ଓଡିଶା

odisha

IND vs SA: ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା, ଧାୱନ କ୍ୟାପଟେନ୍‌

By

Published : Oct 2, 2022, 8:32 PM IST

ଦ.ଆଫ୍ରିକା ବିପକ୍ଷ ଦିନିକିଆ ସ୍କ୍ବାଡ ଘୋଷଣା, ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ବ

ଶିଖର ଧାୱନଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅକ୍ଟୋବର ୬ ତାରିଖ ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ (India ODI squad announced against South Africa । ଏହି ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ସ୍କ୍ବାଡ ଘୋଷଣା କରିଛି ବିସିସିଆଇ । ଯେଉଁ ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ ଶ୍ରେୟାସ ଆୟାରଙ୍କୁ ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଏହି ଦିନିକିଆ ସିରିଜରେ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳାଯିବ ।

ବିଶ୍ବକପ ପାଇଁ ଘୋଷଣା ହୋଇଥିବା ସ୍କ୍ବାଡର ସଦସ୍ୟଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସାମିଲ କରାଯାଇ ନାହିଁ । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଟି୨୦ ବିଶ୍ବକପ ଆରମ୍ଭ ହେଉଥିବାବେଳେ, ଭାରତୀୟ ବିଶ୍ବକପ ଖେଳାଳିଙ୍କୁ ଦଳ ତରଫରୁ ବିଶ୍ରାମ ଦିଆଯାଇଛି । ଆଗକୁ ବିଶ୍ବକପ ଥିବାରୁ ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ମ୍ୟାଚ ପରେ ବିଶ୍ରାମ ଦିଆଯିବ । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଶିଖର ଧାୱନଙ୍କ ନେତୃତ୍ବରେ ଖେଳିବ ଭାରତ ।

ସେହିପରି ଯୁବ କ୍ରିକେଟର ଶ୍ରେୟସ ଆୟର ଏହି ସିରିଜରେ ଉପ ଅଧିନାୟକ ଭାର ସମ୍ଭାଳିବେ । ସେପଟେ ଦିନିକିଆ ସିରିଜରେ ଦଳକୁ ଫେରିଛନ୍ତି ଷ୍ଟାର ବ୍ୟାଟର ସଞ୍ଜୁ ସାମସନ ଓ ଇଶାନ କିଶାନ । ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରଜତ ପଟିଦାର ଓ ମୁକାଶ କୁମାରଙ୍କ ଭଳି ଯୁବ ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ଅକ୍ଟୋବର ୬ ତାରିଖ ଲକ୍ଷ୍ମୌରେ ଖେଳାଯିବାକୁ ଥିବାବେଳେ, ୯ ତାରିଖରେ ଦ୍ବିତୀୟ ଦିନିକିଆ ରାଞ୍ଚିରେ ଖେଳାଯିବ । ସେହିପରି ତୃତୀୟ ଦିନିକିଆ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ । ସେପଟେ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୌହାଟୀରେ ଟି୨୦ ମ୍ୟାଚ ଖେଳୁଛି ଭାରତ ।

ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ବାଡ

ଶିଖର ଧାୱନ (ଅଧିନାୟକ), ଶ୍ରେୟାସ ଆୟାର, ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲ, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶାନ, ସଞ୍ଜୁ ସାମସନ, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋୟୀ, ମୁକେଶ କୁମାର, ଆଭେଷ ଖାନ, ମହମ୍ମଦ ସିରାଜ, ଦୀପକ ଚହର ।

ABOUT THE AUTHOR

...view details