ଓଡିଶା

odisha

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, 5 ଲକ୍ଷ ଜବତ

By

Published : Sep 29, 2022, 1:48 PM IST

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, 5 ଲକ୍ଷ ଜବତ

ଭିଜିଲାନ୍ସ ଜାଲରେ ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ । ଅଧିକ ପଢନ୍ତୁ

ଭଦ୍ରକ:ଆକ୍ସନ ମୁଡରେ ଭିଜିଲାନ୍ସ । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛି ଟିମ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଯନ୍ତ୍ରୀ । ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ଅଫିସ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି ।

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, 5 ଲକ୍ଷ ଜବତ

ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଚ୍ଛିତ ରଖିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ଭିଜିଲାନ୍ସ ବିଭାଗ । ଏହା ପରେ ଯୋଜନା ଅନୁସାରେ ଚଢାଉ ହୋଇଥିବା ଜଣାପଡିଛି । ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ବିଭାଗର ଏକ ଚାରିଜଣିଆ ସ୍ଵତନ୍ତ୍ର ଟିମ୍ ପକ୍ଷରୁ ପାଞ୍ଚଟି ସ୍ଥାନରେ ଏହି ଚଢାଉ କରାଯାଇଛି । ସରକାରୀ ବାସଭବନ, ବାଲେଶ୍ବରରେ ଗାଁ ଖଇରା ପୈତୃକ ଘର ଓ ଶ୍ବଶୁର ଘରେ ବି ରେଡ୍ ଚାଲିଛି । ଚଢାଉରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହା ବି ପଢନ୍ତୁ... ସୁଶ୍ରୀଦେବୀ ହାଇସ୍କୁଲରେ ୫୦ ଲକ୍ଷ ଘୋଟାଲା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ପ୍ରକାଶ ଥାଉ କି, ଆଜି (ଗୁରୁବାର) ସକାଳୁଇଡ୍‌କୋ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details