ETV Bharat / bharat

ତେଜୁଛି ସ୍ମୋକ୍ ଆଟାକ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ବିରୋଧୀଙ୍କ ହଲ୍ଲାବୋଲ୍ , ଗୃହ ମୁତଲବୀ

author img

By ETV Bharat Odisha Team

Published : Dec 18, 2023, 1:12 PM IST

Parliament adjourned amid ruckus by Opposition: ସ୍ମୋକ୍ ଆଟାକ ପ୍ରସଙ୍ଗରେ ସଂସଦ ଅଚଳ। ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ବିରୋଧୀଙ୍କ ହୋହଲ୍ଲା ଏବଂ ହଟ୍ଟଗୋଳ । ଉଭୟ ଗୃହ ମୁଲତବୀ । ସଂସଦ ବାହାରେ ଧାରଣା ଦେଲେ ୧୪ ନିଲମ୍ବିତ ସାଂସଦ । ଅଧିକ ପଢ଼ନ୍ତୁ,

ତେଜିଲା ସ୍ମୋକ୍ ଆଟାକ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁତଲବୀ
ତେଜିଲା ସ୍ମୋକ୍ ଆଟାକ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁତଲବୀ

ତେଜିଲା ସ୍ମୋକ୍ ଆଟାକ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁତଲବୀ

ନୂଆଦିଲ୍ଲୀ: ସ୍ମୋକ୍ ଆଟାକ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜବାବ ଦାବିରେ ଉଭୟ ଗୃହରେ ହୋହଲ୍ଲା, ହଟ୍ଟଗୋଳ ଏବଂ ହଙ୍ଗାମା କରିଛନ୍ତି ବିରୋଧୀ ସାଂସଦ। ଫଳରେ ବାଧାପ୍ରାପ୍ତ ହୋଇଛି ଗୃହକାର୍ଯ୍ୟ । ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନଖଡ଼ । ଲୋକସଭାରେ ବିରୋଧୀଙ୍କ ବିଭ୍ରାଟ ଯୋଗୁଁ ବାଚସ୍ପତି ଓମ୍ ବିର୍ଲା ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ସେପଟେ ନିଲମ୍ବନ ପ୍ରତିବାଦରେ ସଂସଦ ବାହାରେ ଧାରଣା ଦେଇଛନ୍ତି ୧୪ ଜଣ ବିରୋଧୀ ସଦସ୍ୟ । ସଂସଦରେ ସ୍ମୋକ ଆଟାକରୁ ନେଇ ଗତ ୧୩ ତାରିଖରୁ ଚାଲିପାରୁନାହିଁ ସଂସଦ କାର୍ଯ୍ଯ । ଆଜି ମଧ୍ଯ ସଂସଦରେ ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଥିଲା । ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ, ସୁରକ୍ଷା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ପ୍ରଧାନମନ୍ତ୍ରୀ ଗୃହ ଭିତରେ ଜବାବ ଦିଅନ୍ତୁ ବୋଲି ଦାବି କରିଥିଲେ । ସେହିପରି ଶୀତ ଅଧିବେଶନରୁ ସସପେଣ୍ଡ ହୋଇଥିବା ୧୪ ଜଣ ବିରୋଧୀ ସାଂସଦଙ୍କ ଉପରେ ଏହ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା । ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଏବଂ ହଙ୍ଗାମା ଯୋଗୁଁ ରାଜ୍ୟସଭା ଅଧ୍ଯକ୍ଷ ଜଗଦୀପ ଧନଖଡ଼ ଗୃହକୁ ପ୍ରଥମେ ଦିନ ସାଢ଼େ ୧୧ଟା ଏବଂ ପରେ ଅପରାହ୍ନ ୨ଟା ପର୍ଯ୍ଯନ୍ତ ମୁଲତବୀ ଘୋଷଣା କରିଥିଲେ ।

