ETV Bharat / politics

ମିଶନ ଶକ୍ତି ବିଭାଗ ବିଜେଡି ପାଇଁ ଭୋଟ ଯୋଗାଡ କରିବା କାମରେ ଲାଗିଛନ୍ତି: ବିଜେପି - Violation of Code of Conduct

author img

By ETV Bharat Odisha Team

Published : Apr 30, 2024, 8:52 PM IST

BJP Meet CEO: ବିଜେଡ଼ି ବିରୋଧରେ ଅଭିଯୋଗ ଆଣିଲା ବିଜେପି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି କେଉଁ ଅଭିଯୋଗ ଆଣିଛି ଜାଣନ୍ତୁ । ଅଧିକ ପଢ଼ନ୍ତୁ,

Violation of Code of Conduct
Violation of Code of Conduct

Violation of Code of Conduct

ଭୁବନେଶ୍ବର: ନିର୍ବାଚନ କମିଶନଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି । ମିଶନ ଶକ୍ତି ଡିଏଲଏଫ ଏବଂ ବିଏଲଏଫମାନେ ବିଜେଡି ପାଇଁ ଭୋଟ ଯୋଗାଡ କରୁଥିବାର ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ଦେଇଛି ବିଜେପି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାକୁ ବିଜେଡି ବେଖାତିର କରୁଥିବା ନେଇ ବିଜେପି ଅଭିଯୋଗ କରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।

ସେ କହିଛନ୍ତି, "ବାରମ୍ବାର ବିଜେଡି ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଛନ୍ତି । ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ନୂଆ କାରନାମା ସାମ୍ନାକୁ ଆସିଛି । ମିଶନ ଶକ୍ତି ବିଭାଗ ବିଜେଡି ପାଇଁ ଭୋଟ ଯୋଗାଡ କରିବା କାମରେ ଲାଗିଛନ୍ତି । ବିଏଲଏଫ ଏବଂ ଡିଏଲଏଫମାନେ ମିଶନ ଶକ୍ତି ବିଭାଗ ଦେଇଥିବା ଗାଡ଼ି ଧରି ବିଜେଡ଼ି ପାଇଁ ଭୋଟ ମାଗୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ଡିଏଲଏଫ ସଭାପତି ବିଷ୍ଣୁପ୍ରିୟା ଦାସ ମିଶନ ଶକ୍ତି ମହିଳାମାନଙ୍କୁ ବିଜେଡିରେ ଭୋଟ ଦେବା ପାଇଁ ଅପିଲ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ମିଶନ ଶକ୍ତି ମହିଳାମାନେ ସ୍ପଷ୍ଟ କହୁଛନ୍ତି, ଆମକୁ ବିଜେଡି ପାଇଁ ପ୍ରଚାର କରିବାକୁ ନିର୍ଦ୍ଦେଶ ମିଳିଛି । ଆମେ ସରକାରୀ କର୍ମଚାରୀ ନୁହେଁ । ଆମେ ବିଜେଡ଼ି ପାଇଁ ପ୍ରଚାର କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ.. ଧର୍ମେନ୍ଦ୍ରଙ୍କ ରାଲିରେ ରାଧାକୃଷ୍ଣ ବେଶରେ ଶିଶୁ; ସିଇଓଙ୍କ ଫେରାଦ ହେଲା ବିଜେଡି - BJD Meet CEO

ଭିଡିଓ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେପି । ମିଶନ ଶକ୍ତି ଗାଡ଼ି ଧରି ବୁଲୁଥିବା ବିଏଲଏଫ ଏବଂ ଡିଏଲଏଫମାନେ ସରକାରୀ କର୍ମଚାରୀ କେମିତି ନୁହନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଯଦି ଏମାନେ ସରକାରୀ କର୍ମଚାରୀ ନୁହନ୍ତି, ତେବେ ସେମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ଯିଏ ବିଜେଡି ପାଇଁ ପ୍ରଚାର କରିବାକୁ ଭିଡିଓରେ କହୁଛନ୍ତି, ତାଙ୍କୁ ଗିରଫ କରାଯାଉ । ତାଙ୍କ ଦିଆଯାଇଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଫେରାଇ ନିଆଯାଉ ବୋଲି ଦାବି କରିଛି ବିଜେପି । ଏହାସହ ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଏବଂ ସୁର ରାଉତରାୟଙ୍କ ନାଁରେ ମଧ୍ୟ ସିଇଓଙ୍କୁ ଭେଟି ଅଭିଯୋଗ କରିଛି ବିଜେପି । ବାପ-ପୁଅ ଦୁଇ ଜଣ ଜଗନ୍ନାଥଙ୍କ ଧଣ୍ଡା ନହେଲେ ଲିଙ୍ଗରାଜଙ୍କ ପାଦୁକା ଧରି ମଞ୍ଚ ଉପରେ ବିଜେଡିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଶପଥ କରାଉଛନ୍ତି । ଶପଥ କରିବା ନାଟକ ଆରମ୍ଭ ହୋଇଛି । ଏହା ସଂପୂର୍ଣ୍ଣ ଭାବେ ଧାରା 123କୁ ଉଲ୍ଲଙ୍ଘନ କରୁଛି । ତେବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.