ଓଡିଶା

odisha

ପାରା-ବ୍ୟାଡମିଣ୍ଟନରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ, ଛୁଟିଲା ଶୁଭେଚ୍ଛାର ସୁଅ

By

Published : Sep 4, 2021, 6:09 PM IST

Tokyo Paralympics: Pramod Bhagat beats Bethell, clinches Gold for India in Badminton

ଟୋକିଓ ପାରାଲମ୍ପିକ୍‌ରେ ପାରା-ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

ଟୋକିଓ: ଚଳିତ ଟୋକିଓ ପାରାଲମ୍ପିକ୍‌ରେ ସୁନାରେ ଚମକିଲେ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ପୁରୁଷ ଏକକ SL3 ବର୍ଗରେ ପ୍ରମୋଦ ଜବରଦସ୍ତ ପ୍ରଦର୍ଶନ ସହ ଦେଶପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସ୍ବର୍ଣ୍ଣ ପଦକ ଫାଇନାଲ ମ୍ୟାଚ୍‌ରେ ୨୧-୧୪, ୨୧-୧୭ ସେଟ୍‌ରେ ଗ୍ରେଟ୍‌ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଏଥିସହ ଦେଶକୁ ଚତୁର୍ଥ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ବିଶ୍ବର ନମ୍ବର ୧ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ । ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ''ସ୍ବର୍ଣ୍ଣିମ ମୂହୂର୍ତ୍ତ'' ବୋଲି କହିଛନ୍ତି । ନବୀନ ଟ୍ବିଟରେ ଲେଖିଛନ୍ତି, "ପାରା-ବ୍ୟାଡମିଣ୍ଟନରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା । ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।"

ସେହିପରି ରାଜ୍ୟପାଳ ଗଣେଷୀ ଲାଲ୍‌ ମଧ୍ୟ ବିଶ୍ବ ଚମ୍ପିଆନ, ପାରା ସର୍ଟଲର ପ୍ରମୋଦଙ୍କୁ ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିବ ବୋଲି ରାଜ୍ୟପାଳରେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details