'ସ୍ବର୍ବେଦ ମହାମନ୍ଦିର' ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ 'ବାରାଣସୀର ଅର୍ଥ ବିକାଶ'

By ETV Bharat Odisha Team

Published : Dec 18, 2023, 1:50 PM IST

thumbnail

ବାରାଣସୀ( ଉତ୍ତରପ୍ରଦେଶ): ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀରେ 'ସ୍ବର୍ବେଦ ମହାମନ୍ଦିର' ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଯେତେବେଳେ ସ୍ବର୍ବେଦ ମହାମନ୍ଦିର ଭ୍ରମଣ କଲିି, ସେତେବେଳେ ବିସ୍ମିତ ହୋଇଗଲି । ବେଦ, ଉପନିଷଦ, ରାମାୟଣ, ଗୀତା ଏବଂ ମହାଭାରତର ଇଶ୍ବରୀୟ ଦୃଶ୍ୟ ମନ୍ଦିର କାନ୍ଥରେ ଚିତ୍ର ମାଧ୍ୟମରେ ଚିତ୍ରିତ ହୋଇଛି । ଏହା ମୋତେ ବିଶେଷ ଆକୃଷ୍ଟ ଏବଂ ଅନୁପ୍ରାଣିତ କରିଛି । ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦାହରଣ ଦେଇ, ବିକାଶ ସହିତ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀକୁ ଯୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବାରାଣାସୀର ଅର୍ଥ ହେଉଛି ବିକାଶ । ବର୍ତ୍ତମାନ, ବାରାଣାସୀର ଅର୍ଥ ହେଉଛି ସ୍ବଚ୍ଛତା, ପରିବର୍ତ୍ତନ, ବିଶ୍ବାସ ଏବଂ ଅତ୍ୟାଧୁନିକ ସୁବିଧା । ପ୍ରଧାନମନ୍ତ୍ରୀଙ୍କ ସଭାରେ ସାମିଲ ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.