ବ୍ୟବସାୟୀଙ୍କ ଗାଡି ଉପରକୁ ବୋମା ମାଡ, ଜଳିଗଲା ଗାଡ଼ି ସାଙ୍ଗକୁ 80ହଜାର ଟଙ୍କାର ସାମଗ୍ରୀ

By ETV Bharat Odisha Team

Published : Mar 14, 2024, 9:53 PM IST

thumbnail

Bomb hurled to business man Vehicle in Dhenkanal: ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗରରେ ବ୍ୟବସାୟୀଙ୍କ ଗାଡି ଉପରକୁ ବୋମା ମାଡ ହୋଇଛି। ଯେଉଁଥିରେ ଗାଡି ସହ ଗାଡ଼ିରେ ଥିବା 80ହଜାର ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ଏହା ମଧ୍ୟ ପଢ଼ନ୍ତୁ..... ଉଡାଣର 5 ସେକେଣ୍ଡ ପରେ ଫାଟିଗଲା ଜାପାନ ରକେଟ, ଦେଖନ୍ତୁ ଲାଇଭ ଭିଡିଓ

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମସଲା ବ୍ୟବସାୟୀ ସରୋଜ ମହାନ୍ତିଙ୍କ ଗ୍ୟାରେଜରେ ଥିବା ପିକଅପ ଗାଡି ଉପରକୁ ବୋମାମାଡ ହୋଇଥିଲା। ବୋମାମାଡରେ ପିକଅପ ଭ୍ୟାନଟି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଘଟଣାଟି କାମାକ୍ଷାନଗର ସହରର ସାଇବିହାରରେ ଥିବା ଘରେ ଘଟିଛି । ବିଳମ୍ବିତ ରାତିରେ ତାଙ୍କ ଘର ନିକଟରେ ଥିବା ଗ୍ୟାରେଜରେ ଗାଡି ଥିବାବେଳେ ବୋମାମାଡ ହୋଇଥିଲା। ରାତି ପ୍ରାୟ ୧.୪୦ ସମୟରେ ଦୁଇଜଣ ଦୁର୍ବୁତ୍ତ ବୋମା ମାଡ କରି କାନ୍ଥ ଡେଇଁ ପଳାଇଥିବା CCTVରୁ ଜଣାପଡିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ କଲାବେଳକୁ ପିକଅପ ଭ୍ୟାନ ଓ ଭ୍ୟାନରେ ଥିବା ୮୦ ହଜାର ଟଙ୍କାରୁ ଉଦ୍ଧ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଏହାସହ ନିକଟରେ ଥିବା ତାଙ୍କ ଫରଚ୍ୟୁନର କାରର ଡାହାଣପଟ କାଚ ଭାଙ୍ଗିଯାଇଛି। ଦୁର୍ବୁତ୍ତ ମାନେ ୭ରୁ ଅଧିକ ବୋମା ମାଡ କରିଥିବା CCTVରୁ ଜଣାପଡିଛି। ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି। ତେବେ ସେମାନଙ୍କର କାହା ସହିତ ଶତ୍ରୁତା ନଥିବା କହିଛନ୍ତି l କିଏ ଓ କାହିଁକି ଏପରି ଘଟଣା ଘଟଇଲା ତାହାକୁ ନେଇ ପୋଲିସ ତଦନ୍ତ ଚଳାଇଛି l  

ଇଟିଭି ଭାରତ, ଢ଼େଙ୍କାନାଳ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.