encounter in Kamakhyanagar: ସକାଳୁ ସକାଳୁ କାମାକ୍ଷାନଗରରେ ଏନକାଉଣ୍ଟର । ରାମିଆଳ ନଦୀକୂଳ ଖୁଣ୍ଟାପଶି ଜଙ୍ଗଲରେ କାମାକ୍ଷାନଗର ପୋଲିସ ପକ୍ଷରୁ ଏହି ଏନକାଉଣ୍ଟର କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

Encounter in Kamakhyanagar

ଢେଙ୍କାନାଳ: କାମାକ୍ଷାନଗର ପୋଲିସର ଏନକାଉଣ୍ଟର । ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର । ଗୁରୁତର ସୁବାଷକୁ କଟକ ଏସସିବିକୁ ସ୍ଥାନାନ୍ତରିତ କରିଛି ପୋଲିସ । କୁଖ୍ୟାତ ଅପରାଧି ସୁବାଷର ବାମ ଗୋଡ଼ ଜଙ୍ଘ ଓ ପାଦରେ ଗୁଳି ବାଜିଥିବା ସୂଚନା । ବୋମା ଫୋପିଡି ଖସି ଯାଉଥିବାକୁ ଉଦ୍ୟମ କରୁଥିବା ବେଳେ ପାଲଟା ଏନକାଉଣ୍ଟର କରିଥିଲା ପୋଲିସ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ଆଜି କାମାକ୍ଷାନଗର ପୋଲିସ ଏନକାଉଣ୍ଟର କରିଛି । ସୁବାଷର ବାମ ଗୋଡ଼ ଜଙ୍ଘ ଓ ପାଦରେ ଦୁଇଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ସୁବାଷକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । କାମାକ୍ଷାନଗର ରାମିଆଳ ନଦୀକୂଳ ଖୁଣ୍ଟାପଶି ଜଙ୍ଗଲରେ କାମାକ୍ଷାନଗର ଥାନା ଅଧିକାରୀ ଧୀରେନ ବେହେରା ଏହି ଏନକାଉଣ୍ଟର କରିଛି । ସୂଚନା ଅନୁସାରେ, ସୁବାଷକୁ ଗିରଫ କରିବାକୁ ଯିବା ବେଳେ ସେ ପୋଲିସ ଉପରକୁ ବୋମା ଫୋପାଡି ଖସି ଯିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ କାମାକ୍ଷାନଗର ଥାନା ଅଧିକାରୀ ତାଙ୍କ ସର୍ଭିସ ରିଭାରଭଲରୁ ଦୁଇ ରାଉଣ୍ଡ ଗୁଳି ମାରିଛନ୍ତି । ଘଟଣାସ୍ଥଳରୁ ଏକ ଦେଶୀ ରିଭାରଭଲ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ବ୍ୟବସାୟୀଙ୍କ ଗାଡି ଉପରକୁ ବୋମା ମାଡ, ଜଳିଗଲା ଗାଡ଼ି ସାଙ୍ଗକୁ 80ହଜାର ଟଙ୍କାର ସାମଗ୍ରୀ

ଖବର ଅନୁସାରେ, ସୁବାଷ ଘର କାମାକ୍ଷାନଗର ଆଳୁତମା ଗ୍ରାମରେ । ସୁବାଷ ନାମରେ କାମାକ୍ଷାନଗର, ପରଜଙ୍ଗ ଆଦି ବିଭିନ୍ନ ଥାନାରେ ହତ୍ୟା, ଚୋରି, ଡକାୟତି, ଗୁଳିକାଣ୍ଡ, ରାହଜାନୀ ଆଦି ୧୮ଟି ମାମଲା ରହିଛି । ବହୁ ଚର୍ଚ୍ଚିତ କାମାକ୍ଷାନଗର ଯଶୋବନ୍ତ ପରିଡା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ନାଥର ମୁଖ୍ୟ ସହଯୋଗୀ ହେଉଛି ସୁବାଷ । ଏହି ହତ୍ୟା ମାମଲାରେ ଗିରଫ ହୋଇ ଥିବାବେଳେ କୋର୍ଟରୁ ଜାମିନରେ ଆସି ଥିଲା ସୁବାଷ । କାମାକ୍ଷାନଗର ସମେତ ଢେଙ୍କାନାଳ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଗ୍ୟାଙ୍ଗ "କିଙ୍ଗ ଅଫ ଫରେଷ୍ଟ " ନାମକ ଏକ ଗ୍ୟାଙ୍ଗର ପ୍ରମୁଖ ଭୂମିକା ନେଉଛି ସୁବାଷ । ତେବେ ଖୁଣ୍ଟାପଶି ଜଙ୍ଗଲରେ ଏକ ଡକାୟତି ଯୋଜନା କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୋର ସମୟରେ କାମାକ୍ଷାନଗର ଥାନା ଅଧିକାରୀ ଧୀରେନ ବେହେରା ତାଙ୍କ ଦଳ ସହିତ ଚଢ଼ାଉ କରିଥିଲେ । ମାତ୍ର ଚଢ଼ାଉ ବେଳେ ପୋଲିସକୁ ଆକ୍ରମଣ କରିବା ସହିତ ବୋମା ଫୋପାଡ଼ି ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସୁବାଷକୁ ଏନକାଉଣ୍ଟର କରାଯାଇ ଗିରଫ କରାଯାଇଛି । ଖୁଣ୍ଟାପଶି ରାମିଆଳ ନଦୀ କୂଳରୁ ଏନକାଉଣ୍ଟର କରି ସୁବାଷକୁ ପୁଲିସ କାବୁ କରିଥିବା ଜଣାପଡ଼ିଛି । ତେବେ ଗ୍ୟାଙ୍ଗର ଅନ୍ୟ ଦୁଇଜଣ ଖସି ପଳାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.