ଓଡିଶା

odisha

ଅସ୍ଥାୟୀ ପୋଖରୀରେ ବିସର୍ଜନ କରି ମା’ଙ୍କୁ ବିଦାୟ ଦେଲା ଜଗତସିଂହପୁର

By

Published : Oct 16, 2021, 7:33 PM IST

ଅସ୍ଥାୟୀ ପୋଖରୀରେ ବିସର୍ଜନ କରି ମା’ଙ୍କୁ ବିଦାୟ ଦେଲା ଜଗତସିଂହପୁର

ଜଗତସିଂହପୁର ସହରରେ ଆଜି ନିରାଡ଼ମ୍ବର ଭାବେ ବିଭିନ୍ନ ପୂଜା ମଣ୍ଡପରୁ ମା’ଙ୍କୁ ବିଦାୟ ଦିଆଯାଉଛି । ଶୃଙ୍ଖଳିତ ଭାବେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ଗୁଡିକୁ ବିସର୍ଜିତ କରାଯାଉଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ସହରରେ ଆଜି ନିରାଡ଼ମ୍ବର ଭାବେ ବିଭିନ୍ନ ପୂଜା ମଣ୍ଡପରୁ ମା’ଙ୍କୁ ବିଦାୟ ଦିଆଯାଉଛି । ଶୃଙ୍ଖଳିତ ଭାବେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ଗୁଡିକୁ ବିସର୍ଜିତ କରାଯାଉଛି । କୋଭିଡ ଗାଇଡ଼ ଲାଇନ ଅନୁସାରେ ବିଭିନ୍ନ ପୂଜାମଣ୍ଡପ ଗୁଡିକରୁ ମେଢ଼ ବିନା ଶୋଭାଯାତ୍ରାରେ ବାହାରି ହାଟ ବଜାର ନିକଟ ଅଳକା ନଦୀ ମଧ୍ୟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜିତ କରିବାକୁ କୁହାଯାଇଛି ।

ଅସ୍ଥାୟୀ ପୋଖରୀରେ ବିସର୍ଜନ କରି ମା’ଙ୍କୁ ବିଦାୟ ଦେଲା ଜଗତସିଂହପୁର

ପୁରୋହିତପୁର ଦେଇ ଯାଉଥିବା ମେଢ଼ ଗୁଡିକ ସହର ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ । ଫଳରେ ପୁରୋହିତପୁର ନିକଟରେ ପ୍ରଶାସନ ଓ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀରେ ଖୋଲାଯାଇ ସେହିଠାରେ ବିସର୍ଜିତ କରାଯିବାକୁ ପୂଜା ମଣ୍ଡପକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସହରର ପ୍ରାୟ ୪୦ରୁ ଅଧିକ ମେଢ଼କୁ ବିସର୍ଜନ ପାଇଁ ତିନୋଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିବା ବେଳେ ଶୃଙ୍ଖଳିତ ଭାବେ ବର୍ତ୍ତମାନ ସୁଦ୍ଧା ମୂର୍ତ୍ତି ବିସର୍ଜନ ପ୍ରକ୍ରିୟା ଚାଲୁ ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details