ଓଡିଶା

odisha

Netaji’s Austin car: ଡାକୋଟା ପରେ ଅଷ୍ଟିନ କାର, ଫେରେଇ ଆଣିବାକୁ କଂଗ୍ରେସର ଦାବି

By

Published : Jan 23, 2023, 10:01 PM IST

demand to return austin car

ନେତାଜୀଙ୍କ ଅଷ୍ଟିନ କାରକୁ ତାଙ୍କ ଜନ୍ମସ୍ଥାନକୁ ଫେରାଇ ଆଣିବାକୁ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

demand to return austin car

ଭୁବନେଶ୍ବର: ବିଜୁ ବାବୁଙ୍କ ଡାକୋଟା ବିମାନ ପରେ ଏବେ ଚର୍ଚ୍ଚାରେ ନେତାଜୀଙ୍କ ଅଷ୍ଟିନ କାର । ନେତାଜୀ ମଧ୍ୟ ଓଡିଶାରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ଜନ୍ମସ୍ଥାନରେ ତାଙ୍କ ପ୍ରିୟ କାରକୁ ସଜାଇ ରଖାଯାଉ । ଓଡ଼ିଶାର ଜନସାଧାରଣ ଏହି କାରକୁ ଦେଖିବାର ସୁଯୋଗ ପାଇବେ ବୋଲି କଂଗ୍ରେସ ଦାବି ହୋଇଛି ।

ନେତାଜୀଙ୍କ ଜନ୍ମଦିବସରେ ନିଜର ପ୍ରିୟ ଅଷ୍ଟିନ କାରକୁ ଫେରାଇ ଆଣିବାକୁ ଦାବି କରିଛି କଂଗ୍ରେସ । ନେତାଜୀଙ୍କ ପ୍ରିୟ ଅଷ୍ଟିନ କାର ଫେରାଇ ଆଣିବାକୁ ଜୋର ଧରିଲା ଦାବି । କଲିକତାରୁ ନେତାଜୀଙ୍କ ଜନ୍ମସ୍ଥାନ କଟକକୁ ଫେରାଇ ଆଣିବାକୁ ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ଜିନେଶ ଦାଶ । କୋଲକାତାରେ ଏକ ସଂଗ୍ରହାଳୟରେ ରହିଛି ନେତାଜୀଙ୍କ ପ୍ରିୟ କାର । କଂଗ୍ରେସ ଏହି ଦାବିକୁ ନେଇ ଗତକାଲି ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ନେତାଜୀ ଆମ ଓଡ଼ିଶାର ଗର୍ବ ଏବଂ ଗୌରବ । କଟକ ରେ ତାଙ୍କ ଜନ୍ମ ପାଇଁ କଟକ ମାଟି ଧନ୍ୟ ।"Give Me Blood ,I will give u freedom " ନେତାଜୀଙ୍କ ଏହି ସ୍ଲୋଗାନ ଜନମାନସରେ ଏକ କମ୍ପନ ସୃଷ୍ଟି କରିଥିଲା ଯାହା ସ୍ଵାଧୀନତା ପାଇଁ ସହାୟକ ହୋଇଥିଲା।

ଏହି ସ୍ଲୋଗାନ ଭାରତ ବର୍ଷର ସ୍ୱାଧୀନତା ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ତେଣୁ ନେତାଜୀଙ୍କ ପ୍ରିୟ ଅସ୍ଟିନ କାର କୁ ଫେରାଇ ଆଣି ନେତାଜୀଙ୍କ ଜନ୍ମସ୍ଥାନରେ ରଖିବାକୁ ଦାବି କରିଛି କଂଗ୍ରେସ। ରାଜ୍ୟ ସରକାର ଏନେଇ ସହାୟତା ପ୍ରଦାନ କରନ୍ତୁ। କୋଲକାତା ମ୍ୟୁଜିୟମରେ ଥିବା ନେତାଜୀଙ୍କ ପ୍ରିୟ କାରକୁ ଆଣିବାକୁ ରାଜ୍ୟ ସରକାର ତତ୍ପର ହୁଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଇଂରେଜ ଶାସନ ସମୟରେ ନେତାଜୀ ବର୍ମା ଯାଇଥିଲେ। ଏହା ପରେ ଆଜାଦ ହିନ୍ଦ ଫୌଜ ଗଠନ ହେଲା। ଯାହା ଦେଶ ବିଦେଶରେ ଏକ କମ୍ପନ ସୃଷ୍ଟି କରିଥିଲା। ଏହି ଅଷ୍ଟିନ କାର ରେ ନେତାଜୀ ପ୍ରାୟ ସବୁଆଡେ ଯାଇଛନ୍ତି। ରାଜ୍ୟ ସରକାର ଯେମିତି ବିଜୁ ବାବୁଙ୍କ ଡାକୋଟା ଫେରାଇ ଆଣିବାକୁ ଉଦ୍ୟମ କଲେ ତାହା ପ୍ରଶଂସନୀୟ। ସେହିଭଳି ନେତାଜୀଙ୍କ ଅଷ୍ଟିନ କାର ପାଇଁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ । ଏହି କାର ଆସିଲେ ନେତାଜୀଙ୍କ ଜନ୍ମସ୍ଥାନ ଅଧିକ ଚଳଚଞ୍ଚଳ ହେବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଜିନେଶ ଦାଶ।

ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଏକଦା ସାରା ଦେଶ ବିଦେଶରେ ଚହଲ ସୃଷ୍ଟି କରିଥିଲା। ଡାକୋଟାରେ ଚଢି ବିଜୁ ବାବୁ ଇଣ୍ଡୋନେସିଆର ରାଜାଙ୍କୁ ଉଦ୍ଧାର କରିଥିଲେ। ସେହିପରି ନେତାଜୀଙ୍କ ପ୍ରିୟ ଅଷ୍ଟିନ କାର ବିଶ୍ୱ ଦରବାରରେ ଓଡ଼ିଶାର ନାମକୁ ଅଧିକ ପ୍ରସିଦ୍ଧି ଆଣିଦେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details