ଓଡିଶା

odisha

ଆରମ୍ଭ ହେଲା ସର୍ବଭାରତୀୟ କରାଟେ ଚାମ୍ପିଆନସିପ୍

By

Published : Nov 26, 2022, 9:21 PM IST

ଆରମ୍ଭ ହେଲା ସର୍ବ ଭାରତୀୟ କରାଟେ ଚାମ୍ପିୟନସିପ

କଟକରେ ଆରମ୍ଭ ହେଲା ସର୍ବଭାରତୀୟ ସୋତକାନ୍ କରାଟେ ଚାମ୍ପିଆନସିପ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨ ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଆନସିପରେ ୫ ରାଜ୍ୟର ୪୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଅଧିକ ପଡ଼ନ୍ତୁ

କଟକ: ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଷ୍ଟମ ସର୍ବଭାରତୀୟ ସୋତକାନ୍ କରାଟେ ଚାମ୍ପିଆନସିପ । ୨ ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଆନସିପରେ ୫ ରାଜ୍ୟର ୪୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।

ଆରମ୍ଭ ହେଲା ସର୍ବଭାରତୀୟ କରାଟେ ଚାମ୍ପିଆନସିପ୍

ଏହି ପ୍ରତିଯୋଗୀତାରେ ୫ ବର୍ଷରୁ ୩୯ ବର୍ଷ ବୟସ ବର୍ଗର ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ଏହି ଚାମ୍ପିୟନସିପରେ ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡର ୪୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତା ୨ ଦିନ ଧରି ଚାଲିବ । ଓଡିଶା ତଥା ବାହାର ରାଜ୍ୟର ଖେଳାଳୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଅଟେ । ତେବେ ଦିନକୁ ଦିନ ମାର୍ଶାଲ ଆର୍ଟର ଚାହିଦା ବଢୁଥିବାରୁ ଏହି ଜାତୀୟ କରାଟେ ଚାମ୍ପିୟନସିପ ଓଡିଶାରେ ମାର୍ଶାଲ ଆର୍ଟର ଆହୁରି ପ୍ରସାର ଘଟାଇବ ମତ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପ ଉଦ୍‌ଘାଟିତ, ଯୋଗ ଦେଲେ ୨୪ ଦଳ

ଏହି ସର୍ବଭାରତୀୟ କରାଟେ ଚାମ୍ପିୟନସିପର ଆୟୋଜକ ଆଦିତ୍ୟ ମିଶ୍ର କହିଛନ୍ତି, "ପ୍ରତିବର୍ଷ ଏହି ପ୍ରତିଯୋଗୀତାରେ ୭୦୦ରୁ ୮୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି । ତେବେ ଚଳିତ ଥର ପ୍ରାୟ ୪୨୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ୫ରୁ ୩୯ ବର୍ଷ ବୟସର ଖେଳାଳି ଅଂଶ ଗ୍ରହଣ କରିଥିବାବେଳେ ସେମାନଙ୍କ ପାଇଁ ଏହା ବହୁତ ବଡ଼ ପ୍ଲାଟଫର୍ମ । ଏଠାରୁ ସେମାନେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ମେଡାଲ ପାଇଁ ଖେଳି ପାରିବେ ।" ତେବେ ଏହି ଚାମ୍ପିୟନସିପ ଆୟୋଜନର ପ୍ରମୁଖ କାରଣ ପ୍ରତିଯୋଗୀମାନେ ନିଜର ଖେଳକୁ ଜଜ୍‌ କରିପାରିବେ ଓ ମେଡାଲ ପାଇଲେ ଆହୁରି ଭଲ ଖେଳିବାକୁ ଉତ୍ସାହିତ ହେବେ ବୋଲି କହିଛନ୍ତି ଆୟୋଜକ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details