ଓଡିଶା

odisha

ଆନ୍ଧ୍ର ପୋଲିସ ହାତରେ ଅନ୍ତର୍ଜାତୀୟ ରକ୍ତ ଚନ୍ଦନ ତସ୍କରୀ ଗ୍ୟାଙ୍ଗ, 11 ଗିରଫ

By

Published : Sep 8, 2022, 8:09 AM IST

ଦୁଇ କୋଟି ମୂଲ୍ୟର ରକ୍ତ ଚନ୍ଦନ କାଠ ଜବତ, ୧୧ ଜଣିଆ ଗ୍ୟାଙ୍ଗ ଗିରଫ

ସିନେମା ଷ୍ଟାଇଲରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ । ଆନ୍ଧ୍ର ପୋଲିସ୍ ହାତରେ ଧରାପଡିଛନ୍ତି ଅନ୍ତର୍ଜାତୀୟ ରକ୍ତ ଚନ୍ଦନ ତସ୍କରୀର 11 ଜଣିଆ ଗ୍ୟାଙ୍ଗ । ଅଧିକ ପଢ଼ନ୍ତୁ

ଗଜପତି:ଆନ୍ଧ୍ର ପୋଲିସ୍ ହାତରେ ଧରା ପଡିଛନ୍ତି ଅନ୍ତର୍ଜାତୀୟ ରକ୍ତ ଚନ୍ଦନ ତସ୍କରୀର 11 ଜଣିଆ ଗ୍ୟାଙ୍ଗ । ଓଡ଼ିଶାରୁ ଚେନ୍ନାଇ ରକ୍ତ ଚନ୍ଦନ କାଠ ଚୋରାରେ ଚାଲାଣ ହେଉଥିବା ବେଳେ ଧରାପଡ଼ିଛନ୍ତି ଏହି ମୂଲ୍ୟବାନ କାଠ ଚୋର । ଆନ୍ଧ୍ର ପୋଲିସ ଦ୍ବାରା ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ କରାଯାଇଥିବା ବେଳେ ଏହି ଚାଲାଣରେ ଜଡ଼ିତ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏହି 11ଜଣଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗଣ୍ଡାହାତୀ ଅଞ୍ଚଳର 4 ଜଣ ରହିଛନ୍ତି । ଗ୍ୟାଙ୍ଗର ଅନ୍ୟ 4ଜଣ ଫେରାର୍ ଥିବାବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ଶ୍ରୀକାକୁଲମ୍ ଏସପି ରାଧିକା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଦୁଇ କୋଟି ମୂଲ୍ୟର ରକ୍ତ ଚନ୍ଦନ କାଠ ଜବତ, ୧୧ ଜଣିଆ ଗ୍ୟାଙ୍ଗ ଗିରଫ

ଗିରଫ ଯୁବକମାନେ ହେଲେ ତାମିଲନାଡୁ କାଞ୍ଚିପୁରମ୍ ଜିଲ୍ଲା ମଳୟମ୍ବକମର ବୀରସ୍ବାମୀ କୋଦଣ୍ଡମ(40), ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲା ତ୍ରିଧାମପାଡୁର ଏ.ସୋମିନାଇଡୁ(43), କର୍ଣ୍ଣୁଲ ଜିଲ୍ଲା ଲିଙ୍ଗାଲ୍ଲୀର ଗୁଡିପାଲ୍ଲୀ ପ୍ରତାପ(43), ଜିଲ୍ଲା କୋଡୁରୁର ଏସ.ରାଜେନ୍ଦ୍ର ପ୍ରସାଦ(36), ଜାଙ୍ଗିତିବାଣୀପଲ୍ଲୀର କେ.ଦୀପା(31), ଆନ୍ନାମାୟା ଜିଲ୍ଲା ରାମପୁରମର ବି.ଲକ୍ଷ୍ମୀନାରାୟଣ, ଜବତ ଆଇଚର ଗାଡିର ଦୁଇଜଣ ଡ୍ରାଇଭର କାଡାପା ଜିଲ୍ଲା ଉଙ୍ଗରାଲାନଗରର କେ.ବିଜୟ ଶ୍ରୀନିବାସ ରାଓ (30) ଏବଂ ନେଲୁରୁ ଜିଲ୍ଲା ମୁଡାମପଲ୍ଲୀର ପି,ରାମମୋହନା(35) ।

ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଅଞ୍ଚଳ ମାର୍କଣ୍ଡ ସାବତ(27),ଅଭିଜିତ ଭୂୟାଁ(21),ବାରିକି ପ୍ରଧାନ(22) ଆଦି 11ଜଣଙ୍କୁ ପୋଲିସ କରିଥିବା ବେଳେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ରାଜାମପେଟାର ଜବତ ଆଇଚର ଗାଡିର ମାଲିକ ଶେଖ୍ ସାହିର ବାସା, ଜବତ କାରର ମାଲିକ ଗଣେଶ କୁମାର ପଣ୍ଡା, ଗଣ୍ଡାହାତୀ ଅଞ୍ଚଳର ସାମୁଏଲ ଏବଂ ଚେନ୍ନାଇର ପ୍ରବୀଣ ଆଦି 4ଜଣ ଫେରାର୍ ଥିବା ଏସପି ସୂଚନା ଦେଇଛନ୍ତି ।

ଏମାନଙ୍କ ନିକଟରୁ 4 ହଜାର 2ଶହ କିଲୋ ରେଡ ସେଣ୍ଡେଲ୍ ଓଜନର 396ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ ହୋଇଥିବା ବେଳେ ଏଥିପାଇଁ ବ୍ୟବହୃତ ହୋଇଥିବା ଆଇଚର ଗାଡି (ଏପି-39ଏନଜି-8886) ଏବଂ ଏକ କାର୍ (ଓଡି-02ଏଡି-1285) ମଧ୍ୟ ଜବତ ହୋଇଛି । ଏମାନଙ୍କ ନିକଟରୁ 35 ହଜାର ଟଙ୍କା ନଗଦ ଏବଂ 14ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଥିବା ଏସପି କହିଛନ୍ତି । ଜବତ ରକ୍ତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି ଶ୍ରୀକାକୁଲମ୍ ଏସପି କହିଛନ୍ତି । ଏମାନଙ୍କ ନାଁରେ ଆନ୍ଧ୍ରର ବିଭିନ୍ନ ଥାନା 10ଟି ମାମଲା ରହିଥିବା ମଧ୍ୟ ସେ କହିଛନ୍ତି । ସିନେମା ଷ୍ଟାଇଲରେ ଚାଲିଥିଲା ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details