ଓଡିଶା

odisha

ହାଜତ ମୃତ୍ୟୁ ମାମଲା, CBI ତଦନ୍ତ ଦାବିରେ ବିଜେପିର ମୌନ ଧାରଣା

By

Published : Oct 3, 2021, 8:30 AM IST

ଟାଉନ ଥାନା ହାଜତ ମୃତ୍ୟୁ ମାମଲା, CBI ତଦନ୍ତ ଦାବି କରି ମୌନ ଧାରଣାରେ ବସିଲା ବିଜେପି

ବରଗଡ ଟାଉନ ଥାନା ହାଜତ ମୃତ୍ୟୁ ମାମଲାର CBI ତଦନ୍ତ ସହ ଦୋଶୀଙ୍କ ଗିରଫ ଦାବି କରି ବିଜେପିର ମୌନ ଧାରଣା । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାରେ ବିଜେପିର ମୌନ ଧାରଣା । ଟାଉନ ଥାନା ହାଜତ ମୃତ୍ୟୁ ମାମଲାର CBI ତଦନ୍ତ, ପ୍ରକୃତ ଦୋଷୀଙ୍କୁ ଗିରଫ, ସମ୍ପୃକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଏହି ମୌନ ଧାରଣା ଦିଆଯାଇଛି ।

ଟାଉନ ଥାନା ହାଜତ ମୃତ୍ୟୁ ମାମଲା, CBI ତଦନ୍ତ ଦାବି କରି ମୌନ ଧାରଣାରେ ବସିଲା ବିଜେପି
ଗତକାଲି(ଶନିବାର) ଦିନ 11 ଟା ସମୟରେ ସ୍ଥାନୀୟ ଗାନ୍ଧୀଛକ ଠାରେ ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାର ପ୍ରତିବାଦରେ ମୌନ ଧାରଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦଙ୍କ ସମେତ ବରଗଡ଼ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ବହୁ ନେତୃବୃନ୍ଦ ଯୋଗଦେଇଥିଲେ । ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଶାନ୍ତନୁ ନାୟକଙ୍କର ଅଧ୍ୟକ୍ଷତାରେ ଏହି ମୌନ ଧାରଣା ଦିଆଯାଇଥିଲା ।

ମୃତକଙ୍କ ପରିବାର ଲୋକଙ୍କୁ ଉଚିତ ନ୍ୟାୟ ପାଇଁ ଦଳ ପକ୍ଷରୁ ଲଗାତାର ଲଢେଇ କରାଯିବ ବୋଲି କୁହାଯାଇଛି । ତେବେ ଗୋବିନ୍ଦ କୁମ୍ଭାରଙ୍କର ମୃତ୍ୟୁ ଘଟଣାର CBI ତଦନ୍ତ ପାଇଁ ଦାବି କରିବା ସହିତ ଏହାକୁ ହାଜତ ମୃତ୍ୟୁ ବୋଲି ସରକାର ସ୍ୱୀକାର କରୁ ଏବଂ ଶୀଘ୍ର ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ FIR ରେଜିଷ୍ଟର କରାଯାଉ ବୋଲି ଦାବି କରିଛି ବିଜେପି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details