ଓଡିଶା

odisha

ଧାମନଗର ବିଧାୟକଙ୍କୁ ଖୋଲା ଚିଠି: ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି

By

Published : Nov 24, 2022, 8:02 AM IST

ଧାମନଗର ବିଧାୟକଙ୍କୁ ଖୋଲା ଚିଠି: ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି
ଧାମନଗର ବିଧାୟକଙ୍କୁ ଖୋଲା ଚିଠି: ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି ()

ଶୀତକାଳୀନ ଅଧିବେଶନ ପୂର୍ବରୁ ନବନିର୍ବାଚିତ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ଖୋଲା ଚିଠି । ବିଧାନସଭାରେ ଭଦ୍ରକ ଜିଲ୍ଲାର ବିକାଶ ଦାବି ଉଠାଇବାକୁ ଚିଠିଲେ ଉଲ୍ଲେଖ । ଅଧିକ ପଢନ୍ତୁ

ଭୁବନେଶ୍ବର:ନିର୍ବାଚିତ ହେବା ପରେ ଧାମନଗର ବିଧାୟକ ଭାବେ ଶପଥ ପାଠ କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ(MLA Suryavanshi Suraj) । ଆଜି ଠାରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବେ ଭଦ୍ରକ ଜିଲ୍ଲାର ଏହି ଯୁବ ବିଧାୟକ । କାର୍ଯ୍ୟ ଆରମ୍ଭ ଦିନରୁ ହିଁ ଜିଲ୍ଲାର ବିକାଶ ନେଇ ନବନିଯୁକ୍ତ ବିଧାୟକଙ୍କୁ ମିଳିଛି ଖୋଲା ଚିଠି । ଏହି ଚିଠି ଲେଖିଛନ୍ତି ଭଦ୍ରକ ଜିଲ୍ଲାର ଯୁବ ବର୍ଗ ସଂଯୋଜକ ଆଶିଷ କୁମାର ରାଉତ । ବିଧାନସଭାର ଶୀତକାଳୀନ ଅଧିବେଶନରେ ଜିଲ୍ଲାର ବିକାଶ ସମ୍ପନ୍ଧୀୟ ପ୍ରସଙ୍ଗ ଗୁଡିକ ଉଠାଇବାକୁ ସେ ଚିଠି ଜରିଆରେ ଯୁବ ବିଧାୟକଙ୍କୁ ନିବେଦନ କରିଛନ୍ତି ।

ବିଧାୟକଙ୍କୁ ଖୋଲା ଚିଠି: ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି

ଆଶିଷ ଲେଖିଛନ୍ତି ଯେ, ଜଣେ ଯୁବକ ଭାବେ ଧାମନଗରବାସୀ ଆପଣଙ୍କ ଉପରେ ଆସ୍ଥା ପ୍ରକଟ କରି ବିଧାନସଭାକୁ ପଠାଇଛନ୍ତି । ଜଣେ ଯୁବ ନେତୃତ୍ୱ ବିଧାୟକ ହେବା ରାଜ୍ୟ ତଥା ଜିଲ୍ଲା ଲାଗି ଗର୍ବର କଥା । ଭଦ୍ରକ ଅଞ୍ଚଳର ଯୁବବର୍ଗ ଏଥିପାଇଁ ଶୁଭେଚ୍ଛା ଜଣାଉଛୁ । ଆଜି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ ଯୁବ ବିଧାୟକ ଭାବେ ରାଜ୍ୟ ତଥା ଭଦ୍ରକ ଜିଲ୍ଲାର ବିଭିନ୍ନ ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଉତ୍ଥାପନ କରିବାକୁ ଅନୁରୋଧ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ, ସରିଲା ବିଧାୟକ ଦଳ ବୈଠକ

ବିଧାନସଭାରେ ଭଦ୍ରକ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ସହ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରିବାକୁ ଚିଠିରେ ଅନୁରୋଧ କରାଯାଇଛି । ଏହାସହିତ ଧାମନଗର ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ସହ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ପଦକ୍ଷେପ, ଧାମନଗରର ବନ୍ୟା ନିୟନ୍ତ୍ରଣର ସ୍ଥାୟୀ ସମାଧାନ, ଧାମରା ବନ୍ଦରରେ ନିଯୁକ୍ତି କ୍ଷେତ୍ରରେ ଜିଲ୍ଲାର ଯୁବବର୍ଗଙ୍କୁ ଅଗ୍ରାଧିକାର, ମନ୍ତେଇ ନଦୀରେ ସେତୁ ନିର୍ମାଣ, ଧୂଷୁରିକୁ ବ୍ଲକର ମାନ୍ୟତା, ଜିଲ୍ଲାର ବିଭିନ୍ନ ଐତିହାସିକ, ସାଂସ୍କୃତିକ ଏବଂ ଧାର୍ମିକ ସ୍ଥଳର ଉନ୍ନତିକରଣ, ବାସୁଦେବପୁର ଏବଂ ଚାନ୍ଦବାଲି ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକାଶ, ଭଦ୍ରକରୁ ଧାମରା ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ ବିଧାନସଭାରେ ଦାବି ଉପସ୍ଥାପନ କରିବାକୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details