ମାଞ୍ଚେଷ୍ଟର: ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ସ୍କ୍ବାଡ୍ ଘୋଷଣା କଲା ଇଂଲଣ୍ଡ । ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ୍ ବଟଲର ଓ ବାମହାତୀ ସ୍ପିନର ଜାକ ଲିଚ୍ ସ୍କ୍ବାଡକୁ ଫେରିଛନ୍ତି । ସିରିଜ ବଞ୍ଚାଇବା ପାଇଁ ମାଞ୍ଚେଷ୍ଟର ଟେଷ୍ଟରେ ଘରୋଇ ଦଳ ପାଖରେ ଶେଷ ସୁଯୋଗ ରହିଛି ।
ଦ୍ବିତୀୟ ସନ୍ତାନର ଜନ୍ମ ପାଇଁ ବଟଲର ଚତୁର୍ଥ ଟେଷ୍ଟ ଖେଳିପାରିନଥିଲେ । ଓଭାଲରେ ଦମଦାର ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟ ପାଇଁ ଟେଷ୍ଟ ସ୍କ୍ବାଡରେ ସାମିଲ ହୋଇଥିବା ବ୍ୟାଟ୍ସମ୍ୟାନ ସାମ ବିଲିଙ୍ଗ୍ସ କେଣ୍ଟ୍ ଫେରିଯାଇଛନ୍ତି । ଏନେଇ ସ୍ପଷ୍ଟ କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ।
ବର୍ଷ ୨୦୦୭ ଠାରୁ ନିଜ ମାଟିରେ ଭାରତ ଠାରୁ ଟେଷ୍ଟ ସିରିଜ ହାରିନାହିଁ ଇଂଲଣ୍ଡ । ତେବେ ଚଳିତ ୫ ମ୍ୟାଚ ବିଶିଷ୍ଟ ସିରିଜ ପରାଜୟ ଏଡାଇବା ପାଇଁ ଚାପରେ ରହିଛି ଘରୋଇ ଦଳ ।