ସୁଶ୍ରୀଦେବୀ ହାଇସ୍କୁଲରେ ୫୦ ଲକ୍ଷ ଘୋଟାଲା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

author img

By

Published : Sep 29, 2022, 10:16 AM IST

ସୁଶ୍ରୀଦେବୀ ହାଇସ୍କୁଲରେ ୫୦ ଲକ୍ଷ ଘୋଟାଲା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ସୁଶ୍ରୀଦେବୀ ହାଇସ୍କୁଲରେ ୫୦ ଲକ୍ଷ ଘୋଟାଲା ଅଭିଯୋଗରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଗାଁ ଲୋକେ । କାର୍ଯ୍ୟାନୁଷ୍ଠାନ ନ ହେଲେ ହାଇକାର୍ଟର ଦ୍ବାରସ୍ଥ ହେବାକୁ ଚେତାବନୀ ଦେଲା ଓଡିଶା ସୂଚନାଧିକାର ଅଭିଯାନ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ରାଜକନିକା ବ୍ଲକ ସୁଶ୍ରୀଦେବୀ ହାଇସ୍କୁଲ(Sushree Devi High School)ରେ ୫୦ ଲକ୍ଷ ଟଙ୍କାର ଘୋଟାଲା ଅଭିଯୋଗରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରୁଛନ୍ତି । ହେଲେ ଏଯାଏଁ ଏହି ଘଟଣାରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ସରକାର ଓ ପ୍ରଶାସନ ଉପରେ ବର୍ଷିଛନ୍ତି ଓଡିଶା ସୂଚନାଧିକାର ଅଭିଯାନ(OSAA)ର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି । ଗ୍ରାମବାସୀ ଏବଂ OSAA ପକ୍ଷରୁ ଏହି ଦୁର୍ନୀତି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି(High Level Probe Deamands on Sushree Devi high School Scam) ।

ଯଥାଶୀଘ୍ର ସୁଶ୍ରୀଦେବୀ ହାଇସ୍କୁଲରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆନଗଲେ ଓସା ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟ ଓ ଲୋକାୟୁକ୍ତଙ୍କ ଆଶ୍ରୟ ନେବ ବୋଲି OSAA ଜିଲ୍ଲା ଆବାହକ ଚେତାବନୀ ଦେଇଛନ୍ତି । ଗ୍ରାମବାସୀ ଓ OSAA ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି କଥା କୁହାଯାଇଛି ।

OSAA ଆବାହକ ଅଭିଯୋଗ କରିଛନ୍ତି ଯେ, ''ସୁଶ୍ରୀଦେବୀ ହାଇସ୍କୁଲରେ ଶୌଚାଳୟ, ରୋଷେଇ ଘର ଆଦି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବାବଦରେ ଆସିଥିବା ପ୍ରାୟ ୫୦ ଲକ୍ଷ ଟଙ୍କା ହଡପ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଦୁର୍ନୀତି ବିରୋଧରେ ନିରପେକ୍ଷ ତଦନ୍ତ ଦାବି କରି ସପ୍ତାହରୁ ଊର୍ଦ୍ଧ୍ବ ସମୟ ହେଲାଣି ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି । ଅନ୍ୟପଟେ ଏହି ଦୁର୍ନୀତି ସମ୍ପର୍କରେ ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଦେବ ମୁହଁ ଖୋଲୁନାହାନ୍ତି । ତେଣୁ ଏହି ଘୋଟାଲାରେ ତାଙ୍କର ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି ଜିଲ୍ଲା ଆବାହକ । ’’

ଏହାମଧ୍ୟ ପଢନ୍ତୁ: ଖବର ବାଜିବା ପରେ ସୁଶ୍ରୀଦେବୀ ହାଇସ୍କୁଲରେ ପହଞ୍ଚିଲେ ଜିଲ୍ଲା ଶିକ୍ଷାଧିକାରୀ

କେନ୍ଦ୍ରାପଡା ରାଜକନିକା ବ୍ଲକ ସୁଶ୍ରୀଦେବୀ ହାଇସ୍କୁଲରେ ଡାଇନିଂ ହଲ୍ ଓ ଶୌଚାଳୟ ବାବଦକୁ ଆସିଥିବା ଅର୍ଥ ହଡପ ହୋଇଥିବା ନେଇ ଗତ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏ ସମ୍ପର୍କରେ ୨୨ ତାରିଖରେ ଇଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା । ତେବେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଦସ୍ତାବିଜ ସହ ଇଟିଭି ଭାରତ ପ୍ରଥମେ ଖବର ପ୍ରସାରଣ କରିଥିବାରୁ ଏହାକୁ ଧନ୍ୟବାଦ ଜଣାଇଛନ୍ତି ଓସା ଆବାହକ ପ୍ରତାପ ମହାନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.