ଓଡିଶା

odisha

Swarup Nayak Last Song: ମେଡିକାଲ ବେଡରେ ବି ଗୁଣୁଗୁଣାଉ ଥିଲେ ସ୍ବରୂପ ନାୟକ

By ETV Bharat Odisha Team

Published : Oct 29, 2023, 1:04 PM IST

ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ତାଙ୍କ ବିୟୋଗ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ବର୍ତ୍ତମାନ ସ୍ବରୂପ ନାୟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅସୁସ୍ଥ ଥିବା ବେଳେ ବି ଗୀତ ଗାଇଥିବା ନଜର ଆସିଛନ୍ତି । ନଜର ପକାନ୍ତୁ ତାଙ୍କର ଶେଷ ଗୀତ ଉପରେ,

ମୃତ୍ୟୁ ପୂର୍ବରୁ ବି ସ୍ବରୂପ ନାୟକ ମେଡିକାଲ ବେଡରେ ଗାଇଥିଲେ ଗୀତ
ମୃତ୍ୟୁ ପୂର୍ବରୁ ବି ସ୍ବରୂପ ନାୟକ ମେଡିକାଲ ବେଡରେ ଗାଇଥିଲେ ଗୀତ

ମୃତ୍ୟୁ ପୂର୍ବରୁ ବି ସ୍ବରୂପ ନାୟକ ମେଡିକାଲ ବେଡରେ ଗାଇଥିଲେ ଗୀତ

କଟକ: ପରଲୋକରେ ଓଲିଉଡ୍‌ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ସେ ଦୀର୍ଘ ବର୍ଷ ଧରି ଲକୋଙ୍କୁ ନିଜ ଗୀତରେ ମତୁଆଲା କରିଆସୁଥିବା ବେଳେ ଆଜି ସେ ସ୍ବର ନୀରବି ଯାଇଛି । ତାଙ୍କ ଦେହାନ୍ତରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକାକୁଳ ପରିବେଶ ରହିଛି । ଏହାରି ମଧ୍ୟରେ ସ୍ବରୂପ ନାୟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅସୁସ୍ଥ ଥିବା ବେଳେ ବି ସଙ୍ଗୀତକୁ ଭୁଲି ପାରିନଥିଲେ । ତାଙ୍କର ଏହି ଶେଷ ଗୀତ ଏବେ ସମସ୍ତଙ୍କୁ ବେଶ ଭାବପ୍ରବଣ କରିଛି ।

ସ୍ୱରୂପ ନାୟକଙ୍କ ଶେଷ ଗୀତ: ସ୍ୱରୂପ ନାୟକ ଦୀର୍ଘ ଦିନ ଧରି ଗଳା କର୍କଟ ରୋଗରେ ପୀଡ଼ିତ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ମେଡିକାଲ ବେଡରେ ଥିବା ବେଳେ ବି ସେ ତାଙ୍କ ଗୀତ ଗାଇବା ଅଭ୍ୟାସ ଜାରି ରଖିଥିଲେ । ସେ ତାଙ୍କ କଣ୍ଠରେ ସୁନ୍ଦର ଭଜନ ଗୀତ ଗାଇଥିଲେ । "ତୋତେ କେହି ନ ଡାକନ୍ତି ସୁଖରେ... ସଭିଏଁ ଡାକନ୍ତି ଦୁଃଖରେ... ତୁ ବିପଦ ବେଳର ବନ୍ଧୁରେ... ତୁ ଆପଦ କରୁଣା ସିନ୍ଧୁରେ.... ।" ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୨୭ ତାରିଖ (ଶୁକ୍ରବାର) ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ତେବେ ତାଙ୍କର ଏହି ସୁନ୍ଦର ଶେଷ ଗୀତଟି ଭାଇରାଲ ହେଉଥିବା ବେଳେ ସମସ୍ତଙ୍କୁ ବେଶ ଭାବବିହ୍ବଳ କରିଛି ।

ସୂଚନା ଅନୁସାରେ, ୧୯୪୭ ଫେବୃଆରୀ ୮ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ସ୍ବରୂପ ନାୟକ ଅକ୍ଟୋବର ୨୭ ତାରିଖ ୨୦୨୩ରେ ଇହଧାମ ତ୍ୟାଗ କରିଥିଲେ । ପରେ ୨୮ ତାରିଖରେ କଟକ ସ୍ଥିତ ସତି ଚୌରା ମହା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:ଇହ ରାଇଜରୁ ଉଭେଇଗଲେ ସ୍ବରୂପ, ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

ସ୍ବରୂପ ନାୟକ ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଭାବେ ସେ ଥିଲେ ବେଶ ଜଣାଶୁଣା । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ ବି କରିଥିଲେ । ତେବେ ଆଜି ତାଙ୍କ ଦେହାନ୍ତରେ ଓଡ଼ିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସ୍ବରୂପ ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କର ଗୀତ ମାଧ୍ୟମରେ ସେ ସବୁଦିନ ପାଇଁ ଓଡ଼ିଆମାନଙ୍କ ହୃଦୟରେ ରହିବେ ।

ଇଟିଭି ଭାରତ, କଟକ

TAGGED:

Swarup Nayak

ABOUT THE AUTHOR

...view details