ଓଡିଶା

odisha

ICCର ଟିମ ଅଫ୍‌ ଟୁର୍ଣ୍ଣାମେଣ୍ଟରେ ନାହାନ୍ତି କୌଣସି ଭାରତୀୟ, ବାବର କ୍ୟାପଟେନ

By

Published : Nov 15, 2021, 5:42 PM IST

No Indian included in ICC's 'Team of Tournament' as Babar named 'captain'

ସମାପ୍ତ ଟି-୨୦ ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମ ଘୋଷଣା କରିଛି । ଏହି ଟିମରେ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ସମେତ ୬ଟି ଦେଶର ଖେଳାଳି ସ୍ଥାନ ପାଇଛନ୍ତି । ମାତ୍ର ଘୋଷିତ ଟିମରେ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ । ଅଧିକ ପଢନ୍ତୁ

ଦୁବାଇ:ସଦ୍ୟ ସମାପ୍ତ ଟି-୨୦ ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମ ଘୋଷଣା କରିଛି । ଏହି ଟିମରେ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ସମେତ ୬ଟି ଦେଶର ଖେଳାଳି ସ୍ଥାନ ପାଇଛନ୍ତି । ମାତ୍ର ଘୋଷିତ ଟିମରେ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ । ପାକିସ୍ତାନ କ୍ୟାପଟେନ ବାବର ଆଜମଙ୍କୁ ICC ଘୋଷମା କରିଥିବା ସ୍କ୍ବାଡ୍‌ର କ୍ୟାପଟେନ ଚୟନ କରିଛି ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମ୍ବିଆ ବିପକ୍ଷରେ କ୍ରମାଗତ ୩ଟି ବିଜୟ ସତ୍ତ୍ବେ ଗ୍ରୁପ୍‌ର ଲିଗ ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲା ଟିମ ଇଣ୍ଡିଆ ।

ICC ଟିମ ଚୟନ କରିଥିବା ବିଚାରକ କୌଣସି ଭାରତୀୟ ଖେଳାଳିଙ୍କୁ ଏହି ଟିମରେ ସ୍ଥାନ ମିଳିବା ନେଇ ଯୋଗ୍ୟ ବିଚାର କରିନାହାନ୍ତି । ଦକ୍ଷିଣ ଆଫ୍ରିକାର ଆଡନ ମାର୍କ୍ରମ ଓ ଆନରିଚ ନର୍କିଆ, ଶ୍ରୀଲଙ୍କାର ଚାରିଥ ଆସଲଙ୍କା ଓ ୱାନିନ୍ଦୁ ହସରଙ୍ଗାଙ୍କୁ ଟିମ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିନଥିଲେ ମଧ୍ୟ ICC ଟିମରେ ସ୍ଥାନ ପାଇଛନ୍ତି ।

ଚମ୍ପିଆନ ଅଷ୍ଟ୍ରେଲିଆ, ରନର୍ସ ଅପ ନ୍ୟୁଜିଲାଣ୍ଡ, ସେମିଫାଇନାଲ ଖେଳିଥିବା ଇଂଲଣ୍ଡ ଓ ପାକିସ୍ତାନ ଟିମର ଷ୍ଟାର ଖେଳାଳି ଟିମରେ ସ୍ଥାନ ପାଇଛନ୍ତି ।

କଙ୍ଗାରୁ ଓପନର ପ୍ଲେଆର ଅଫ୍‌ଦ ଟୁର୍ନାମେଣ୍ଟ ଡେଭିଡ ୱାର୍ଣ୍ଣର, ଲେଗସ୍ପିନର ଆଡାମ ଜାମ୍ପା ଓ ଦ୍ରୁତ ବୋଲର ଜସ ହେଜେଲଉଡ ଅଷ୍ଟ୍ରେଲିଆ ଟିମରୁ ସ୍ଥାନ ପାଇଛନ୍ତି । ୱିକେଟ କିପର ଭାବେ ଇଂଲଣ୍ଡ ବ୍ୟାଟର ଜସ ବଟଲର, କ୍ୟାପଟେନ ଭାବେ ପାକିସ୍ତାନର ବାବର ଆଜମ, ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ବୋଲର ଶ୍ରୀଲଙ୍କାର ଷ୍ଟାର ୱାନିନ୍ଦୁ ହସରଙ୍ଗା ଟିମରେ ରହିଛନ୍ତି ।

ଟିମ: ଡେଭିଡ ୱାର୍ଣ୍ଣର(ଅଷ୍ଟ୍ରେଲିଆ), ଜସ୍‌ ବଟଲର (ୱିକେଟ କିପର) (ଇଂଲଣ୍ଡ), ଚାରିଥ ଅସଲଙ୍କା(ଶ୍ରୀଲଙ୍କା), ଆଡନ ମାର୍କମ(ଦକ୍ଷିଣ ଆଫ୍ରିକା), ମୋଇନ ଅଲୀ(ଇଂଲଣ୍ଡ), ୱାନିନ୍ଦୁ ହସରଙ୍ଗା(ଶ୍ରୀଲଙ୍କା), ଆଡାମ ଜାମ୍ପା(ଅଷ୍ଟ୍ରେଲିଆ), ଜସ ହେଜେଲଉଡ(ଅଷ୍ଟ୍ରେଲିଆ), ଟ୍ରେଣ୍ଟ ବୋଲ୍ଟ(ନ୍ୟୁଜିଲାଣ୍ଡ), ଆନରିଚ ନର୍କିୟା(ଦକ୍ଷିଣ ଆଫ୍ରିକା), ଦ୍ବାଦଶ ଖେଳାଳି- ସାହିନ ଶାହ ଆଫ୍ରିଦି(ପାକିସ୍ତାନ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details