ଓଡିଶା

odisha

ଟିମ ଇଣ୍ଡିଆ ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଟିମ: ସେନ୍‌ ୱାର୍ଣ୍ଣେ

By

Published : Sep 7, 2021, 6:58 PM IST

Team India clearly best Test team in the world, title thoroughly deserved: Warne

ଇଂଲଣ୍ଡକୁ ଓଭାଲ ଗ୍ରାଉଣ୍ଡରେ ୧୫୭ ରନ୍‌ରେ ହରାଇ ଚିତାକର୍ଷକ ବିଜୟ ହାସଲ କରିବା ପରେ ୱାର୍ଣ୍ଣେ କହିଛନ୍ତି ବିରାଟ କୋହଲିଙ୍କ ଟିମ ଇଣ୍ଡିଆ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଟିମ । ଅଧିକ ପଢନ୍ତୁ...

ଲଣ୍ଡନ: ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ସେନ୍‌ ୱାର୍ଣ୍ଣେଙ୍କ ବଡ ବୟାନ । ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଟିମ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଟିମ । ଶ୍ରେଷ୍ଠ ଶୀର୍ଷକର ବାସ୍ତବିକ ଯୋଗ୍ୟ ଟିମ ଇଣ୍ଡିଆ ବୋଲି କହିଛନ୍ତି କିମ୍ବଦନ୍ତୀ ସ୍ପିନର ୱାର୍ଣ୍ଣେ । ଇଂଲଣ୍ଡକୁ ଓଭାଲ ଗ୍ରାଉଣ୍ଡରେ ୧୫୭ ରନ୍‌ରେ ହରାଇ ଚିତାକର୍ଷକ ବିଜୟ ହାସଲ କରିବା ପରେ ୱାର୍ଣ୍ଣେ ଏହି ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରଦର୍ଶନ ସହିତ ଟିମ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି ।

ୱାର୍ଣ୍ଣେ ଟିମ ଇଣ୍ଡିଆ ଉଦ୍ଦେଶ୍ୟରେ ଟ୍ବିଟରେ ଲେଖିଛନ୍ତି, "ଆଉ ଏକ ଦମଦାର ବିଜୟ ପାଇଁ ବିରାଟ କୋହଲି ଓ ସଂପୂର୍ଣ୍ଣ ଟିମ ଇଣ୍ଡିଆକୁ ଅଭିନନ୍ଦନ ।ଗତ ୧୨ମାସ ମଧ୍ୟରେ ଯାହା ହାସଲ କରିଛି ବାସ୍ତବିକ ଅବିଶ୍ବସନୀୟ, ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଟିମ ଏହା ନିଃସନ୍ଦେହ । ଟେଷ୍ଟ କ୍ରିକେଟର ଦୀର୍ଘତା କାମନା ।"

ଜଶପ୍ରୀତ ବୁମରାଙ୍କ ଘାତକ ବୋଲିଂ, ଶାର୍ଦ୍ଦୁଳ ଠାକୁରଙ୍କ ଉଭୟ ବ୍ୟାଟ୍ ଓ ବଲ୍‌ରେ କମାଲ ଫଳରେ ଭ୍ରମଣକାରୀ ଭାରତ, ଇଂଲଣ୍ଡକୁ ନିଜ ମାଟିରେ ଧରାଶାୟୀ କରିଥିଲା । ଦୀର୍ଘ ୫୦ ବର୍ଷ ପରେ ଓଭାଲ ଗ୍ରାଉଣ୍ଡରେ ବିଜୟୀ ହେବାସହ ସିରିଜରେ ୨-୧ରେ ଆଗୁଆ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details