ETV Bharat / state

ପ୍ରଭାବ ଦେଖାଇଲା କାଳବୈଶାଖୀ, ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି - Odisha Weather

author img

By ETV Bharat Odisha Team

Published : May 6, 2024, 5:11 PM IST

Odisha Weather Update About Rain: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ ହେବାସହ ଆସନ୍ତା 9 ତାରିଖ ଯାଏଁ ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଅଧିକ ପଢ଼ନ୍ତୁ

ପ୍ରଭାବ ଦେଖାଇଲା କାଳବୈଶାଖୀ, ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି
ପ୍ରଭାବ ଦେଖାଇଲା କାଳବୈଶାଖୀ, ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି (ETV Bharat Odisha)

ପ୍ରଭାବ ଦେଖାଇଲା କାଳବୈଶାଖୀ, ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି କାଳବୈଶାଖୀ । ଆଜି (ସୋମବାର) ପାଗରେ ପରିବର୍ତ୍ତନ ହେବା ସହ ଅନେକ ସ୍ଥାନରେ ପାଗ ମେଘୁଆ ରହିଛି । ସାହିପରି ଆସନ୍ତାକାଲି ଠାରୁ କାଳବୈଶାଖୀ ବର୍ଷାର ପ୍ରଭାବ ବଢିବ । ଫଳରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରରିଛି ପାଣିପାଗ ବିଭାଗ ।

ପ୍ରଭାବ ଦେଖାଇଲା କାଳବୈଶାଖୀ, ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି
ପ୍ରଭାବ ଦେଖାଇଲା କାଳବୈଶାଖୀ, ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି (ETV Bharat Odisha)

କ୍ରମାଗତ ୨୧ ଦିନର ଗ୍ରୀଷ୍ମ ପ୍ରବାହ ପରେ ତାତିରୁ ମିଳିଛି ଅଶ୍ବସ୍ତି । ଦୀର୍ଘଦିନର ଅସହ୍ୟ ଉଷ୍ମତାର ଅବଧି ପରେ ଆଜି ଠାରୁ ବଦଳିଛି ପାଗର ମିଜାଜ୍ । କାଳବୈଶାଖୀ ବର୍ଷାରେ ଭିଜିଛି ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା । ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଓ ବିଜୁଳି ଘଡଘଡି ସହ ବର୍ଷା ଜାରି ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀରେ ବର୍ଷା ଲାଗିରହିଛି । ତେବେ ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ିଘଡ଼ି ସହ ଝଟକା ପବନ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବଦଳିବ ପାଗର ମିଜାଜ: କାଲିଠୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ - Odisha Weather

ସେପଟେ ଆସନ୍ତାକାଲି ଠାରୁ ବର୍ଷାର ପ୍ରଭାବ ଅଧିକ ରହିଥିବା ଏହା 9 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ବର୍ଷା ପ୍ରଭାବରେ ବିଜୁଳି ଘଡଘଡ଼ି ସହ 40ରୁ 50 କିମି ବେଗରେ ଝଟକା ପବନ ହେବ । ଏହାସହ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷାକୁ ନେଇ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିିଂ ଜାରି କରିଛି ପାଣିପାଗ ବିଭାଗ । ପରେ 10 ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡ଼ି ହେବ ।

ସେପଟେ ପବନର ବେଗ ବଢ଼ିବା ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତ ଶୁଖିଲା ଥିବା ବେଳେ ୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହରଥିଲା । ୨୬ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୨ ସହରରେ ତାପମାତ୍ରା ୪୩ ରେକର୍ଡ ହୋଇଥଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.