ଓଡିଶା

odisha

ନାଟ ମଣ୍ଡପ ବିମ୍ ମରାମତି: ଜାନୁଆରି ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ୍ କ୍ୟୁରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By ETV Bharat Odisha Team

Published : Dec 18, 2023, 2:39 PM IST

Natamandap issue in Odisha High court: ହାଇକୋର୍ଟରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ମାମଲା । ଜାନୁଆରି ୧୮ ସୁଦ୍ଧା ବିମ୍ ମରାମତି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରୀଙ୍କୁ ଅଦାଲତଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ,

ନାଟ ମଣ୍ଡପ ବିମ୍ ମରାମତି: ଜାନୁଆରି ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ୍ କ୍ୟୁରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନାଟ ମଣ୍ଡପ ବିମ୍ ମରାମତି: ଜାନୁଆରି ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ୍ କ୍ୟୁରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନାଟ ମଣ୍ଡପ ବିମ୍ ମରାମତି: ଜାନୁଆରି ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ୍ କ୍ୟୁରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:ହାଇକୋର୍ଟରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲା। ଡିସେମ୍ବର ୧୯ ରୁ ୨୧ ତାରିଖ ମଧ୍ୟରେ ବୈଠକ କରି ନାଟ ମଣ୍ଡପ ବିମ୍ ମରାମତି ପାଇଁ SS ବକ୍ସ ଡିଜାଇନ କରାଯିବ । କୋର୍ କମିଟି ବିଭିନ୍ନ ଡିଜାଇନକୁ ଅନୁଧ୍ୟାନ କରି ଏହାକୁ ଚୂଡ଼ାନ୍ତ କରିବେ। ଏହା ସହିତ ନାଟମଣ୍ଡପ ବିମ୍ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଟେଣ୍ଡର ଆହ୍ୱାନ କରିବେ। ଏନେଇ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଆମିକସ କ୍ୟୁରୀ । ଆସନ୍ତା ଜାନୁଆରି ୧୮ ତାରିଖ ସୁଦ୍ଧା ନାଟମଣ୍ଡପ ବିମ୍ ମରାମତି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଆମିକସ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆମିକସ କ୍ୟୁରୀ ଆଜି ହାଇକୋର୍ଟରେ, ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ କାର୍ଯ୍ୟର ରିପୋର୍ଟ ଦାଖଲ କରିଛନ୍ତି । ଏଥିରେ ଅବଗତ କରାଯାଇଛି ଯେ, କାଠର ସିଲିଂ ଏବଂ ମୂର୍ତ୍ତି ଖୋଲାଯାଇ ମନ୍ଦିର ମ୍ୟୁଜିଅମରେ ରଖାଯାଇଛି । ସେହିପରି ସିଲିଂରେ ଥିବା ପଥରଗୁଡ଼ିକୁ ଡି ପ୍ଲାଷ୍ଟରିଂ କରାଯାଇଛି । ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିଛନ୍ତି। ଆସନ୍ତା ଜାନୁଆରି ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

ଏହା ମଧ୍ୟ ପଢ଼ନ୍ତୁ: ତେଜୁଛି ସ୍ମୋକ୍ ଆଟାକ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ବିରୋଧୀଙ୍କ ହଲ୍ଲାବୋଲ୍ , ଗୃହ ମୁତଲବୀ

ଶ୍ରୀମନ୍ଦିର ନାଟ ମଣ୍ଡପ ସୁରକ୍ଷା ନେଇ ଆଇଆଇଟି ମାଡ୍ରାସକୁ ମତାମତ ମଗାଯାଇଥିଲା । ନାଟ ମଣ୍ଡପ ବିମ୍ ଡିଜାଇନ ଦେବ ଆଇଆଇଟି ମାଡ୍ରାସ । ଅକ୍ଟୋବର ୧୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଏସଆଇକୁ ଦିଆଯାଇଥିଲା ଏହି ନିର୍ଦ୍ଦେଶନାମା । ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତି ଜବାବ ଦାଖଲ କରାଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ: 'ସ୍ବର୍ବେଦ ମହାମନ୍ଦିର' ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ 'ବାରାଣସୀର ଅର୍ଥ ବିକାଶ'


ସୂଚନାଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଯାଞ୍ଚକୁ ନେଇ ଆବେଦନକାରୀ ଓକିଲଙ୍କ ପକ୍ଷରୁ ଦାଖଲ ହୋଇଥିବା ପ୍ରତି ଜବାବକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଦୀର୍ଘ ୪୫ ବର୍ଷ ଧରି କାହିଁକି ଖୋଲିନାହିଁ ରତ୍ନଭଣ୍ଡାର ? କାହିଁକି ରତ୍ନଭଣ୍ଡାରରେ ଥିବା ଅଳଙ୍କାରର କୌଣସି ହିସାବ କିତାବ ହୋଇନାହିଁ ? ସେନେଇ ଆବେଦନକାରୀ ହାଇକୋର୍ଟରେପ୍ରତି ଜବାବ ଦାଖଲ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ ର ସେକ୍ସନ ୯ ଏବଂ ରୁଲ୍ ୧୯୬୦ ର ରୁଲ ୫ କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ନେଇ ଆବେଦନକାରୀ ପ୍ରତି ଜବାବରେ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ ର ସେକ୍ସନ ୯ ଅନୁସାରେ ପ୍ରତି ୩ ବର୍ଷରେ ଥରେ କମିଟି ଗଠନ ହେବା କଥା । ଆଇନ ଅନୁଯାୟୀ କମିଟିର ପୁନର୍ଗଠନ ମଧ୍ୟ ହେବା କଥା । ଶ୍ରୀମନ୍ଦିର ନାଟ ମନ୍ଦିର ଏବଂ ରତ୍ନ ଭଣ୍ଡାର ମାମଲାରେ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details