ETV Bharat / state

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଖରାପ ପାଗ ଯୋଗୁଁ ଅବତରଣ କରିପାରିନଥିଲା ହେଲିକପ୍ଟର - Naveen Helicopter landing issue

author img

By ETV Bharat Odisha Team

Published : May 6, 2024, 5:18 PM IST

Updated : May 6, 2024, 6:55 PM IST

ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର (ଫଟୋ- ଇଟିଭି ଭାରତ ଓଡ଼ିଶା)

Naveen Helicopter landing issue: ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଖରାପ ପାଗ ଯୋଗୁଁ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କରିଥିଲା ଜରୁରୀ ଅବତରଣ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ (ଇଟିଭି ଭାରତ ଓଡ଼ିଶା)
ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର (ଇଟିଭି ଭାରତ ଓଡ଼ିଶା)

ଝାରସୁଗୁଡ଼ା/ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରାପ ପାଗ ଯୋଗୁଁ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କରିଥିଲା ଜରୁରୀ ଅବତରଣ । ପାଗ ଅନୁକୂଳ ହେବା ପରେ ସେ ରାଜଧାନୀ ଅଭିମୁଖେ ବାହାରିଥିଲେ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଓ 5ଟି ଅଧ୍ୟକ୍ଷ ସୁରକ୍ଷିତ ଭାବେ ପହଞ୍ଚିଥିବା ଜଣାପଡ଼ିଛି । ଖଡ଼ିଆଳରୁ ଭୁବନେଶ୍ବର ଫେରୁଥିବା ବେଳେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । କାଳବୈଶାଖୀ ଯୋଗୁଁ ଭୁବନେଶ୍ବରରେ ଅବତରଣ କରିପାରିନଥିଲେ ମୁଖ୍ୟମନ୍ତ୍ରୀ । ରାଜଧାନୀ ଭୁବନେଶ୍ବର ଆକାଶରେ ଅଧଘଣ୍ଟା ଉଡ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଅବତରଣ କରିବାରେ ଅସୁବିଧା ହେବାରୁ ଭୁବନେଶ୍ବରରୁ ଝାରସୁଗୁଡ଼ା ଯାଇଥିଲା ହେଲିକପ୍ଟର । ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ପ୍ରଚଣ୍ଡ ବର୍ଷା ପବନ ଯୋଗୁଁ ଏଭଳି ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ସୁରକ୍ଷିତ ଅଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ।

ଏହା ବି ପଢନ୍ତୁ- ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିନ ପାରିବା ନେଇ ପାଣ୍ଡିଆନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଏ ନେଇ ସୂଚନା ଦେଇଥିଲେ । ପାଣ୍ଡିଆନ କହିଥିଲେ, " ଆମେ ଖରାପ ପାଗ ଯୋଗୁଁ ଭୁବନେଶ୍ବରରେ ଅବତରଣ କରିପାରିଲୁ ନାହିଁ । ସାର୍‌ ଆସି ଝାରସୁଗୁଡ଼ାରେ ଅବତରଣ କଲେ । ସାର୍‌ ସୁରକ୍ଷିତ ଅଛନ୍ତି । ଏବେ ଆମେ ପୁଣି ଭୁବନେଶ୍ବର ଅଭିମୁଖେ ବାହାରିଛୁ ।" ଭିଡିଓରେ ଉଭୟ ସ୍ବାଭାବିକ ଥିବା ଦେଖିବାକୁ ମିଳିଥିଲା । ତେବେ ପାଗ ଅନୁକୂଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପୁଣି ରାଜଧାନୀ ଅଭିମୁଖେ ବାହାରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିବା ଜଣାପଡ଼ିଛି ।

ବିମାନବନ୍ଦରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ:- ଏୟାରପୋର୍ଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଗ ଖରାପ ଯୋଗୁଁ ଭୁବନେଶ୍ଵର ବିମାନ ବନ୍ଦର ବଦଳରେ ଝାରସୁଗୁଡ଼ାରେ ଅବତରଣ କରିଥିଲା ବିମାନ । ମୁଖ୍ଯମନ୍ତ୍ରୀଙ୍କ ହେଲେିକପଟର ସମେତ ଅନ୍ୟ ଦୁଇ ଉଡାଜାହାଜ ମଧ୍ୟ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରାଇ ପାରିନାହାନ୍ତି । ଗୋଟିଏ ବାଙ୍ଗଲୋରରୁ ଭୁବନେଶ୍ବର ଆସୁଥିବା ବେଳେ ପାଣିପାଗ ପରିବର୍ତ୍ତନ ପାଇଁ କୋଲକାତା ଯାଇ ଜରୁରୀ ଅବତରଣ କରିଛି । ସେହିପରି ଅନ୍ୟଟି ହାଇଦ୍ରାବାଦରୁ ଆସି ଭୁବନେଶ୍ବର ଅବତରଣ ନକରି ପାରି ରାଞ୍ଚିରେ ଅବତରଣ କରିଥିବା ଜଣାପଡ଼ିଛି ।

ସୂଚନା ଥାଉ କି ରାଜ୍ୟରେ ଆଜି ପାଗରେ ପରିବର୍ତ୍ତନ ଘଟିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ରହିଛି । ଏଣୁ ପାଗ ଅନୁକୂଳ ନଥିବାରୁ ହେଲିକପ୍ଟର ଅବତରଣ କରିପାରିନଥିଲା । ଅନ୍ୟପଟେ ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଝାରସୁଗୁଡ଼ା/ଭୁବନେଶ୍ବର

Last Updated :May 6, 2024, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.