ଓଡିଶା

odisha

ମେଡିକାଲରେ ସୁରକ୍ଷା ବ୍ୟବସ୍ଥା ଢିଲା, ରାତିଅଧରେ ମୃତଦେହ ନେଇଗଲେ ସମ୍ପର୍କୀୟ

By

Published : Aug 25, 2021, 2:13 PM IST

ମେଡିକାଲରୁ ମୃତଦେହକୁ ରାତି ଅଧରେ ନେଇ ଆସିଲେ ସମ୍ପର୍କୀୟ
ମେଡିକାଲରୁ ମୃତଦେହକୁ ରାତି ଅଧରେ ନେଇ ଆସିଲେ ସମ୍ପର୍କୀୟ ()

ସୁରକ୍ଷା ବ୍ୟବସ୍ଥା ଢିଲା ଦେଖି ମୃତଦେହକୁ ଧରି ପଳାଇଗଲେ ସମ୍ପର୍କୀୟ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ । ଅଧିକ ପଢନ୍ତୁ...

ଗଜପତି: ମୃତଦେହକୁ ଅସମ୍ମାନ । ସୁରକ୍ଷା ବ୍ୟବସ୍ଥା ଢିଲା ଦେଖି ମୃତଦେହକୁ ଧରି ପଳାଇ ଆସିଲେ ସମ୍ପର୍କୀୟ । ମେଡ଼ିକାଲରୁ କିଛି ବାଟ ନେଇ ରାସ୍ତା ପାର୍ଶ୍ବ ନାଳ ଉପରେ ରଖିଲେ ମୃତଦେହ । ତାହା ପୁଣି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ । ସୂଚନା ଅନୁସାରେ, ରାମଗିରିର କାର୍ତ୍ତିକ ବିଷୋୟୀ ନାମକ ଏକ ଜଣେ ଯୁବକ ଗଛରୁ ପଡ଼ି ଗୁରୁତର ଅବସ୍ଥାରେ ପ୍ରଥମେ ରାମଗିରିରେ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଖରାପ ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ହେଲେ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମେଡିକାଲରୁ ମୃତଦେହକୁ ରାତି ଅଧରେ ନେଇ ଆସିଲେ ସମ୍ପର୍କୀୟ

ଡାକ୍ତର ଶବ ବ୍ୟବଚ୍ଛେଦ ପାଇଁ କହିତିଲେ ହେଲେ ବିଳମ୍ବିତ ରାତିରେ ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ ଥିବାରୁ ସୁଯୋଗ ମୌକା ନେଇ ବିନା ବ୍ୟବଚ୍ଛେଦରେ ମେଡ଼ିକାଲରୁ ମୃତଦେହ ଧରି ପଳାଇ ଯାଇଥିଲେ ସମ୍ପର୍କୀୟ । ମେଡ଼ିକାଲରୁ କିଛି ବାଟ ନେଇ ରାସ୍ତା ପାର୍ଶ୍ବ ନାଳ ଉପରେ ମୃତଦେହକୁ ରଖିଥିଲେ । ପରେ ଖବର ପାଇ ମେଡ଼ିକାଲ ସୁରକ୍ଷା କର୍ମୀମାନେ ବିଳମ୍ବିତ ରାତିରେ ମହାପ୍ରୟାଣ ଗାଡ଼ି ଆଣି ପୁଣି ମୃତଦେହକୁ ମେଡିକାଲକୁ ବୋହି ନେଇ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ABOUT THE AUTHOR

...view details