ETV Bharat / state

DIG ଆଶିଷ ସିଂଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜେପି - BJP MEET CEO

author img

By ETV Bharat Odisha Team

Published : May 2, 2024, 9:09 PM IST

ଡ଼ିଆଇଜି ଆଶିଷ ସିଂଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି
ଡ଼ିଆଇଜି ଆଶିଷ ସିଂଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି (ETV BHARAT ODISHA)

BJP MEET CEO: ଡିଆଇଜି ଆଶିଷ ସିଂ ବିଜେଡିର ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ଆଣିଛି ବିଜେପି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଦଳ । ଅଧିକ ପଢନ୍ତୁ

ଡ଼ିଆଇଜି ଆଶିଷ ସିଂଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି (ETV BHARAT ODISHA)

ଭୁବନେଶ୍ବର: ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଆଶିଷ ସିଂ ବିଜେଡ଼ିର ନିର୍ବାଚନୀ ପ୍ରଚାର କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି ଦଳ । ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ସିକ୍ୟୁରୀଟି ଇନ୍ ଚାର୍ଜ ଥିବା ଆଶିଷ ସିଂ ଅର୍ଥନୈତିକ ଅପରାଧ ଶାଖାରେ ଅଫିସ ଚଳାଉଛନ୍ତି । ହେଲେ ସରକାରୀ ଅଫିସର ହେବା ସତ୍ତ୍ୱେ ବିଜେଡିର ରାଜନୈତିକ କାର୍ଯ୍ୟ କିପରି କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ତେଣୁ ଡିଆଇଜି ଆଶିଷ ସିଂଙ୍କ ମୋବାଇଲ ଜବତ କରି ଯାଞ୍ଚ କରାଯାଉ । ଏବଂ ଆଶିଷ ସିଂଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଓଡ଼ିଶା ବାହାରକୁ ବଦଳି କରାଯାଉ ବୋଲି ଦାବି କରିଛି ଦଳ ।

ବେଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ନିର୍ବାଚନ ଆସିଲେ ନିଜ ବିପକ୍ଷରେ ଥିବା ଆରୋପକୁ ଘୋଡାଇବା ପାଇଁ ବିଜେଡି ସମସ୍ତ ପ୍ରକାର କସରତ କରେ । ବିଜେଡି ଭଲ ଭାବେ ଜାଣିଛି ୨୪ବର୍ଷର ସ୍ୱଚ୍ଛ ଶାସନର ଆଢ଼ୁଆଳରେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅସ୍ମିତାକୁ କିଭଳି ଭାବେ ଖିନଭିନ କରିଛି । ଆଜି ପ୍ରତିଟି ଓଡ଼ିଆ ନିଜର ଅସ୍ମିତାକୁ ନେଇ ଚିନ୍ତାରେ । ନିଜର ବିଷମ ପରିସ୍ଥିତି ସମ୍ବର୍ଦ୍ଧରେ ଅବଗତ ଥିବା ବିଜେଡି ନିର୍ବାଚନ ହାରିଯିବା ଭୟରେ ଖୁଲମ୍ ଖୋଲା ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବାରେ ଲାଗି ପଡିଛନ୍ତି । ଏହି ନିର୍ବାଚନର ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ କେତେବେଳେ ଶପଥ କରାଉଛନ୍ତି ତ କେତେବେଳେ ମହିଳାମାନଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଉଛନ୍ତି । ବିଜେଡିର ଏଭଳି ହୀନକାର୍ଯ୍ୟକୁ ବିଜେପି ବାରମ୍ବାର ବିରୋଧ କରିବା ସତ୍ତ୍ବେ ମଧ୍ୟ ବିଜେଡି ସେଥିରୁ ନିବୃତ ନରହିବା ଦୁର୍ଭାଗ୍ୟର ବିଷୟ ।

ଏହା ମଧ୍ୟ ପଢନ୍ତୁ .....ମିଶନ ଶକ୍ତି ବିଭାଗ ବିଜେଡି ପାଇଁ ଭୋଟ ଯୋଗାଡ କରିବା କାମରେ ଲାଗିଛନ୍ତି: ବିଜେପି - Violation Of Code Of Conduct

ଏହା ମଧ୍ୟ ପଢନ୍ତୁ......ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନର ନୂଆ କୀର୍ତିମାନ ସ୍ଥାପନ କରୁଛି ବିଜେପି: ବିଜେଡି - BJD MEET CEO


ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବିରୋଧରେ ଯେତେ ଅଭିଯୋଗ କଲେ ସେ ତାଙ୍କର ଅଭ୍ୟାସ ବଦଳୁ ନାହାନ୍ତି । ଆଶିଷ ସିଂ ନିର୍ବାଚନ ଆୟୋଗ ତାଙ୍କୁ ବଦଳି କରିଥିଲେ । ଆଶିଷ ସିଂ ନିର୍ବାଚନ ବେଳେ ବିଜେଡି ପାଇଁ କାମ କରିବା କେତେ ଦୂର ଯଥାର୍ଥ । ରାଜ୍ୟରେ ସବୁ ପୋଲିସ ମାନଙ୍କୁ ଆଶିଷ ସିଂ ଧମକ ଦେଉଛନ୍ତି, ଯେ ବିଜେଡି ପାଇଁ କାମ କର ବୋଲି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.