ପୁଣି ଉଠିଲା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

author img

By

Published : Nov 18, 2022, 10:41 PM IST

ପୁଣି ଉଠିଲା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ଏନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଧର୍ମଗଡ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଭବାନୀପାଟଣା: ପୁଣି ଉଠିଲା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଧର୍ମଗଡ ଅଞ୍ଚଳବାସୀ ।

ପୁଣି ଉଠିଲା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ସୂଚନା ଅନୁଯାୟୀ, ଏହି ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ଏକ ସଭାରେ ପ୍ରତିଶୃତି ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦ ବର୍ଷ ତଳେ ଧର୍ମଗଡ କଲେଜ ପଡିଆ ଠାରେ ଏକ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଧର୍ମଗଡକୁ ଜିଲ୍ଲା ମାନ୍ୟତ ଦିଆଯାଇ ନାହିଁ । ଏନେଇ ଆନ୍ଦୋଳନକାରୀ ମାନେ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ଆଜି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନକୁ ଓହ୍ଲାଇଛି ।

ତେବେ ଏହାକୁ ନେଇ ବିଜେଡି,ବିଜେପି, କଂଗ୍ରେସ,ଆମ ଆଦମୀ ପାର୍ଟି ସମେତ ବ୍ୟବସାୟୀ ସଂଘ,ସାମ୍ବାଦିକ ସଂଘ,ଓକିଲ ସଂଘ,ଆଦିବାସୀ ସଂଘ ସମେତ ବହୁ ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି । ଏଥି ସହ ଆନ୍ଦୋଳନରେ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଛନ୍ତି । ଆଜି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ତେବେ ରାଜ୍ୟ ସରକାର ଏହି ଦାବିକୁ ଯଥାଶୀଘ୍ର ପୂରଣ ନ କଲେ ଏହି ଦାବିକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.