ଓଡିଶା

odisha

ଜାଲ କମ୍ପାନୀର ଲକ୍ଷାଧିକ ଟଙ୍କା ଠକେଇ: ଅର୍ଥରାଶି ଫେରସ୍ତ ଦାବିରେ ମହିଳା ଗୋଷ୍ଠୀଙ୍କ ଧାରଣା

By

Published : Oct 17, 2021, 8:53 PM IST

ଜାଲ କମ୍ପାନୀର ଲକ୍ଷାଧିକ ଟଙ୍କା ଠକେଇ: ଅର୍ଥରାଶି ଫେରସ୍ତ ଦାବିରେ ମହିଳା ଗୋଷ୍ଠୀଙ୍କ ଧାରଣା
ଜାଲ କମ୍ପାନୀର ଲକ୍ଷାଧିକ ଟଙ୍କା ଠକେଇ: ଅର୍ଥରାଶି ଫେରସ୍ତ ଦାବିରେ ମହିଳା ଗୋଷ୍ଠୀଙ୍କ ଧାରଣା ()

ଏକ ଜାଲ କମ୍ପାନୀର କର୍ମଚାରୀଙ୍କ ଠାରୁ ନିଜ ଅର୍ଥ ରାଶି ଫେରସ୍ତ ଦାବିରେ ଧାରଣାରେ ବସିଲେ ମହିଳା ଗୋଷ୍ଠୀ । କମ୍ପାନୀ ଉଭୟ ହିତାଧିକାରୀ ଓ ନିଜ କର୍ମଚାରୀଙ୍କୁ ଚୂନା ଲଗାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ଏକ ଜାଲ କମ୍ପାନୀର କର୍ମଚାରୀଙ୍କ ଠାରୁ ନିଜ ଅର୍ଥ ରାଶି ଫେରସ୍ତ ଦାବିରେ ଧାରଣାରେ ବସିଲେ ମହିଳା ଗୋଷ୍ଠୀ । କମ୍ପାନୀ ଉଭୟ ହିତାଧିକାରୀ ଓ ନିଜ କର୍ମଚାରୀଙ୍କୁ ଚୂନା ଲଗାଇଥିବା ଅଭିଯୋଗ ହୋଇଛି । ଠକ କମ୍ପାନୀ ଖୋଲି ଗରିବ ମହିଳାଙ୍କୁ ଋଣ ପ୍ରଦାନର ପ୍ରଲୋଭନ ଦେଖାଇ ସତୁରୀ ହଜାରରୁ ଊର୍ଦ୍ଧ୍ବ ଟଙ୍କା ହଡପ କରିଥିଲା । ଶେଷରେ ମହିଳା ଗୋଷ୍ଠୀ, କମ୍ପାନୀ କର୍ମଚାରୀକୁ ଘେରିବା ସହ ଅର୍ଥ ଫେରସ୍ତ ଦାବିରେ ଧାରଣାରେ ବସିଲେ ।

ଜାଲ କମ୍ପାନୀର ଲକ୍ଷାଧିକ ଟଙ୍କା ଠକେଇ: ଅର୍ଥରାଶି ଫେରସ୍ତ ଦାବିରେ ମହିଳା ଗୋଷ୍ଠୀଙ୍କ ଧାରଣା

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ୧୭ ଜଣ ମହିଳାଙ୍କୁ ସାଉଥ ଇଣ୍ଡିଆ ବ୍ୟାଙ୍କ ନାମକ ଏକ ଜାଲ କମ୍ପାନୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ପ୍ରଲୋଭନ ଦେଖାଇଥିଲା । ଆଉ ଏଥିପାଇଁ ୧୭ ଜଣ ମହିଳାଙ୍କ ଠାରୁ ସତୁରୀ ହଜାରରୁ ଊର୍ଦ୍ଧ୍ବ ଅର୍ଥରାଶି ସଂଗ୍ରହ କରାଯାଇଥିଲା ।

ତେବେ ଦୀର୍ଘ ଦିନ ପରେ ମଧ୍ୟ ଏନେଇ କମ୍ପାନୀ କର୍ମଚାରୀ କୌଣସି ପଦକ୍ଷେପ କିମ୍ବା ଧରାଛୁଆଁ ନଦେବାରୁ ମହିଳାଙ୍କ ସନ୍ଦେହ ହେଲା । ଶେଷରେ ମହିଳାମାନେ ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କ ସହଯୋଗରେ କମ୍ପାନୀ କର୍ମଚାରୀକୁ ଘେରିବା ସହ ଅର୍ଥ ଫେରସ୍ତ ଦାବିରେ ଧାରଣାରେ ବସିରହିଥିଲେ ।

ଘଟଣା ସମ୍ପର୍କରେ କମ୍ପାନୀ କର୍ମଚାରୀ ସ୍ବୀକାର କରିବା ସହ ଉକ୍ତ ସାଉଥ ଇଣ୍ଡିଆନ ବ୍ୟାଙ୍କ ଏକ ଜାଲ କମ୍ପାନୀ ହୋଇଥିବା ସନ୍ଦେହ କରିଛନ୍ତି । ଗତ ପ୍ରାୟ ଦୁଇ ବର୍ଷ ପୂର୍ବରୁ ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ, ମହାଲିକପଡା, ତଳଗାଁ ଭଳି ଉପାନ୍ତ ପଞ୍ଚାୟତର କିଛି ଅଞ୍ଚଳର ଗରିବ ଆଦିବାସୀଙ୍କ ଠାରୁ ମହମବତୀ ଟିପ ଦ୍ବାରା ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ହଡପ ଭଳି ଅଭିଯୋଗ ହୋଇଥିଲା । ବର୍ତ୍ତମାନ ପୁଣିଥରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ମନମୁଣ୍ଡା ଶାଖାରେ ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଦଶ ହଜାର ଟଙ୍କା ଚଞ୍ଚକତା ହୋଇ ଗାୟବ ହୋଇଥିବା ଅଭିଯୋଗ ହୋଇଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details