ଓଡିଶା

odisha

ନୀରଜ ଚୋପ୍ରାଙ୍କୁ କ୍ୟୁଟ୍‌ 'ଟୋକିଓ' ଉପହାର ଦେଲେ ଅଭିନବ ବିନ୍ଦ୍ରା

By

Published : Sep 22, 2021, 6:49 PM IST

ନୀରଜ ଚୋପ୍ରାଙ୍କୁ କ୍ୟୁଟ୍‌ 'ଟୋକିଓ' ଉପହାର ଦେଲେ ଅଭିନବ ବିନ୍ଦ୍ରା

ଟୋକିଓ ଅଲମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ ନିଆରା ଉପହାର ଦେଲେ ୨୦୦୮ ଅଲମ୍ପିକ୍ସ ପଦକ ବିଜେତା ଅଭିନବ ବିନ୍ଦ୍ରା । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ ନିଆରା ଉପହାର ଦେଲେ ୨୦୦୮ ଅଲମ୍ପିକ୍ସ ପଦକ ବିଜେତା ଅଭିନବ ବିନ୍ଦ୍ରା । ଆଜି(ବୁଧବାର) ଟୋକିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କୁ ଭେଟିଛନ୍ତି ଅଭିନବ ବିନ୍ଦ୍ରା । ଏହି ଅବସରରେ ସେ ନୀରଜ ଚୋପ୍ରାଙ୍କୁ ଏକ କ୍ୟୁଟ୍‌ କୁକୁର ଉପହାରରେ ଦେଇଛନ୍ତି । ଏହି କୁକୁରର ନାମ ହେଉଛି ଟୋକିଓ ।

ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଅଭିନବ ବିନ୍ଦ୍ରା । ସେ ଟ୍ବିଟ୍‌ କରିଛନ୍ତି ଯେ, "ଭାରତର ଗୋଲ୍‌ଡେନ୍‌ ମ୍ୟାନ୍‌ ନୀରଜ ଚୋପ୍ରାଙ୍କୁ ଭେଟି ଖୁସି ଲାଗିଲା । ମୁଁ ଆଶା କରୁଛି 'ଟୋକିଓ' ନୀରଜଙ୍କୁ ପ୍ରେରଣା ଦେବ ଏବଂ ତାଙ୍କ ବନ୍ଧୁ ହୋଇ ରହିବ । ଯାହା ଫଳରେ 'ଟୋକିଓ' ତା ସାଥି 'ପ୍ୟାରିସ୍'କୁ ମିଳିବ।"

ଏଭଳି ଟ୍ବିଟ୍‌ କରି ଆଗାମୀ ୨୦୨୪ରେ ହେବାକୁ ଥିବା ପ୍ୟାରିସ୍‌ ଅଲମ୍ପିକ୍ସ୍‌ରେ ମଧ୍ୟ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି ଆଶା ବାନ୍ଧିଛନ୍ତି ଅଭିନବ ବିନ୍ଦ୍ରା । ପ୍ରଥମ ଥର ପାଇଁ ଅଲମ୍ପିକ୍ସର କୌଣସି ଟ୍ରାକ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହାର ସମସ୍ତ ଶ୍ରେୟ ନୀରଜ ଚୋପ୍ରାଙ୍କୁ ଦିଆଯାଉଛି ।

ସେପଟେ ନୂଆ ଓ ନିଆରା ଉପହାର ପାଇବା ପରେ ଖୁସି ଜାହିର କରିଛନ୍ତି ନୀରଜ ଚୋପ୍ରା । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ମୋର ଅଲମ୍ପିକ ମେଡାଲକୁ ତାର ବଡ଼ଭାଇକୁ ଦେଖା କରିବାର ମଉକା ମିଳିଛି । ଆପଣଙ୍କ ପରିବାର ପକ୍ଷରୁ ଦେଇଥିବା ସମ୍ମାନ ପାଇଁ ମୁଁ କୃତଜ୍ଞ । ମୁଁ ସବୁବେଳେ 'ଟୋକିଓ'ର ଧ୍ୟାନ ରଖିବି ।"

ଏହି କୀର୍ତ୍ତୀମାନ ପାଇଁ ଗତ ସପ୍ତାହରେ ନୀରଜ ଚୋପ୍ରାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା । ଏକ କ୍ରେଡିଟ୍‌ କାର୍ଡ କମ୍ପାନୀ ପାଇଁ ବିଜ୍ଞାପନରେ ନିଜ ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା । ନୀରଜ ଚୋପ୍ରାଙ୍କ ଏହି ଅବତାରକୁ ଖୁବ୍‌ ପ୍ରଶଂସା କରିଛନ୍ତି ଫ୍ୟାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details