ଓଡିଶା

odisha

ମକର ସଂକ୍ରାନ୍ତିରେ ଖାଁ ଖାଁ ମା' ଶାରଳା ଓ ଗୋରେଖନାଥ ପୀଠ

By

Published : Jan 14, 2022, 7:55 PM IST

makar sankranti: Covid restriction for devotees in jagatsinghpur Sarala Pitha and Gorekhanath temple

କଟକଣା ମଧ୍ୟରେ ବିନା ଭକ୍ତରେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ ଓ ବିଭୁତି କ୍ଷେତ୍ର ଗୋରେଖନାଥ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ ଓ ବିଭୁତି କ୍ଷେତ୍ର ଗୋରେଖନାଥ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ମନ୍ଦିର ପରିସରରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସାଧାରଣ ଭକ୍ତ ଯେପରି ମନ୍ଦିର ମଧ୍ୟକୁ ପ୍ରବେଶ କରି ନପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା ।

ପ୍ରବେଶ ପଥରେ ବ୍ୟାରିକେଡ ନିର୍ମାଣ ସହିତ ପରିଚୟପତ୍ର ଦେଖି ପୂଜକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଇଥିଲା । ମକର ବେଢା ଓ ମକର ଚାଉଳ ସେବନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ତେବେ ମା' ଶାରଳା ଓ ବାବା ଗୋରେଖନାଥଙ୍କ ନୀତିକାନ୍ତି ସ୍ବାଭାବିକ ଭାବରେ ସମ୍ପାଦନ କରାଯାଇଛି । ବର୍ଷ2019ରୁ ଶାରଳାଙ୍କ ପ୍ରସିଦ୍ଧ ମକର ସଂକ୍ରାନ୍ତି ପର୍ବ ବନ୍ଦ ରହି ଆସୁଛି । କୋଭିଡ ସଂକ୍ରମଣ ଦୃଷ୍ଟିରୁ 3 ବର୍ଷ ହେବ ମକର ସଂକ୍ରାନ୍ତି ପର୍ବ ପାଳନ ହୋଇ ପାରୁନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details