ଓଡିଶା

odisha

ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ୨୦ରୁ ଊର୍ଦ୍ଧ୍ବ ସଂଗଠନ ପକ୍ଷରୁ ଶୋଭାଯାତ୍ରା

By

Published : Dec 6, 2022, 1:33 PM IST

ପୁଣି ଉଠିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ୨୦ରୁ ଊର୍ଦ୍ଧ୍ବ ସଂଗଠନ ପକ୍ଷରୁ ଶୋଭାଯାତ୍ରା
ପୁଣି ଉଠିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ୨୦ରୁ ଊର୍ଦ୍ଧ୍ବ ସଂଗଠନ ପକ୍ଷରୁ ଶୋଭାଯାତ୍ରା ()

ପୁଣି ଉଠିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଧର୍ମଗଡ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ଭବାନୀପାଟଣା :ପୁଣି ଉଠିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଧର୍ମଗଡ ଅଞ୍ଚଳବାସୀ । ଏହି ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ସ୍ବର୍ଗତଃ ବିଜୁ ପଟ୍ଟନାୟକ ଏକ ସଭାରେ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜକୁ ୨୦ ବର୍ଷ ତଳେ ଧର୍ମଗଡ କଲେଜ ପଡିଆ ଠାରେ ଏକ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦିଆଯାଇନାହିଁ । ଏନେଇ ସ୍ଥାନୀୟ ବାସିନ୍ଦା ଅସନ୍ତାେଷ ପ୍ରକାଶ କରି ଆନ୍ଦୋଳନ କରିଥିଲେ ।

ପୁଣି ଉଠିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ୨୦ରୁ ଊର୍ଦ୍ଧ୍ବ ସଂଗଠନ ପକ୍ଷରୁ ଶୋଭାଯାତ୍ରା

ଏହାକୁ ନେଇ ସୋମବାର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଧର୍ମଗଡ଼ ଉପଖଣ୍ଡରେ ଥିବା ଆଦିବାସୀ ସଂଘ, ସୋସିଆଲ ୱେଲଫେର ଅର୍ଗାନାଇଜେସନ, ନାଗରିକ ବିକାଶ ସଂଗଠନ, ମାଆ ଡ଼ୁମେରମୁଡେନ ଯୁବ ସଂଘ, ସତସଂଘ କମିଟି, OSEFD ସଂଘ , ଯୁବ ଯାଦବ ମହାସଭା, AOSCF ସଂଘ, OBC ST SC ମିଳିତ ମଞ୍ଚ, ବଡ଼ବରସୁଲ ସଂଗ୍ରାମ ବାହିନୀ, ସରପଞ୍ଚ ସଂଘ, ଡ୍ରାଇଭର ସଂଘ, ବିଜେଡି, ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି ସମେତ ବ୍ୟବସାୟୀ ସଂଘ, ସାମ୍ବାଦିକ ସଂଘ, ଓକିଲ ସଂଘ, ଆଦିବାସୀ ସଂଘ ସମେତ ଭଳି ୨୦ରୁ ଊର୍ଦ୍ଧ୍ବ ସାମାଜିକ ସଂଗଠନର ଜନ ପ୍ରତିନିଧିମାନେ ଏକତ୍ରିତ ହୋଇଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ପୁଣି ଉଠିଲା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ସେମାନେ ହାଇସ୍କୁଲ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯଥାଶୀଘ୍ର ରାଜ୍ୟ ସରକାର ଏହି ଦାବିକୁ ଗୁରୁତର ସହ ନେଇ ଦାବି ପୂରଣ ନକଲେ ଆସନ୍ତା ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଭିନ୍ନ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details