ଲୋକସଭାରେ ମଧ୍ୟ ଉଠିଥିଲା ସମାନ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ଗୃହ ବାହାରେ ନୁହେଁ, ସଂସଦରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରି, ହଟ୍ଟଗୋଳ କରିଥିଲେ ବିରୋଧୀ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ବିରୋଧୀଙ୍କ ଚାପରେ ପ୍ରଧାନମନ୍ତ୍ରୀ ଘଟଣାର 4 ଦିନ ପରେ ମୁହଁ ଖୋଲିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଗୃହ ଭିତରେ ବିବୃତ୍ତି ରଖିନ୍ତୁ ବୋଲି ଦାବି କରିଥିଲେ ଅଧୀର ରଞ୍ଜନ । ଅଧୀରଙ୍କ ସ୍ବରରେ ସ୍ବର ମିଳାଇ, ବିରୋଧୀ ସଦସ୍ୟମାନେ ପାଟିତୁଣ୍ଡ କରିବାରୁ, ବାଚସ୍ପତି ଓମ୍ ବିର୍ଲା ଗୃହକୁ ମୁଲତବୀ ରଖିଥିଲେ । ଗତକାଲି (ରବିବାର) ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ । ଘଟଣାକୁ ଦୁଃଖଦ ଓ ଚିନ୍ତାଜନକ କହିବା ସହ ଏହା ପଛରେ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ନିହାତି ଆବଶ୍ୟକ ବୋଲି ମୋଦି କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ STF, ଆଜି କୋର୍ଟରେ କରିବ ଆବେଦନ

ଲୋକସଭା ଏବଂ ରାଜ୍ୟସଭା ଚାଲି ପାରିନଥିବା ବେଳେ, ସଂସଦର ମକର ଦ୍ବାରରେ ପ୍ଲା କାର୍ଡ ଧରି ପ୍ରତିବାଦ କରିଥିଲେ ୧୪ ନିଲମ୍ବିତ ବିରୋଧୀ ସାସଂଦ । କଂଗ୍ରେସ ନେତ୍ରୀ ତଥା ଲୋକସଭା ସାଂସଦ ସୋନିଆ ଗାନ୍ଧି ନିଲମ୍ବିତ ସାଂସଦମାନଙ୍କୁ ଭେଟିଥିଲେ । ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ଗୃହ ଭିତରେ ହଟ୍ଟଗୋଳ କରିବାରୁ, ଏମାନଙ୍କୁ ଚଳୀତ ଶୀତ ଅଧିବେଶନରୁ ସସପେଣ୍ଡ କରାଯାଇଛି । ଏଥିରେ ଅଛନ୍ତି ଲୋକସଭାରୁ ୧୩ ଜଣ ଏବଂ ରାଜ୍ୟସଭା ୧ ସାଂସଦ । ସେପଟେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ଅଟଳ ରହିଛନ୍ତି ବିରୋଧୀ । ବିରୋଧୀ ଦଳର ଫ୍ଲୋର ଲିଡରମାନେ ଆଜି ବୈଠକ କରି ଏସଂପର୍କରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସଂସଦ ସୁରକ୍ଷା ଭଙ୍ଗ ମାମଲା: ଅଭିଯୁକ୍ତ ନୀଲମ ଘରେ ପୋଲିସର ତନାଘନା, ସାଗର ଜୋତା କିଣିଥିବା ଦୋକାନରେ ଯାଞ୍ଚ

ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ତଦନ୍ତ ଜାରି ରଖିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ନୀଲମ ଆଜାଦ ଘରେ ପହଞ୍ଚି ପଚାରଉଚରା କରାଯାଇଛି । ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ହରିୟାଣାର ଜିନ୍ଦରେ ନୀଲମ ଆଜାଦ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚାରଉଚରା ସହ ତଲାସି କରିଥିଲା । ନୀଲମ ଜୋତା କିଣିଥିବା ଦୋକାନକୁ ଯାଇ ଯାଞ୍ଚ କରିଥିଲା ପୋଲିସ । ସେହିପରି କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତ ସାଗର ଶର୍ମାର ଲକ୍ଷ୍ନୌ ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି । ଦିଲ୍ଲୀ ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇ ଜେରା ଜାରି ରହିଛି । ଅଭିଯୁକ୍ତ ଛଅ ଜଣଙ୍କ ନାଁରେ ୟୁଏପିଏ (UAPA) ରେ ମାଲଲା ରୁଜୁ ସହ ଆତଙ୍କୀ ଲିଙ୍କର ଖୋଳତାଡ଼ ଚାଲିଛି । ଗତ ୧୩ ତାରିଖରେ ୨ ଅଭିଯୁକ୍ତ ଲୋକସଭାରେ ପଶି, ଦର୍ଶକ ଗ୍ୟାଲେରୀରୁ ଡେଇଁବା ସହ ଗୃହ ଭିତରେ ସ୍ମୋକ କାନିଷ୍ଟାରରୁ ଧୂୂଆଁ ଛାଡ଼ି ଉପସ୍ଥିତ ସାଂସଦମାନଙ୍କୁ ଭୟଭୀତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.