ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପ ଉଦ୍‌ଘାଟିତ, ଯୋଗ ଦେଲେ ୨୪ ଦଳ

author img

By

Published : Nov 26, 2022, 5:25 PM IST

ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପ ଉଦ୍‌ଘାଟିତ, ଯୋଗ ଦେଲେ ୨୪ ଦଳ

ପୁରୀ ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମରେ ୨୮ ତମ ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପ ଉଦ୍‌ଘାଟିତ । ୨ ଦିନ ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ ଉଭୟ ବାଳକ ଓ ବାଳିକା ବିଭାଗରେ ମୋଟ ୨୪ଟି ଦଳ ଭାଗ ନେଇଛନ୍ତି । ଅଧିକ ପଡ଼ନ୍ତୁ

ପୁରୀ: ଉଦ୍‌ଘାଟନ ହେଲା ୨୮ ତମ ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପ । ପୁରୀ ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଏହି ପ୍ରତିଯୋଗୀତା । ଏଥିରେ ରାଜ୍ୟର ଉଭୟ ବାଳକ ଓ ବାଳିକା ବିଭାଗରେ ମୋଟ ୨୪ଟି ଦଳ ଭାଗ ନେଇଥିବାବେଳେ, ଏହା ଆସନ୍ତାକାଲି ଉଦ୍‌ଯାପିତ ହେବ । ଏହି ଦୁଇ ଦିନିଆ ପ୍ରତିଯୋଗୀତା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇଥିଲେ ।

ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପ ଉଦ୍‌ଘାଟିତ, ଯୋଗ ଦେଲେ ୨୪ ଦଳ

ପୁରୀ ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୨୮ ତମ ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପ । ଏଥିରେ ରାଜ୍ୟର ମୋଟ ୨୪ଟି ଦଳ ଭାଗ ନେଇଛନ୍ତି । ବାଳକ ବିଭାଗରେ ୧୬ଟି ଓ ବାଳିକା ବର୍ଗରେ ୮ ଦଳ ଏହି ପ୍ରତିଯୋଗୀତାରେ ସାମିଲ ହୋଇଛନ୍ତି । ୨ ଦିନ ଧରି ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବାବେଳେ, ଆଗାମୀ ଦିନରେ ନାସନାଲ ଚାମ୍ପିୟନସିପ ପାଇଁ ଏହି ଜୁନିୟର ଚାମ୍ପିୟନସିପରୁ ଖେଳାଳିଙ୍କୁ ମନୋନୀତ କରାଯିବ । ତେବେ ଏଥିରେ ସାମିଲ ହୋଇଥିବା ଖେଳାଳିମାନେ ବେଶ୍ ଉତ୍ସାହିତ ଅଛନ୍ତି ।

ସେପଟେ ଓଡ଼ିଶାରେ ପ୍ରତ୍ୟକ କ୍ରୀଡାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବାବେଳେ ଏହି ହ୍ୟାଣ୍ଡ ବଲ୍‌ ଖେଳକୁ ମଧ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି । ଅନ୍ୟ ଖେଳ ଭଳି ଓଡ଼ିଶାରେ ହ୍ୟାଣ୍ଡ ବଲ୍‌ ଖେଳର‌ ବ୍ୟାପକ ପ୍ରଚାର ପ୍ରସାର ଅଭାବରୁ ଏହା ପଛରେ ପଡ଼ିଯାଇଛି । ସେହିପରି ଜିଲ୍ଲା ସ୍ତରରେ ଖେଳାଳିମାନଙ୍କ ଅଭ୍ୟାସ ପାଇଁ କ୍ରିଡା ଭିତ୍ତିଭୂମିର ଅଭାବ ତଥା ମ୍ୟାଟ୍‌ ବ୍ୟବସ୍ଥା ନଥିବାରୁ ଖେଳାଳିମାନେ ସଠିକ୍ ଭାବେ ପ୍ରଶିକ୍ଷଣ ନେଇ ପାରୁନାହାନ୍ତି ।

ଅଧିକ ଅଭିଜ୍ଞ କୋଚଙ୍କ ଅଭାବ ଥିବାରୁ ଖେଳାଳିମାନେ ଉପଯୁକ୍ତ ତାଲିମରୁ ବଞ୍ଚିତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ହ୍ୟାଣ୍ଡ ବଲ୍‌ ଆସୋସିଏସନକୁ ଆର୍ଥିକ ସାହାଯ୍ୟ ସମେତ ସମସ୍ତ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେଲେ ଖେଳାଳିମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ଚାମ୍ପିୟନସିପରେ ସଫଳତା ପାଇ ଦେଶ ଏବଂ ରାଜ୍ୟର ଗୌରବ ରଖିପାରିବେ ବୋଲି ମତ ରଖିଛନ୍ତି ହ୍ୟାଣ୍ଡ ବଲ୍‌ ଖେଳାଳି ।

ଦୁଇଦିନ ଧରି ଚାଲିଥିବା ୨୮ ତମ ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡ ବଲ୍‌ ଚାମ୍ପିୟନସିପକୁ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କ୍ରୀଡା ପ୍ରେମୀ, ସଂଗଠକ ଉପସ୍ଥିତ ଥିଲେ । ଆସନ୍ତାକାଲି ରବିବାର ଅବସରରେ ଏହି ପ୍ରତିଯୋଗୀତା ଉଦଯାପିତ ହେବାକୁ ଥିବାବେଳେ ବିଜୟୀ ଟିମ୍‌କୁ ଟ୍ରଫି ପ୍ରଦାନ କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.